ଆକାଶରୁ ଖସିଲା ମୃତ୍ଯୁ: ଜଣେ ଶିକ୍ଷକଙ୍କ ସମେତ ୭୦ ଗୋରୁ ଓ ମେଣ୍ଢା ମୃତ

The Sakala Picture
Published On

କେନ୍ଦୁଝର/ଝୁମ୍ପୁରା/ଶୁଆକାଟୀ: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଶପାଳ ବ୍ଲକ ଅଞ୍ଚଳରେ ବଜ୍ରପାତ ହେବାରୁ ୭୦ ଗୋରୁ ଓ ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଝୁମ୍ପୁରା ଥାନା ଅଧିନସ୍ଥ ନହବଡା ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଘଡଘଡି ବର୍ଷା ହୋଇଥିଲା। ଏତିକିବେଳେ ନହବେଡା […]

କେନ୍ଦୁଝର/ଝୁମ୍ପୁରା/ଶୁଆକାଟୀ: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଶପାଳ ବ୍ଲକ ଅଞ୍ଚଳରେ ବଜ୍ରପାତ ହେବାରୁ ୭୦ ଗୋରୁ ଓ ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଝୁମ୍ପୁରା ଥାନା ଅଧିନସ୍ଥ ନହବଡା ପଞ୍ଚାୟତ ଅଞ୍ଚଳରେ ରବିବାର ଅପରାହ୍ନରେ ଘଡଘଡି ବର୍ଷା ହୋଇଥିଲା। ଏତିକିବେଳେ ନହବେଡା କାଞ୍ଜିପାଣି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ମହାନ୍ତ(୬୪) ତାଙ୍କ ଚାଷ ଜମିରେ ପାଣି ମଡାଇସାରି ବାଇକରେ ଜମିରୁ ପାଣିପମ୍ପ ଧରି ଘରକୁ ଫେରିବାକୁ ବାହାରୁଥିଲେ। ଏତିକିବେଳେ ତାଙ୍କ ଉପରେ ବଜ୍ରପାତ ପଡିଥିଲା। ଫଳରେ ଘଟଣାସ୍ଥଳରେହିଁ ପିତାମ୍ବରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ତାଙ୍କ ଠାରୁ କିଛି ଦୂରରେ ଛିଡା ହୋଇଥିବା ତାଙ୍କ ପୁଅ ଝସକେତନ ମହାନ୍ତ ମଧ୍ୟ ବଜ୍ରପାତରେ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଝୁମ୍ପୁରା ପୋଲିସ ଖବର ପାଇ ମୃତକଙ୍କ ଶବ ଜବତ କରିଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି।

ସେହି ନହବେଡା ପଚାଂୟତରର ପଦ୍ମ କେଶରପୁର ଠାରେ ଏକା ସମୟରେ ବଜ୍ରପାତ ହେବାରୁ ୨ ଗୋରୁ ମୃତ୍ୟୁ ମୁଖରେପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଶପାଳର କାଦକଳା ଠାରେ ବର୍ଷାକାରଣରୁ ଗୋରୁପଲ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ଏତିକିବେଳେ ସେହି ଗଛକୁ ବଜ୍ରପାତ ହୋଇଥିଲା। ଫଳରେ ଗଛ ତଳେ ଥିବା ୩୪ ଗୋରୁ ଓ ୩୮ ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଭାଲିଆ ଡାଳଠାରେ ମଧ୍ୟ ବଜ୍ରପାତରେ ୨ ଗୋରୁଙ୍କ ମୃତ୍ଯୁ ଘଟିଥି। ଖବର ପାଇ ବାଂଶପାଳ ତହସିଲଦାର ସେଠାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉଭୟ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

04 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର