କେନ୍ଦୁଝରରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

କେନ୍ଦୁଝର: କେନ୍ଦୁଝରରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମ ତଥା ଗାଁରୁ ସହର ଗମନାଗମନ ନିମନ୍ତେ ୭୪ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ମୀ ବସର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। କେନ୍ଦୁଝରଠାରେ କାର୍ଯ୍ୟକ୍ରମ ଅବସରରେ ମଞ୍ଚରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, […]

କେନ୍ଦୁଝର: କେନ୍ଦୁଝରରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମ ତଥା ଗାଁରୁ ସହର ଗମନାଗମନ ନିମନ୍ତେ ୭୪ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ମୀ ବସର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

କେନ୍ଦୁଝରଠାରେ କାର୍ଯ୍ୟକ୍ରମ ଅବସରରେ ମଞ୍ଚରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ଏଥିସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଏସ ଡି ସି ଅଧ୍ୟକ୍ଷ ଲକ୍ଷ୍ମୀ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାଗରୀକା ସାହୁ, କେନ୍ଦୁଝର ଜିଲ୍ଳାପାଳ ବିଶାଲ ସିଂହ ପ୍ରମୁଖ ମଂଚାସୀନ ଥିଲେ। ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ମୀ ବସ ଯୋଜନା ଗ୍ରାମାଞ୍ଚଳରୁ ସହରକୁ ଗମନା ଗମନର ପ୍ରମୁଖ ମାଧ୍ୟମ ଓ ଐତିହାସିକ ଯୋଜନା ବୋଲି କହିଥିଲେ। ବିଧାୟକ ବଦ୍ରୀ ନାରାୟଣ ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମା’ମାନେ, ଛାତ୍ରଛାତ୍ରୀ, ବରିଷ୍ଟ ନାଗରିକ ସମସ୍ତେ ସୁବିଧାରେ ଗାଁରୁ ସହରକୁ ଯାଇଆସି ପାରିବେ ବୋଲି କହିବା ସହିତ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଦିତ୍ୱୀୟ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଥିଲେ। ସଭାମଞ୍ଚ ନିକଟରୁ ସଦର ବ୍ଲକର ଶିରୀଶପାଳକୁ ପ୍ରଥମ ବସ ଗଡିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର