ଲୁନାକୁ ଧକ୍କା ଦେଲା ଟ୍ରକ; ୧ ମୃତ , ୨ ଗୁରୁତର

The Sakala Picture
Published On

ଘଟଗାଁ: ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୦ ଖଜୁରିଜିଆଁଣି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁନାକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।  ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କେନ୍ଦୁଝର ପଟୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ଲୁନା ଗାଡିରେ ତିନିଜଣ ଯାତ୍ରୀ ଯାଉଥିବା ବେଳେ ପାରାଦୀପ ଆଭିମୁଖ୍ୟ ଯାଉଥିବା ଏକ ୧୪ ଚକିଆ […]

ଘଟଗାଁ: ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୦ ଖଜୁରିଜିଆଁଣି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁନାକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କେନ୍ଦୁଝର ପଟୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ଲୁନା ଗାଡିରେ ତିନିଜଣ ଯାତ୍ରୀ ଯାଉଥିବା ବେଳେ ପାରାଦୀପ ଆଭିମୁଖ୍ୟ ଯାଉଥିବା ଏକ ୧୪ ଚକିଆ ଲୁହାପଥର ବୋଝେଇ ଟ୍ରକ (ଓଡି ୧୧ ଟି ୪୨୫୪)ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଫଳରେ ଲୁନାରେ ଥିବା ବ୍ୟକ୍ତିମାନେ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟରାରେ ଅନ୍ୟ ଦୁଇଜଣଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବରା ପାଇ ଘଟଗାଁ ଦମକଳ ବାହିନୀ ଏବଂ ଢେଙ୍କିକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଏନଏଚଆଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମେଡିକାଲକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ କିମ୍ବା ଠିକଣା ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

19 Mar 2021 By The Sakala

ଲୁନାକୁ ଧକ୍କା ଦେଲା ଟ୍ରକ; ୧ ମୃତ , ୨ ଗୁରୁତର

ଘଟଗାଁ: ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୦ ଖଜୁରିଜିଆଁଣି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁନାକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। 

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ କେନ୍ଦୁଝର ପଟୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ଲୁନା ଗାଡିରେ ତିନିଜଣ ଯାତ୍ରୀ ଯାଉଥିବା ବେଳେ ପାରାଦୀପ ଆଭିମୁଖ୍ୟ ଯାଉଥିବା ଏକ ୧୪ ଚକିଆ ଲୁହାପଥର ବୋଝେଇ ଟ୍ରକ (ଓଡି ୧୧ ଟି ୪୨୫୪)ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଫଳରେ ଲୁନାରେ ଥିବା ବ୍ୟକ୍ତିମାନେ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟରାରେ ଅନ୍ୟ ଦୁଇଜଣଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବରା ପାଇ ଘଟଗାଁ ଦମକଳ ବାହିନୀ ଏବଂ ଢେଙ୍କିକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଏନଏଚଆଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମେଡିକାଲକୁ ପଠାଇ ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ କିମ୍ବା ଠିକଣା ମିଳିପାରିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର