ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବିବାହ ଆଳରେ ନାବାଳିକାଙ୍କୁ ଦୁଷ୍କର୍ମ

The Sakala Picture
Published On

ଖଣ୍ଡଗିରି : ପ୍ରଥମେ ପ୍ରେମ ଓ ପରବର୍ତ୍ତୀ ସମୟରେ ବିବାହ କରିବା ଆଳ ଦେଖାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାରମ୍ୱାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ଆଉ ଧରାଛୁଅାଁ ଦେଇନଥିଲା। ତେବେ ଏନେଇ ୧୫ ବର୍ଷୀୟା ନାବାଳିକା ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। […]

ଖଣ୍ଡଗିରି : ପ୍ରଥମେ ପ୍ରେମ ଓ ପରବର୍ତ୍ତୀ ସମୟରେ ବିବାହ କରିବା ଆଳ ଦେଖାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାରମ୍ୱାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ତେବେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ଆଉ ଧରାଛୁଅାଁ ଦେଇନଥିଲା। ତେବେ ଏନେଇ ୧୫ ବର୍ଷୀୟା ନାବାଳିକା ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ନୋଧରା ଗାଁରେ ଥିବା ଏକ ଷ୍ଟୁଡିଓରେ ଡ୍ରାଇଭର ଭାବେ କାମ କରୁଥିବା ଦୀପକ ଜାନି ଏକ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା।

ପରେ ନାବାଳିକା ଜଣକ ଗର୍ଭବତୀ ହୋଇ ଯାଇଥିଲେ। ଦୀପକ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖି ନଥିଲା ଓ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲା। ଏହାରି ଭିତରେ ନାବାଳିକା ଜଣକ ୮ ମାସର ଗର୍ଭବତୀ ହୋଇଯାଇଥିଲେ। ତେବେ ଦୁଇ ଦିନ ପୂର୍ବେ ନାବାଳିକା ଜଣକ ଦୀପକକୁ ଯୋଗାଯୋଗ କରିବାରୁ ସେ ତାଙ୍କୁ ଫୋନ କରିବାକୁ ବାରଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନାବାଳିକା ଜଣକ ନିରୁପାୟ ହୋଇ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୩୭୬ (୨) (ଏନ୍‍), ୩୭୬ (୩) ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ସନ୍ଧ୍ୟାରେ କଣ୍ଟାବାଡ଼ ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି।

07 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର