ଲେବେଲ୍ କ୍ରସିଂରେ କାର୍ ସହ ରେଳ ଇଞ୍ଜିନ୍ ଧକ୍କା, ୩ଗୁରୁତର ଆହାତ

The Sakala Picture
Published On

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତ୍ତି ଅଞ୍ଚଳର କିଲାର ଗ୍ରାମ ନିକଟସ୍ଥ ଲେବୁଲ କ୍ରସିଂଠାରେ ରେଳ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ ଏକ କାରକୁ ଟ୍ରେନ୍ ଇଞ୍ଜିନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଦାମନଯୋଡି ନାଲକୋ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦାମନଯୋଡି ପୁଲିସ ସମେତ […]

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତ୍ତି ଅଞ୍ଚଳର କିଲାର ଗ୍ରାମ ନିକଟସ୍ଥ ଲେବୁଲ କ୍ରସିଂଠାରେ ରେଳ ଦୁର୍ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସୂଚନା ଅନୁଯାୟୀ, ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ ଏକ କାରକୁ ଟ୍ରେନ୍ ଇଞ୍ଜିନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଦାମନଯୋଡି ନାଲକୋ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦାମନଯୋଡି ପୁଲିସ ସମେତ ରେଲ୍‌ୱେ ପୁଲିସ୍‌ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

ଖବର ଅନୁଯାୟୀ, OD-10D -7473 କାରଯୋଗେ ସେମିଳିଗୁଡାରୁ ଉକ୍ତ ଲେବେଲ୍ କ୍ରସିଂ ଅତିକ୍ରମ କରି ପୁଞ୍ଜିସିଲ୍ ପର୍ଯ୍ଯଟନ କ୍ଷେତ୍ର ଆଡକୁ ଯାଉଥିବା ସମୟରେ ଏକ ରେଳ ଇଞ୍ଜିନ୍ ସହିତ କାରର ଧକ୍କା ହୋଇ ଦୁଃର୍ଘଟଣା ଘଟିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର