ମନୋରଞ୍ଜନ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ପାଇକ ସାହିରେ ଗାଧୋଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳଙ୍କ ନାମ ପ୍ରମିଳା ପଲେଇ । ବୟସ ୬୮ ବର୍ଷ। ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରତିଦିନ ଭଳି ଆଜି ସକାଳୁ ପୋଖରୀକୁ ଗାଧେଇ ଯିବାବେଳେ ମହିଳା ଜଣକ ଖୋଲାରେ ପଡ଼ିଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକ […]
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡପୋଖରିଆ ପାଇକ ସାହିରେ ଗାଧୋଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳଙ୍କ ନାମ ପ୍ରମିଳା ପଲେଇ । ବୟସ ୬୮ ବର୍ଷ।
ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରତିଦିନ ଭଳି ଆଜି ସକାଳୁ ପୋଖରୀକୁ ଗାଧେଇ ଯିବାବେଳେ ମହିଳା ଜଣକ ଖୋଲାରେ ପଡ଼ିଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।