ଥମୁନି ହାତୀ ଉପଦ୍ରବ: ଗୋଟିଏ ରାତିରେ ଭାଙ୍ଗିଲେ ୬ ଘର

The Sakala Picture
Published On

ଚମ୍ପୁଆ: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ମାତ୍ର ଗତରାତିରେ ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଥିବା ଯଣାଯାଇଛି। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥି ମାନଙ୍କୁ ନିୟୋଜିତ […]

ଚମ୍ପୁଆ: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ମାତ୍ର ଗତରାତିରେ ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଥିବା ଯଣାଯାଇଛି। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥି ମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ହାତୀ ପଲଙ୍କୁ ଜନବସତି ଠାରୁ ଦୂରେଇ ଜଙ୍ଗଲ ମଧ୍ୟକୁ ପଠାଇବା ପାଇଁ ହାତୀସ୍କ୍ବାଡ ଗଠନ କରାଯାଇଛି। ମାତ୍ର ହାତୀ ଉପଦ୍ରବ କମିବା ବଦଳରେ ବଢ଼ିବାରେ ଲାଗିଛି। ଦିନ ବେଳା ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତିହେଲେ ଗାଁ ଭିତରକୁ ପ୍ରବେଶ କରି କ୍ଷୟକ୍ଷତି ଘଟାଉଛନ୍ତି। ଗତରାତିରେ ଏହି ଦୁଇଗୋଟି ହାତୀ ପତଳା ଅଞ୍ଚଳର କଞ୍ଚନୀ କାଳନ୍ଦୀ ଓ ମକୁରୁ ପାତ୍ରର ଘର ଭାଙ୍ଗି ଥିବା ବେଳେ ଗମ୍ଭାରିଆ ଅଞ୍ଚଳର ୪ ଗୋଟି ଘର ଭାଙ୍ଗିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

17 Jan 2022 By The Sakala

ଥମୁନି ହାତୀ ଉପଦ୍ରବ: ଗୋଟିଏ ରାତିରେ ଭାଙ୍ଗିଲେ ୬ ଘର

ଚମ୍ପୁଆ: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ମାତ୍ର ଗତରାତିରେ ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଥିବା ଯଣାଯାଇଛି। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥି ମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ହାତୀ ପଲଙ୍କୁ ଜନବସତି ଠାରୁ ଦୂରେଇ ଜଙ୍ଗଲ ମଧ୍ୟକୁ ପଠାଇବା ପାଇଁ ହାତୀସ୍କ୍ବାଡ ଗଠନ କରାଯାଇଛି। ମାତ୍ର ହାତୀ ଉପଦ୍ରବ କମିବା ବଦଳରେ ବଢ଼ିବାରେ ଲାଗିଛି। ଦିନ ବେଳା ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତିହେଲେ ଗାଁ ଭିତରକୁ ପ୍ରବେଶ କରି କ୍ଷୟକ୍ଷତି ଘଟାଉଛନ୍ତି। ଗତରାତିରେ ଏହି ଦୁଇଗୋଟି ହାତୀ ପତଳା ଅଞ୍ଚଳର କଞ୍ଚନୀ କାଳନ୍ଦୀ ଓ ମକୁରୁ ପାତ୍ରର ଘର ଭାଙ୍ଗି ଥିବା ବେଳେ ଗମ୍ଭାରିଆ ଅଞ୍ଚଳର ୪ ଗୋଟି ଘର ଭାଙ୍ଗିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର