ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ’ଣ ରହିଛି ନିତୀକାନ୍ତି, ଜାଣନ୍ତୁ…

The Sakala Picture
Published On

ପୁରୀ: ଆସନ୍ତା ୨୫ ତାରିଖରେ କେତୁ ଗ୍ରସ୍ଥ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ | ଭୋର ୪:୫୭ ମିନିଟଠାରୁ ପାକ ତ୍ୟାଗ ଓ ଦେବ ନିତୀ ନିଷେଧ | ସନ୍ଧ୍ୟା ୬:୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଥିବା ବେଳେ ୨୪ ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନିତୀ କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, […]

ପୁରୀ: ଆସନ୍ତା ୨୫ ତାରିଖରେ କେତୁ ଗ୍ରସ୍ଥ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ | ଭୋର ୪:୫୭ ମିନିଟଠାରୁ ପାକ ତ୍ୟାଗ ଓ ଦେବ ନିତୀ ନିଷେଧ | ସନ୍ଧ୍ୟା ୬:୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ | ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଥିବା ବେଳେ ୨୪ ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନିତୀ କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନିତୀ କରାଯିବ | ତତ୍ପରେ ଅମାବାସ୍ୟା ଶ୍ରୀ ନାରାୟଣ ସାଗର ବିଜେ ନିତୀ କରିବା ସହ ଭୋର ୪:୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନିତୀ ଶେଷ କରିବାକୁ ଆଜି ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତି ନିଆଯାଇଛି | ଜିଲ୍ଲାପାଳଙ୍କ ଅଧକ୍ଷତାରେ ଆଜି ଏନେଇ ଏକ ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ ୨୫ ତାରିଖ ଦିନ ସୂର୍ଯ୍ୟପରାଗ ନିତୀ କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ ଆଲୋଚନା କରାଯାଇଛି |

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର