ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୫ ଆହତ

The Sakala Picture
Published On

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କୁହୁଡ଼ିରେ ରାସ୍ତା ଦେଖା ନ ଯିବାରୁ ଭାରସାମ୍ଯ ହାରାଇ ରାସ୍ତାକଡ଼ରେ  OSRTC ବସଟି ଓଲଟି ପଡ଼ିଥିଲା। ଉକ୍ତ ବସ ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବସରେ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ […]

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କୁହୁଡ଼ିରେ ରାସ୍ତା ଦେଖା ନ ଯିବାରୁ ଭାରସାମ୍ଯ ହାରାଇ ରାସ୍ତାକଡ଼ରେ  OSRTC ବସଟି ଓଲଟି ପଡ଼ିଥିଲା। ଉକ୍ତ ବସ ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନା ଅନୁଯାୟୀ, ବସରେ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ବସଟି ବିଶାଖାପାଟଣାରୁ ବାହାରିଥିଲା । ନବରଙ୍ଗପୁର ଆସିବା ବେଳେ ଜୟପୁର ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା । ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଥିବା ବେଳେ  କୁହୁଡ଼ି ଯୋଗୁ ରାସ୍ତା ଦେଖା ନ ଯିବାରୁ ଓଲଟି ପଡ଼ିଥିବା କୁହାଯାଉଛି । ଏହି ଘଟଣା ପରେ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ସୁନାବେଡ଼ା 'ହାଲ୍‌' ପରିଦର୍ଶନ କାର୍ଯ୍ୟକ୍ରମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର