ଅନ୍ଧବିଶ୍ବାସ ନେଲା ଜୀବନ: ଗୁପ୍ତଧନ ଖୋଜିବାବେଳେ ମାଟି ତଳେ ପୋତି ହୋଇ ଘର ମାଲିକ ମୃତ

Madhusudan Das Picture
Published On

କେନ୍ଦ୍ରାପଡ଼ା: ଅନ୍ଧବିଶ୍ବାସ ପୁଣି ଜଣଙ୍କ ଜୀବନ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏପରି ଏକ ଅଘଟଣ ଘଟିଛି। ମୃତକ ହେଲେ, ଜଗବନ୍ଧୁ ମହାରଣା। ସୂଚନାନୁଯାୟୀ, ଜଗବନ୍ଧୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୩ଜଣ ଗୁଣିଆଙ୍କୁ ପୂଜାପାଠ ପାଇଁ ଡକାଇଥିଲେ। ପୂଜା ପାଇଁ ଘର ପାଖରେ ପ୍ରାୟ ୧୦ଫୁଟ୍‌ ଗଭୀର ଗାତ ଖୋଳିବାକୁ ଗୁଣିଆ ତାଙ୍କୁ କହିଥିଲେ। ସେମାନଙ୍କ କଥାନୁସାରେ ଜଗବନ୍ଧୁ ଗାତ ଭିତରେ ପଶି ମାଟି ଖୋଳୁଥିବା ବେଳେ ହଠାତ୍‌ ମାଟି ଧସି ଯାଇଥିଲା ଏବଂ ସେ ମାଟି ତଳେ ପୋତି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀମାନେ ଦୁଇଜଣ ଗୁଣିଆଙ୍କୁ ଅଟକ ରଖି ପୁଲିସ ଜିମା ଦେଇଥିଲେ। ନିକିରାଇ ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଅନ୍ୟ ଜଣେ ଗୁଣିଆ ଫେରାର ହୋଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ପୋଲିସର ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ଘରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିଥିଲା । ତେଣୁ ସେ ନେମାଳ ଅଞ୍ଚଳର ଜଣେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ତାନ୍ତ୍ରିକ ଜଗବନ୍ଧୁଙ୍କୁ କହିଥିଲେ ଘର ଚାରିପଟେ ଏକ ଅତୃପ୍ତ ଆତ୍ମା ବୁଲୁଛି । ଏହି ଅତୃପ୍ତ ଆତ୍ମାର ପ୍ରଭାବରେ ଘରେ ଅଶାନ୍ତି ଲାଗି ରହୁଛି। ଘର ପଛପଟ ଖୋଳିଲେ ମଣିଷ କଙ୍କାଳ ମିଳିବ । ଏହା ସହ ସୁନା ରୂପା ମଧ୍ୟ ମିଳିବ । ଗ୍ରହଶାନ୍ତି ହୋଇଯିବ। ଜଗବନ୍ଧୁ ତାନ୍ତ୍ରିକ କଥାରେ ରାଜିହୋଇ ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୭ଟାରେ ନେମାଳର ୩ ଜଣ ତାନ୍ତ୍ରିକ ଜଗବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ଜଗବନ୍ଧୁ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ଜଗବନ୍ଧୁଙ୍କ ବଡ଼ ଭାଇ ଚନ୍ଦ୍ରଭାନୁ ତାଙ୍କୁ ମାଟି ଖୋଳା କାର୍ଯ୍ୟରେ ସହଯୋଗ କରୁଥିଲେ । ଜଗବନ୍ଧୁ ଗାତରେ ପଶି ମାଟି ଖୋଳିଥିଲେ । ହେଲେ କିଛି ବାହାରି ନଥୁଲା । ତାନ୍ତ୍ରିକ  ଅଧିକ ମାଟି ଖୋଳିବା ପାଇଁ କହିଥିଲେ । ହେଲେ ଗାତରୁ ମାଟି ବାହାର କରୁଥିବା ବେଳେ ମାଟି ଅତଡା ଧସିଥିଲା । ଫଳରେ ଜଗବନ୍ଧୁ ଫସି ଅଣନିଃଶ୍ଵାସୀ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକିରେଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍‌, ମୋଟ୍ ୧୨ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସନ ଜାରି

17 Dec 2025 By Madhusudan Das

ଅନ୍ଧବିଶ୍ବାସ ନେଲା ଜୀବନ: ଗୁପ୍ତଧନ ଖୋଜିବାବେଳେ ମାଟି ତଳେ ପୋତି ହୋଇ ଘର ମାଲିକ ମୃତ

କେନ୍ଦ୍ରାପଡ଼ା: ଅନ୍ଧବିଶ୍ବାସ ପୁଣି ଜଣଙ୍କ ଜୀବନ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏପରି ଏକ ଅଘଟଣ ଘଟିଛି। ମୃତକ ହେଲେ, ଜଗବନ୍ଧୁ ମହାରଣା। ସୂଚନାନୁଯାୟୀ, ଜଗବନ୍ଧୁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୩ଜଣ ଗୁଣିଆଙ୍କୁ ପୂଜାପାଠ ପାଇଁ ଡକାଇଥିଲେ। ପୂଜା ପାଇଁ ଘର ପାଖରେ ପ୍ରାୟ ୧୦ଫୁଟ୍‌ ଗଭୀର ଗାତ ଖୋଳିବାକୁ ଗୁଣିଆ ତାଙ୍କୁ କହିଥିଲେ। ସେମାନଙ୍କ କଥାନୁସାରେ ଜଗବନ୍ଧୁ ଗାତ ଭିତରେ ପଶି ମାଟି ଖୋଳୁଥିବା ବେଳେ ହଠାତ୍‌ ମାଟି ଧସି ଯାଇଥିଲା ଏବଂ ସେ ମାଟି ତଳେ ପୋତି ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀମାନେ ଦୁଇଜଣ ଗୁଣିଆଙ୍କୁ ଅଟକ ରଖି ପୁଲିସ ଜିମା ଦେଇଥିଲେ। ନିକିରାଇ ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଅନ୍ୟ ଜଣେ ଗୁଣିଆ ଫେରାର ହୋଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁଯାୟୀ, ଜଗବନ୍ଧୁଙ୍କ ଘରେ ବିଭିନ୍ନ ପ୍ରକାରର ଅଶାନ୍ତି ଲାଗି ରହିଥିଲା । ତେଣୁ ସେ ନେମାଳ ଅଞ୍ଚଳର ଜଣେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ । ତାନ୍ତ୍ରିକ ଜଗବନ୍ଧୁଙ୍କୁ କହିଥିଲେ ଘର ଚାରିପଟେ ଏକ ଅତୃପ୍ତ ଆତ୍ମା ବୁଲୁଛି । ଏହି ଅତୃପ୍ତ ଆତ୍ମାର ପ୍ରଭାବରେ ଘରେ ଅଶାନ୍ତି ଲାଗି ରହୁଛି। ଘର ପଛପଟ ଖୋଳିଲେ ମଣିଷ କଙ୍କାଳ ମିଳିବ । ଏହା ସହ ସୁନା ରୂପା ମଧ୍ୟ ମିଳିବ । ଗ୍ରହଶାନ୍ତି ହୋଇଯିବ। ଜଗବନ୍ଧୁ ତାନ୍ତ୍ରିକ କଥାରେ ରାଜିହୋଇ ଯୋଜନା ମୁତାବକ ମଙ୍ଗଳବାର ସନ୍ଧ୍ୟା ୭ଟାରେ ନେମାଳର ୩ ଜଣ ତାନ୍ତ୍ରିକ ଜଗବନ୍ଧୁଙ୍କ ଘରେ ପହଞ୍ଚିଥିଲେ । ଜଗବନ୍ଧୁ ମାଟି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ଜଗବନ୍ଧୁଙ୍କ ବଡ଼ ଭାଇ ଚନ୍ଦ୍ରଭାନୁ ତାଙ୍କୁ ମାଟି ଖୋଳା କାର୍ଯ୍ୟରେ ସହଯୋଗ କରୁଥିଲେ । ଜଗବନ୍ଧୁ ଗାତରେ ପଶି ମାଟି ଖୋଳିଥିଲେ । ହେଲେ କିଛି ବାହାରି ନଥୁଲା । ତାନ୍ତ୍ରିକ  ଅଧିକ ମାଟି ଖୋଳିବା ପାଇଁ କହିଥିଲେ । ହେଲେ ଗାତରୁ ମାଟି ବାହାର କରୁଥିବା ବେଳେ ମାଟି ଅତଡା ଧସିଥିଲା । ଫଳରେ ଜଗବନ୍ଧୁ ଫସି ଅଣନିଃଶ୍ଵାସୀ ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକିରେଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର