ଉଦାହରଣ ପାଲଟିଛନ୍ତି ଦୃଷ୍ଟିହୀନ: ସାଇକେଲ, ଷ୍ଟୋଭ ଓ ବୈଦ୍ୟୁତିକ ଉପକରଣ ମରାମତି କରି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ

The Sakala Picture
Published On

କେନ୍ଦ୍ରାପଡା: ଆଖିକୁ କିଛି ଦେଖାଯାଉନି। ହେଲେ କାମ ତାଙ୍କର ଚମତ୍କାର। ଦୃଷ୍ଟିହୀନ ହୋଇ ମଧ୍ୟ ସାଇକେଲ ଠାରୁ ଆରମ୍ଭ କରି ଷ୍ଟୋଭ ଆଉ ବୈଦ୍ୟୁତିକ ଉପକରଣ ମରାମତି କରି ଅଞ୍ଚଳରେ ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି। ଏମିତିକି ଏହି ଦୃଷ୍ଟିହୀନଙ୍କ ହାତରେ କି ଯାଦୁ ଅଛି କେଜାଣି ଥରେ ଯେଉଁ ଜିନିଷ ମରାମତି କରନ୍ତି ଅନେକ ଦିନ ପର୍ଯ୍ଯନ୍ତ ତାହା ଖରାପ ହେବାର ନା ମଧ୍ୟ ନିଏନି। ନିଜର ସବୁ ଦୁଃଖ କଷ୍ଟ ଭୁଲି ଭଜନ ଜଣାଣ ଗାଇ […]

କେନ୍ଦ୍ରାପଡା: ଆଖିକୁ କିଛି ଦେଖାଯାଉନି। ହେଲେ କାମ ତାଙ୍କର ଚମତ୍କାର। ଦୃଷ୍ଟିହୀନ ହୋଇ ମଧ୍ୟ ସାଇକେଲ ଠାରୁ ଆରମ୍ଭ କରି ଷ୍ଟୋଭ ଆଉ ବୈଦ୍ୟୁତିକ ଉପକରଣ ମରାମତି କରି ଅଞ୍ଚଳରେ ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି। ଏମିତିକି ଏହି ଦୃଷ୍ଟିହୀନଙ୍କ ହାତରେ କି ଯାଦୁ ଅଛି କେଜାଣି ଥରେ ଯେଉଁ ଜିନିଷ ମରାମତି କରନ୍ତି ଅନେକ ଦିନ ପର୍ଯ୍ଯନ୍ତ ତାହା ଖରାପ ହେବାର ନା ମଧ୍ୟ ନିଏନି। ନିଜର ସବୁ ଦୁଃଖ କଷ୍ଟ ଭୁଲି ଭଜନ ଜଣାଣ ଗାଇ ସମସ୍ତ କାର୍ୟ୍ୟ କରିଥାନ୍ତି। ଅନ୍ୟ ଉପରେ ଭରସା ନକରି ବେଶ ଦୁଇ ପଇସା ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ପାଇଁ ଆଜି ଉଦାହରଣ ପାଲଟିଛନ୍ତି। ଆମେ କହୁଛୁ କେନ୍ଦ୍ରାପଡ଼ା ବଗଡ଼ା ପଞ୍ଚାୟତ ସୂର୍ଯ୍ଯପୁର ଗାଁର ଦିଲ୍ଲୀପ ବରାଳଙ୍କ(୪୦) କଥା। ତାଙ୍କର ସୁଲଳିତ କଣ୍ଠସ୍ୱରରେ ଭଜନ ଗାନ କରୁଥିବା ଏହି ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଦେଖି ଭାବୁଥିବେ ଯେ କେହି ଭାବିବ ଏଭଳି ଗୀତ ଗାଇ ସେ ଭିକ୍ଷାବୃତ୍ତି କରୁଥିବେ। କିନ୍ତୁ ନା ଏଭଳି ଭଜନ ଗାଇ ଈଶ୍ବରଙ୍କ ପାଖରେ ଅଭିମାନ କରୁଥିବା ଏହି ଦୃଷ୍ଟିବାଧିତ ବ୍ୟକ୍ତିଜଣଙ୍କ ଭିନ୍ନକ୍ଷମ ହୋଇ ସୁଦ୍ଧା କାହାରି ପାଖରେ ହାତ ନପାତି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସାଇକେଲ ମରାମତି, ଷ୍ଟୋଭ ମରାମତି, ବୈଦ୍ୟୁତିକ ଉପକରଣ ମରାମତି କରି ସମଗ୍ର ଅଞ୍ଚଳରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

ସେ ସକ୍ଷମ ଓ ବହୁ ଗୁଣସମ୍ପନ୍ନ ପ୍ରତିଭା । ଜନ୍ମର ଦେଢବର୍ଷ ପରେ ଗୋଟିଏ ଆଖି ଓ ଆଉ କିଛି ବର୍ଷ ମଧ୍ୟରେ ଅନ୍ୟଏକ ଆଖି ହରାଇ ଦୃଷ୍ଟିବାଧିତ ହୋଇପଡିଥିବା ବେଳେ କୌଣସି ବାଧାବିଘ୍ନ ତାଙ୍କର ପଥରୋଧ କରିପାରିନାହିଁ । ଜନ୍ମରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବେଳେ ମାଆଙ୍କୁ ପାରଲିସସ ହେବାରୁ ଏବେ ସେ ଶଯ୍ୟାଶାୟୀ। ମାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବା ସହ ସେବା କରି ଦୋକାନକୁ ଯାଇଥାନ୍ତି ଦିଲ୍ଲୀପ। ସେ ଏକାଧାରରେ ଜଣେ ସାଇକେଲ ମେକାନିକ ,ଷ୍ଟୋଭ ମେକାନିକ, ଇଲେକ୍ଟ୍ରିକ ମେକାନିକ ଭାବେ ଅଞ୍ଚଳରେ କାର୍ୟ୍ୟ କରି ଆସୁଛନ୍ତି । ଦୃଷ୍ଟିଶକ୍ତି ନଥାଇ ବି  ଗଭୀର ପୋଖରୀରେ ବେଶ ଭଲ ଭାବେ ସେ ପହଁରିପାରନ୍ତି। ଦୁଇ ଆଖି ନଥାଇ ମଧ୍ୟ ସେ ଯେଉଁ କାମ ବା ମରାମତି କରନ୍ତି ତାହା ଅନ୍ୟ କେହି ମଧ୍ୟ କରିପାରନ୍ତି ନାହିଁ ବୋଲି ମତପ୍ରକାଶ ପାଇଛି।  କେବଳ କାମରେ ନୁହେଁ ତାଙ୍କ ସୁମଧୁର ସ୍ୱରରେ ଗୋଟେ ଭଜନ କି ଜଣାଣ ଶୁଣିବାକୁ ଲୋକେ ଧାଇଁ ଆସିଥାନ୍ତି। ବିଭିନ୍ନ ଭଜନ, ଜଣାଣ, ପୁରୁଣା ଓ ନୂଆ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଆଉ ଆଲବମ ଗୀତ ଗାଇବାରେ ମଧ୍ୟ ସେ ପାରଙ୍ଗମ। ଏବେ ଦିଲ୍ଲୀପ ମାସିକ ୭୦୦ଟଙ୍କା ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଏହାଛଡା ସେ ରାସନ କାର୍ଡରେ ଚାଉଳ ଗହମ ପାଉଛନ୍ତି। ନିଜର ବ୍ୟବସାୟକୁ ବଢ଼େଇବାକୁ ପାଖରେ ଅର୍ଥ ନଥିବାରୁ ସେ ଟିକେ ଚିନ୍ତାରେ ରହିଛନ୍ତି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଲ୍ଲୀପଙ୍କୁ କିଛି ସରକାରୀ ସହାୟତା ମିଳିଲେ ନିଜର ଏହି ବ୍ୟବସାୟକୁ ସେ ବଢ଼ାଇପାରନ୍ତେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପଟ୍ଟାମୁଣ୍ତାଇରେ ଅଭବାନୀୟ ଘଟଣା: ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ

07 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର