ନାବାଳିକା ଦୁଷ୍କର୍ମକାରୀକୁ ୨୩ ବର୍ଷ ଜେଲ ସହ ୬୦ ହଜାର ଜରିମାନା ଆଦେଶ ଦେଲେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସ କୋର୍ଟ

The Sakala Picture
Published On

କେନ୍ଦୁଝର : ନାବାଳିକା ଦୁଷ୍କର୍ମକାରୀକୁ ୨୩ ବର୍ଷ ଜେଲ, ୬୦ ହଜାର ଜରିମାନା ଆଦେଶ ଦେଲେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସ କୋର୍ଟ। କେନ୍ଦୁଝର,୨୦/୧୨-କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ୨୦୧୬ ମସିହାରେ ଘଟିଯାଇଥିବା ବହୁ ଚର୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜଜ ଡ଼ଃ ଅନୀଲ କୁମାର ଦତ୍ତ ୨୩ ବର୍ଷ ଜେଲ ସହିତ ୬୦ ହଜାର ଜରିମନା ଆଦେଶ […]

କେନ୍ଦୁଝର : ନାବାଳିକା ଦୁଷ୍କର୍ମକାରୀକୁ ୨୩ ବର୍ଷ ଜେଲ, ୬୦ ହଜାର ଜରିମାନା ଆଦେଶ ଦେଲେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସ କୋର୍ଟ। କେନ୍ଦୁଝର,୨୦/୧୨-କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ୨୦୧୬ ମସିହାରେ ଘଟିଯାଇଥିବା ବହୁ ଚର୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜଜ ଡ଼ଃ ଅନୀଲ କୁମାର ଦତ୍ତ ୨୩ ବର୍ଷ ଜେଲ ସହିତ ୬୦ ହଜାର ଜରିମନା ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୋଡ଼ା ଥାନା କାଳିଆବେଡ଼ାରେ ୭/୨/୨୦୧୬ ତାରିଖରେ ଉକ୍ତ ଗ୍ରାମର ସୋନୁ ମହାକୁଡ ପଡୋଶୀ ଜଣେ ୧୩ ବର୍ଷୀୟ ଆଦିବାସୀ ବାଳିକାକୁ ଘରେ ବାପା ମା ନଥିବା ସୁଯୋଗରେ ନିଜ ଘରକୁ ଡାକି ଆଣିଥିଲେ। ସେତେବେଳେ ସୋନୁ ଘରେ ମଧ୍ୟ ସେହି ରାତ୍ରିରେ କେହି ନଥିଲେ। ଏହାର ସୁଯୋଗରେ ସେ ନାବାଳିକାକୁ ତାଙ୍କ ଘରକୁ ନଛାଡି ରାତ୍ରିରେ ଦୁସ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ପରଦିନ ସକାଳେ ପିଡିତାଙ୍କୁ ସୋନୁ ଘରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣକ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହାକୁ ଭିତ୍ତିକରି ପରିବାର ପକ୍ଷରୁ ଯୋଡ଼ା ଥାନାରେ ଏତଲା ଦେଇଥିଲେ । ପୋଲିସ ଜୋଡା ଥାନା କେଶ ନମ୍ବର ୨୦/୨୦୧୬,ଦଫା ୩୭୬(୨)(ଆଇ),୫୦୬, ଏବଂ ୬ ପୋକ୍ସ ଆକ୍ଟ ଅନୁସାରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସୋନୁ ମହାକୁଡ଼କୁ ଗିରଫକରି କୋର୍ଟଚାଲାଣ କରିଥିଲା।

ଏହି ଘଟଣାର ଶୁଣାଣି କରି ୧୨ ଜଣ ସାକ୍ଷୀଙ୍କୁ ଶୁଣିବା ପରେ ସୋନୁକୁ ଦୋଷୀ ସାବ୍ୟସ୍ତ କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ଡ଼ଃ ଅନୀଲ କୁମାର ଦତ୍ତ ଅଭିଯୁକ୍ତକୁ ୨୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜରିମାନା,ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଆଦେଶ ଦେଇଛନ୍ତି। ଏଥିସହ ପିଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସ କୋର୍ଟର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର