କୋରାପୁଟ ପୋଲିସକୁ ସଫଳତା; କାର ଓ କମାଣ୍ଡର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ
କୋରାପୁଟ: ମାଛକୁଣ୍ଡ ପୁଲିସ୍ ଦ୍ୱାରା ଅଲଗା ଅଲଗା ଘଟଣାରେ ଦୁଇଟି ଗାଡ଼ି ସହ ୨୯୩ କିଲୋଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ୩ ଜଣ ଗିରଫ ହୋଇଛନ୍ତି । ଏ ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ମାଛକୁଣ୍ଡ ଥାନା ଓ ଆଇ ସି ଡମ୍ବରୁଧର ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ଏକ ଟିମ ସଗର ଛକ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଚେକିଙ୍ଗ ସମୟରେ […]
କୋରାପୁଟ: ମାଛକୁଣ୍ଡ ପୁଲିସ୍ ଦ୍ୱାରା ଅଲଗା ଅଲଗା ଘଟଣାରେ ଦୁଇଟି ଗାଡ଼ି ସହ ୨୯୩ କିଲୋଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ୩ ଜଣ ଗିରଫ ହୋଇଛନ୍ତି । ଏ ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ମାଛକୁଣ୍ଡ ଥାନା ଓ ଆଇ ସି ଡମ୍ବରୁଧର ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ଏକ ଟିମ ସଗର ଛକ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଚେକିଙ୍ଗ ସମୟରେ ଓଡି-୦୨ ଏ ଏସ ୫୦୩୩ ନମ୍ବର ଏସୟୁଭି କାର ଦୃତ ଗତିରେ ଆସୁଥିବା ଦେଖି ଅଟକାଇ ଥିଲେ। ଉକ୍ତ କାର ପୁଲିସ ଗାଡିକୁ ଧକ୍କା ଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲା କିନ୍ତୁ ପୁଲିସ ଟିମ୍ କାର ସହ ଦୁଇ ଜଣଙ୍କୁ କାବୁ କରି ନେଇ ଥିଲେ। ଉକ୍ତ କାରରୁ ପୁଲିସ ୧୦୫ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ ।
ଘଟଣାରେ ସେମିଲଗୁଡ଼ା ଇନ୍ଦିରା ନଗରର ତାପସ ଦେବାଶିଷ ବିଶ୍ଵାଳ ଓ ଜୟପୁର ଖ୍ରୀଷ୍ଟିଆନ ସାହି ୩ୟ ଲାଇନର ଅଭିଷେକ ରାଜ ଚେଟିକୁ ଗିରଫ କରାଯାଇଛି। ଏ ନେଇ ମାଛକୁଣ୍ଡ ଥାନାରେ ଏନ ଡି ପି ଏସ ଆକ୍ଟରେ ଏକ ମାମଲା ( କେଶ ନଂ ୧୧୭/୨୩ ) ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇକୁ ଗିରଫ ଅଭିଯୁକ୍ତ ମାନେ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅଞ୍ଚଳରୁ ଲମତାପୁଟ ଜୟପୁର ଦେଇ ଉମରକୋଟର ସୀଙ୍ଗିସାରି ନେଉଥିବା ଜଣା ପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତ ଠାରୁ ପୁଲିସ୍ ଦୁଇଟି ଆଇ ଫୋନ୍ ଜବତ କରିଛି।
ସେହିପରି ଅନ୍ୟ ଏକ ଘଟଣାରେ ମାଛକୁଣ୍ଡ ପୁଲିସ ହନୁମାଲ ସହିଦ ସ୍ତୁପ ନିକଟରୁ କମାଣ୍ଡର ଜିପ୍ ସହ ୧୮୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିବା ନନ୍ଦପୁର ଏସ ଡି ପି ଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ବଡ଼ଦୁରାଲ ଗ୍ରାମର ମଧୁ ଖରା ନାମକ ଯୁବକ ଓ ଆର୍ ୦୮ ବି ୭୯୭୭ ନମ୍ବର ଥିବା କମାଣ୍ଡର ଜିପରେ ଖାଡାପୁଟରୁ ଗଦବାପଡ଼ାକୁ ନେବା ନିମନ୍ତେ ହାନୁମାଲର ସହିଦ ସ୍ତମ୍ଭ ନିକଟରେ ଠିଆ ହୋଇଥିବା ସୁଚନା ପାଇ ପୁଲିସ ଟିମ୍ ପହଞ୍ଚିଥିଲା । ପୁଲିସ ମଧୁକୁ କାବୁ କରିନେବା ସହ କମାଣ୍ଡର ଜିପ ଓ ଗଞ୍ଜେଇକୁ ଜବତ କରିଥିଲା। ଏ ନେଇ ମାଛକୁଣ୍ଡ ଥାନାରେ ଏକ ମାମଲା (କେଶ ନଂ ୧୧୮/୨୩) ରୁଜୁ କରି ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କ ନିକଟରୁ ଏକ ଆଣ୍ଡ୍ରଏଡ ଫୋନ ଜବତ ହୋଇଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମାଛକୁଣ୍ଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ସବ ଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନି, ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।