ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କର ମୃତ୍ୟୁ, କନେଷ୍ଟବଳ ଗୁରୁତର ଆହତ

The Sakala Picture
Published On

ଖୋର୍ଦ୍ଧା: ଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହ ମାହୋଲ ରହିଛି। ହେଲେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ । ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ […]

ଖୋର୍ଦ୍ଧା: ଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡେ ଉତ୍ସାହ ମାହୋଲ ରହିଛି। ହେଲେ ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ ।

ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖୁଣ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଆଣାଯାଇଥିଲା। ସେଠାରେ ଡାକ୍ତର ଗ୍ରାମରକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର