କାରକୁ ଧକ୍କା ଦେଲା ଟ୍ୟାଙ୍କର; ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ

The Sakala Picture
Published On

କୋରାପୁଟ: କାରକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। ଉଜୁଡ଼ିଗଲା ସୁନାର ସଂସାର। କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ, ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ତାଙ୍କର ଛୋଟ ଝିଅଟି ସହ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ପୁଙ୍ଗାର ଗାଁ ନିକଟରେ ବିପରୀତ ଦିଗରୁ ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। […]

କୋରାପୁଟ: କାରକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। ଉଜୁଡ଼ିଗଲା ସୁନାର ସଂସାର। କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁସାରେ, ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ତାଙ୍କର ଛୋଟ ଝିଅଟି ସହ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ପୁଙ୍ଗାର ଗାଁ ନିକଟରେ ବିପରୀତ ଦିଗରୁ ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ପଟ୍ଟାଙ୍ଗୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଲୋକେ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର