ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ବୈଷୟିକ ପରାମର୍ଶଦାତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ

The Sakala Picture
Published On

ଯୋଡା/ କେନ୍ଦୁଝର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡ଼ା ବ୍ଲକ ବୈଷୟିକ ପରାମର୍ଶଦାତା (ଟେକନିକାଲ କନ୍ସଲଟାଣ୍ଟ) କ୍ଷେତ୍ରବାସୀ ମହାନ୍ତଙ୍କ ଘର ଉପରେ ମଙ୍ଗଳବାର ସକାଳୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି । ଏକ କାଳୀନ ତାଙ୍କର ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । କେନ୍ଦୁଝର ଦୁର୍ନିତି ନିବାରଣ ବିଭାଗ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସକାଳୁ କେନ୍ଦୁଝର ଓ ବାଲେଶ୍ୱର ଦୁର୍ନୀତି ନିବାରଣ କାର୍ଯ୍ଯାଳୟର ବରିଷ୍ଠ ଅଧିକାରୀମାନେ ଜଣେ ଅତିରିକ୍ତ ଆରକ୍ଷୀ […]

ଯୋଡା/ କେନ୍ଦୁଝର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡ଼ା ବ୍ଲକ ବୈଷୟିକ ପରାମର୍ଶଦାତା (ଟେକନିକାଲ କନ୍ସଲଟାଣ୍ଟ) କ୍ଷେତ୍ରବାସୀ ମହାନ୍ତଙ୍କ ଘର ଉପରେ ମଙ୍ଗଳବାର ସକାଳୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି । ଏକ କାଳୀନ ତାଙ୍କର ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । କେନ୍ଦୁଝର ଦୁର୍ନିତି ନିବାରଣ ବିଭାଗ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସକାଳୁ କେନ୍ଦୁଝର ଓ ବାଲେଶ୍ୱର ଦୁର୍ନୀତି ନିବାରଣ କାର୍ଯ୍ଯାଳୟର ବରିଷ୍ଠ ଅଧିକାରୀମାନେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଏହି ଚଢୋଉ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭଉଣୀ ଭିଣୋଇଙ୍କ ମଧ୍ୟରେ ଝଗଡାର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ

ବାଲେଶ୍ବର ଦୁର୍ନିତୀ ନିବାରଣ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ କ୍ଷେତ୍ରବାସୀ ମହାନ୍ତଙ୍କ ଯୋଡାସ୍ଥିତ କାର୍ୟ୍ୟାଳୟ, ସଦରବ୍ଲକ ରଘୁନାଥପୁର ସ୍ଥିତ ପୈତୃକ ଘର, ଜଜପଶି ଠାରେ ଅବସ୍ଥିତ ତାଙ୍କ ଭାଇ ଙ୍କ ଘର, କେନ୍ଦୁଝର ସହରର ପବିତ୍ରଡିହା ଶ୍ରୀବିହାର ଠାରେ ଥିବା ନିଜ ବାସଗୃହରେ ଏହି ମିଳିତ ଚଢୋଉ ଏକକାଳୀନ କରାଯାଇଛି । ତେବେ ଦୁର୍ନିତି ନିବାରଣ ବିଭାଗର ଇନିସପେକ୍ଟର ଜୟନ୍ତୀ ଦଳାଇଙ୍କ ନେତୃତ୍ବରେ ଏକ ଦଳ ଯୋଡାସ୍ଥିତ ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ପହଞ୍ଚି ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଚତୁର୍ଭୁଜ ନାଏକଙ୍କ କାର୍ଯ୍ଯାଳୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ପଚରାଉଚରା କରି ଫେରିଥିବା ଜଣାପିଡିଛି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ଗଣେଶ ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ: ଡିଜେ ସିଷ୍ଟମ୍ ଜବତ କଲା ପୋଲିସ

ସେହିପରି ଏହି ଚଢୋଉରେ ବାଲେଶ୍ବର ଦୁର୍ନିତି ନିବାରଣ ଅତିରିକ୍ତ ଆରକ୍ଷୀଅଧିକ୍ଷକ ପରମେଶ୍ବର କିଶାନଙ୍କ ନେତୃତ୍ବରେ କେନ୍ଦୁଝର ବିଭାଗ ଇନିସପେକ୍ଟର ହେମାମାଳିନୀ ନାଏକ, ତଦନ୍ତକାରୀ ଅଧିକାରୀ ତଥା ଇନିସପେକ୍ଟର ଦଇତାରି ଘଡାଇ, ବାଲେଶ୍ବର ଦୁର୍ନିତି ନିବାରଣ ଇନିସପେକ୍ପ ଦୟନ୍ତି ଦଳେଇଙ୍କ ସମେତ ବାଲେଶ୍ବର ଓ କେନ୍ଦୁଝର ଏହି ବିଭାଗର କର୍ମଚାରୀମାନେ ସାମିଲ ଥିଲେ. ଏହି ଚଢୋଉରେ କ୍ଷେତ୍ରବାସୀଙ୍କ ଶ୍ରୀବିହାର ଠାରେ ଏକ ଦୁଇ ମହଲା କୋଠା, ଦୁଇଟି ବସ୍, ତିନୋଟି ଚାରି ଚକିଆ ଯାନ, ଯଜପଶିଠାରେ ଏକ ନିର୍ମା୍ଣଧିନ କୋଠା, ପୈତୃକ ଗ୍ରାମରେ ଏକ କୋଠା, ବହୁପରିମାଣରେ ସୁନା ରୁପା ଅଳଙ୍କାର ବ୍ୟାଙ୍କ ଖାତାରେ ୩ଲକ୍ଷ ଟଙ୍କା ଥିବା ଠାବ କରାଯାଇଛି । ଖବର ଲେଖାଯିବା ପର୍ଯ୍ଯନ୍ତ ଏହି ଚଢୋଉ ଜାରି ରହିଥିବା ବେଳେ ଚୁଡାନ୍ତ ତଥ୍ୟ ପଦାକୁ ଆସିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର