କୋଳଥିଆ ହତ୍ୟାକାଣ୍ଡ: ପ୍ରେମ ପାଇଁ ପୁଅକୁ ପିଟିପିଟି ମାରି ଦେଇଥିଲେ ! ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଞ୍ଚଳରେ ଘଟିଥିବା ବୀଭତ୍ସ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ଭୁବନେଶ୍ୱର ଏମ୍ସ (AIIMS) ରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ବାପାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ହିମାଂଶୁ ପାଢ଼ୀ (୫୪)। ଆକ୍ରମଣରେ ଗୁରୁତର ଆହତ ହୋଇ ସେ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। ପରିବାରକୁ ବଞ୍ଚାଇବାକୁ ଚେଷ୍ଟା କରି ଆହତ ହୋଇଥିବା ତାଙ୍କ ଝିଅ ତପସ୍ୱୀ ପାଢ଼ୀ ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ପ୍ରେମ ପାଇଁ ଏଭଳି ଡବଲ ମର୍ଡର ହୋଇଥିବା ଅଭିଯୋଗ ହୋଇଛି । 

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ସୂଚନାଯୋଗ୍ୟ ଯେ, ସୋମବାର ଭୋର ସମୟରେ ଦୁଇ ଜଣ ଅଜ୍ଞାତ ମୁଖାପିନ୍ଧା ଦୁର୍ବୃତ୍ତ ଏହି ପରିବାର ଉପରେ ଆକ୍ରମଣ କରିଥିଲେ। ସେମାନେ ଘରେ ପଶି ଲୁହା ରଡ୍‌ରେ ୨୦ ବର୍ଷୀୟ କୃଷ୍ଣ ଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧିଙ୍କୁ ନିର୍ମମ ଭାବେ ପିଟିଥିଲେ। ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ମୂଳ ବାସିନ୍ଦା ତଥା ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର କୃଷ୍ଣଙ୍କର ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇ ବାପା ହିମାଂଶୁ ଓ ଭଉଣୀ ତପସ୍ୱୀ ଗୁରୁତର ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ପ୍ରାୟ ଦୁଇ ଦଶନ୍ଧି ଧରି ଏହି ପାଢ଼ୀ ପରିବାର ଜାତୀୟ ରାଜପଥ-୧୬ କୋଳଥିଆ ସ୍ଥିତ ଏକ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ବର୍ଷକ ତଳେ କୃଷ୍ଣଙ୍କ ମାଆଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଅନ୍ୟପଟେ, ଏହି ବୀଭତ୍ସ ହତ୍ୟାକାଣ୍ଡ ପଛରେ ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାର ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ପୋଲିସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରୁ ଫରେନ୍ସିକ୍ ପ୍ରମାଣ ସଂଗ୍ରହ କରାଯାଇଥିବା ବେଳେ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। 

ଆହୁରି ପଢ଼ନ୍ତୁ: ଏବିଭିପିକୁ ଜିତାଇବା ପାଇଁ ସରକାରଙ୍କ ଆପ୍ରାଣ ଉଦ୍ୟମ : ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର