ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

Madhusudan Das Picture
Published On

ଲକ୍ଷ୍ମୀପୁର: ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ସେହି ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ସ୍କୁଲର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପରଷା ଯାଇଥିଲା। ପିଲାମାନେ ଖାଉଥିବା ସମୟରେ ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରିଥିଲା । ଏହା ଦେଖିବା ପରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। କିଛି ସମୟ ମଧ୍ୟରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବା ସହ ଅସୁସ୍ଥତା ଅନୁଭବ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ତୁରନ୍ତ ମେଡିକାଲ ଟିମ୍‌କୁ ଖବର ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ତେବେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର