ଜାଣନ୍ତୁ ଟମାଟୋ ଫ୍ଲୁର କ’ଣ ରହିଛି ଲକ୍ଷଣ ଏବଂ କିପରି କରିବେ ଏହାର ଚିକିତ୍ସା

The Sakala Picture
Published On

କିଛିଦିନ ହେବ ଟମାଟୋ ଫ୍ଲୁ ନାମକ ଏକ ନୂଆ ସଂକ୍ରମଣର ଖବର ଶୁଣିବାକୁ ମିଳୁଛି। ଏଥିରେ ୫ବର୍ଷ ବୟସ କିମ୍ବା ତା’ଠାରୁ କମ୍‌ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାର ସଠିକ୍‌ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ସ୍ଥାୟୀ ଓ ସମ୍ପୂର୍ଣ୍ଣ ଚିକିତ୍ସା କରା ନହେଲେ ଏହି ସଂକ୍ରମଣ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ‘ଟମାଟୋ ଫ୍ଲୁ’କୁ ‘ଟମାଟୋ ଫିଭର୍‌’ ନାମରେ ମଧ୍ୟ […]

କିଛିଦିନ ହେବ ଟମାଟୋ ଫ୍ଲୁ ନାମକ ଏକ ନୂଆ ସଂକ୍ରମଣର ଖବର ଶୁଣିବାକୁ ମିଳୁଛି। ଏଥିରେ ୫ବର୍ଷ ବୟସ କିମ୍ବା ତା’ଠାରୁ କମ୍‌ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାର ସଠିକ୍‌ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ସ୍ଥାୟୀ ଓ ସମ୍ପୂର୍ଣ୍ଣ ଚିକିତ୍ସା କରା ନହେଲେ ଏହି ସଂକ୍ରମଣ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ‘ଟମାଟୋ ଫ୍ଲୁ’କୁ ‘ଟମାଟୋ ଫିଭର୍‌’ ନାମରେ ମଧ୍ୟ ଜଣାଯାଉଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଲାଲ୍‌ ଦାଗ ଦେଖାଯିବା, ତ୍ବଚା କୁଣ୍ଡେଇ ହେବା, ଡିହାଇଡ୍ରେସନ୍, ଥକ୍କା ଲାଗିବା, ଆଣ୍ଠୁଗଣ୍ଠି ଓ ଶରୀରରେ ଦରଜ ଅନୁଭୂତ ହେବା, ଜ୍ବର ହେବା, ପେଟ କାଟିବା, ବାନ୍ତି ହେବା, ସର୍ଦ୍ଦି ଓ କାଶ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ କିଛି ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯାହାଦ୍ବାରା ଶିଶୁଙ୍କୁ ସ୍ବଳ୍ପମାତ୍ରାରେ ଆରାମ୍‌ ମିଳିପାରିବ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

  • ଶିଶୁଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ଏବଂ ଧ୍ୟାନ ରଖନ୍ତୁ ପାଣି ଓ ଗ୍ଲାସ୍‌ ସ୍ବଚ୍ଛ ହୋଇଥିବା ଆବଶ୍ୟକ।
  • ସଂକ୍ରମଣ ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା ଲାଲ୍‌ ଦାଗଗୁଡ଼ିକୁ ଉଷୁମ ପାଣିରେ ସଫା କରନ୍ତୁ।
  • ତ୍ବଚା ଅତ୍ୟଧିକ କୁଣ୍ଡେଇ ହେଉଥିଲେ ମଧ୍ୟ ପିଲାଙ୍କୁ ସେଥିରେ ନଖ ମାରିବା କିମ୍ବା କୁଣ୍ଡାଇବାକୁ ଦିଅନ୍ତୁ ନାହିଁ।
  • ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଠାରୁ ଅନ୍ୟମାନେ ଦୂରତା ବଜାୟ ରଖନ୍ତୁ।
  • ରୋଗୀ ବ୍ୟବହାର କରୁଥିବା ଚାଦରକୁ ଗରମ ପାଣିରେ ସଫା କରନ୍ତୁ ଓ ତକିଆକୁ ସାନିଟାଇଜ୍ କରନ୍ତୁ।
  • ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଦିଅନ୍ତୁ।
27 May 2022 By The Sakala

ଜାଣନ୍ତୁ ଟମାଟୋ ଫ୍ଲୁର କ’ଣ ରହିଛି ଲକ୍ଷଣ ଏବଂ କିପରି କରିବେ ଏହାର ଚିକିତ୍ସା

କିଛିଦିନ ହେବ ଟମାଟୋ ଫ୍ଲୁ ନାମକ ଏକ ନୂଆ ସଂକ୍ରମଣର ଖବର ଶୁଣିବାକୁ ମିଳୁଛି। ଏଥିରେ ୫ବର୍ଷ ବୟସ କିମ୍ବା ତା’ଠାରୁ କମ୍‌ ବୟସର ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଏହାର ସଠିକ୍‌ କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହାର ସ୍ଥାୟୀ ଓ ସମ୍ପୂର୍ଣ୍ଣ ଚିକିତ୍ସା କରା ନହେଲେ ଏହି ସଂକ୍ରମଣ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ। ‘ଟମାଟୋ ଫ୍ଲୁ’କୁ ‘ଟମାଟୋ ଫିଭର୍‌’ ନାମରେ ମଧ୍ୟ ଜଣାଯାଉଛି।

ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଲାଲ୍‌ ଦାଗ ଦେଖାଯିବା, ତ୍ବଚା କୁଣ୍ଡେଇ ହେବା, ଡିହାଇଡ୍ରେସନ୍, ଥକ୍କା ଲାଗିବା, ଆଣ୍ଠୁଗଣ୍ଠି ଓ ଶରୀରରେ ଦରଜ ଅନୁଭୂତ ହେବା, ଜ୍ବର ହେବା, ପେଟ କାଟିବା, ବାନ୍ତି ହେବା, ସର୍ଦ୍ଦି ଓ କାଶ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲେ ମଧ୍ୟ କିଛି ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି, ଯାହାଦ୍ବାରା ଶିଶୁଙ୍କୁ ସ୍ବଳ୍ପମାତ୍ରାରେ ଆରାମ୍‌ ମିଳିପାରିବ।

  • ଶିଶୁଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ଏବଂ ଧ୍ୟାନ ରଖନ୍ତୁ ପାଣି ଓ ଗ୍ଲାସ୍‌ ସ୍ବଚ୍ଛ ହୋଇଥିବା ଆବଶ୍ୟକ।
  • ସଂକ୍ରମଣ ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା ଲାଲ୍‌ ଦାଗଗୁଡ଼ିକୁ ଉଷୁମ ପାଣିରେ ସଫା କରନ୍ତୁ।
  • ତ୍ବଚା ଅତ୍ୟଧିକ କୁଣ୍ଡେଇ ହେଉଥିଲେ ମଧ୍ୟ ପିଲାଙ୍କୁ ସେଥିରେ ନଖ ମାରିବା କିମ୍ବା କୁଣ୍ଡାଇବାକୁ ଦିଅନ୍ତୁ ନାହିଁ।
  • ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ରୋଗୀଠାରୁ ଅନ୍ୟମାନେ ଦୂରତା ବଜାୟ ରଖନ୍ତୁ।
  • ରୋଗୀ ବ୍ୟବହାର କରୁଥିବା ଚାଦରକୁ ଗରମ ପାଣିରେ ସଫା କରନ୍ତୁ ଓ ତକିଆକୁ ସାନିଟାଇଜ୍ କରନ୍ତୁ।
  • ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଦିଅନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର