ଖୋଲିବ ସୁନା ଖଣି; ବଦଳିବ ବନବାସୀଙ୍କ ଭାଗ୍ୟ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅନେକ ଲୁହାପଥର ଓ ମାଙ୍ଗାନିଜ୍‌‌ ଖଣି ରହିଛି। କିନ୍ତୁ ଗତ କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିବା ପରେ ଏବେ ଏହି ସୁନା ଖଣିକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ ଏବଂ ପଛୁଆ ଅଞ୍ଚଳଭାବେ ଜଣା ବାଂଶପାଳ ବ୍ଲକରେ ଏହି ସୁନାଖଣିର ସନ୍ଧାନ ମିଳିଥିବାରୁ ଏବେ ଏହି ସୁନା ଖଣି ଖୋଲିବ କି […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅନେକ ଲୁହାପଥର ଓ ମାଙ୍ଗାନିଜ୍‌‌ ଖଣି ରହିଛି। କିନ୍ତୁ ଗତ କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିବା ପରେ ଏବେ ଏହି ସୁନା ଖଣିକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ ଏବଂ ପଛୁଆ ଅଞ୍ଚଳଭାବେ ଜଣା ବାଂଶପାଳ ବ୍ଲକରେ ଏହି ସୁନାଖଣିର ସନ୍ଧାନ ମିଳିଥିବାରୁ ଏବେ ଏହି ସୁନା ଖଣି ଖୋଲିବ କି ସେଥିନେଇ ଉତ୍ସୁକତା ଦେଖାଦେଇଛି। ଆଗରୁ କେନ୍ଦୁଝର ଜିଲ୍ଲାର କେତେକ ଜଳଉତ୍ସ ବା ନଦୀପଠାରୁ ସୂକ୍ଷ୍ମ ଉପାୟରେ ସୁନା ଠାବ କରାଯାଉଛି। କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର କେତେକ ସ୍ଥାନରେ ଏହି ସୁନା ଖଣି ସନ୍ଧାନରେ ସୁନା ଖୋଜିବା ଓ ଏହାକୁ ନେଇ ସର୍ଭେ କରିବା ଅନେକ ପୁରୁଣା ଘଟଣା। ତେଲକୋଇ ବ୍ଲକ ମୁଖ୍ୟାଳୟରୁ ପ୍ରାୟ ୧୦ କିଲୋମିଟର ଦୂର ସଲେଇକନା ନିକଟରେ ରହିଛି ସୁନାଖଣି ଡ୍ୟାମ ଓ ସୁନାଖଣି ଜଙ୍ଗଲ।

ଆହୁରି ପଢ଼ନ୍ତୁ: ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

୧୯୭୯ମସିହାରେ ଏଠାକୁ ସୁନାଖଣିର ସନ୍ଧାନରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ଲୋକେ ପ୍ରକାଶ କରନ୍ତି। ସଲେଇକନା ଓ ଦାମୋଦରଗୌଣିରେ ମଧ୍ୟ ଏକ ଅଞ୍ଚଳର ନାଁ ରହିଛି ସୁନାଖଣି। ଏଥିସହିତ ସଲେଇକନା ନିକଟରେ ପାହାଡରୁ ପାଣି ଆସି ଏକ ବନ୍ଧ ରହିଛି ଯାହାର ନାମ ରହିଛି ସୁନାଖଣି ଡ୍ୟାମ। ପ୍ରାଥମିକ ଭାବରେ ୧୯୭୯ମସିହାରେ ଏହାର ଖନନ ପ୍ରକ୍ରିୟା ପରେ ପୁଣି ୨୦୧୭ମସିହାରେ ଏଠାରେ ପୁଣି ସୁନାଖଣିର ପରୀକ୍ଷା କରାଯାଇଥିଲା ବୋଲି ଲୋକମାନେ କୁହନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଏକାଧିକ ସ୍ଥାନରେ ଏହି ସୁନାଖଣି ରହିଛି ବୋଲି କୁହାଯାଉଛି। ଏକଦା ବାଂଶପାଳ ବ୍ଲକର ଲୁହାକଳା, ରାକମ, କାଦକଳା ଆଦି ଅଞ୍ଚଳରେ ଉତ୍କୃଷ୍ଟମାନର ଲୁହାପଥର ଖଣି ରହିଥିବାେବେଳ ଏହା ନିକଟରେ ସୁନାଖଣିର ସନ୍ଧାନ ସାଧାରଣରେ ଉତ୍ସୁକତା ବଢ଼଼ାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଗୋପପୁର ସହିତ ଗାଜିପୁର, କୁଶକଳା, ଅଡାଳ ଓ ତେଲକୋଇ ବ୍ଲକର ସଲେଇକନା, ଡିମିରିମୁଣ୍ଡା ଓ କରଦାଙ୍ଗୀରେ ସୁନାଖଣି ଥିବା ଜଣାପଡ଼ିଛି। ତେବେ ୨୦୨୨ ମେ’ ମାସରେ ବାଂଶପାଳ ବ୍ଲକ ଗୋପପୁରରେ ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୬ ମାସ ଧରି ଏହାର ନମୁନା ସଂଗ୍ରହ ପରେ ଏହି ସୁନାର ମାନ ଅନୁଧ୍ୟାନ ହୋଇଥିଲା।ଏହାକୁ ନେଇ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ ହେବା ଆଶା ରହିଥିବାରୁ ସ୍ଥାନୀୟ ଲୋକଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। ସୁନା ଖଣିର ନମୁନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଟିମ୍‌‌ କଡା ସୁରକ୍ଷା ମଧ୍ୟରେ ଏହାର ସର୍ଭେ କାର୍ଯ୍ୟକୁ ଜୋରଦାର କରିଥିଲେ। ସେହିପରି ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହୀ ଗ୍ରାମରେ ଏହି ସୁନା ଖଣି ଥିବା ସାଟେଲାଇଟ୍‌‌ ମାଧ୍ୟମରୁ ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ଯାଞ୍ଚ କରଥିଲେ। ଜଳଡିହୀ ଗାଁ ସଂଲଗ୍ନ ଜଙ୍ଗଲ ନିକଟରେ ଏହି ସୁନା ଖଣି ଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଫଳରେ ସର୍ଭେ ଟିମ୍‌‌ ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଠାବ ହୋଇଥିବା ଅଞ୍ଚଳରେ ୧୫ଟି ଗର୍ତ୍ତ କରି ଏହାର ନମୁନା ସଂଗ୍ରହ କରିବା ସହ ଏହି ଗର୍ତ୍ତ ଗୁଡିକ ୧୦୦ ମିଟର ପର୍ଯ୍ୟନ୍ତ ଖୋଳାଯାଇ ବିଭିନ୍ନ ସ୍ତରକୁ ଯାଞ୍ଚ କରିବା ପରେ ସୁନାର ଅବସ୍ଥିତି ଥିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ରହିଥିବା ବେଳେ ସେଥିମଧ୍ୟରେ ଲୌହ, ମାଙ୍ଗାନିଜ, ବକ୍‌‌ସାଇଟ ଆଦି ରହିଛି। ଏବେ ସୁନା ଅଧିକ ମିଳିଲେ ଆନ୍ତର୍ଜାତିକ ସ୍ତରରେ ଏହି ଅଞ୍ଚଳର ବିକାଶ ହେବ ବୋଲି ଅଞ୍ଚଳବାସୀ କୁହନ୍ତି। ୮୦ ଦଶକରେ ଏହି ଅଞ୍ଚଳରେ ସୁନା ଖଣି ରହିଥିବା ଠାବ କରାଯାଇଥିଲା। ବେଶ କିଛି ବର୍ଷ ସର୍ଭେ କାର୍ଯ୍ୟ ଚାଲିବା ପରେ ବନ୍ଦ ହୋଇଯାଇଥିଲା। ଚଳିତ ଥର ସର୍ଭେ ସରିଥିଲେ ବି କେବେ ଏହା କାର୍ଯ୍ୟକାରୀ ହେବ ସେଥିନେଇ ଅଞ୍ଚଳବାସୀ ସନ୍ଦିହାନୀ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ସୁନାକୁ ନେଇ ବାରମ୍ୱାର ସର୍ଭେ କରାଯାଇଛି। ସୁନାର ଦର ଓ ଉତ୍ତୋଳନ ଖର୍ଚ୍ଚ ବାଦ ସେଠାରୁ ମିଳିବାକୁ ଥିବା ସୁନାର ପରିମାଣ ଅର୍ଥନୈତକ ଦୃଷ୍ଠିରୁ ସଠିକ ହେଉ ନ ଥିବାରୁ ଅର୍ଥାତ ସେଠାରେ ବହୁତ କମ ପରିମାଣ ସୁନା ବାହାରୁଥିବାରୁ ଏହାକୁ ସେ ସମୟରେ ବନ୍ଦ କରିଦିଆଯାଇଥିଲା ବୋଲି କୁହାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp