ହେଲମେଟ୍‌ ଚେକିଙ୍ଗ ବେଳେ ପୁଲିସର ଦାଦାଗିରି, ଲାଠିମାଡରେ ଫାଟିଲା ଯୁବକଙ୍କ ମୁଣ୍ଡ

The Sakala Picture
Published On

କରଞ୍ଜିଆ : ଶରତ ଥାନାର ମହିଳା ପୁଲିସ ଅଧିକାରୀ ଜଣେ ଗର୍ଭବତୀ ମହିଳାଙ୍କୁ ୩ କି.ମି. ଚାଲି କରି ଯିବାକୁ ବାଧ୍ୟ କରି ନିଲମ୍ବିତ ହେବାର ୨୪ ଘଣ୍ଟା ନ ପୂରୁଣୁ କରଞ୍ଜିଆରେ ଦେଖାଦେଲା ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ୍‌ର ଲାଠି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାରୁ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି […]

କରଞ୍ଜିଆ : ଶରତ ଥାନାର ମହିଳା ପୁଲିସ ଅଧିକାରୀ ଜଣେ ଗର୍ଭବତୀ ମହିଳାଙ୍କୁ ୩ କି.ମି. ଚାଲି କରି ଯିବାକୁ ବାଧ୍ୟ କରି ନିଲମ୍ବିତ ହେବାର ୨୪ ଘଣ୍ଟା ନ ପୂରୁଣୁ କରଞ୍ଜିଆରେ ଦେଖାଦେଲା ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୁଲିସ୍‌ର ଲାଠି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାରୁ ଦେଖାଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ଘଟଣାରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା

ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ପୋଲିସ ହେଲିମେଟ୍‌ ଏବଂ ମାସ୍କ ଚେକିଂ କରୁଥିବା ବେଳେ କରଞ୍ଜିଆ ର ଜଣେ ଯୁବ ବ୍ୟବସାୟୀ  ନିଜ ଘରକୁ ଯାଉଥିବା ବେଳେ ପୁଲିସର ଆକ୍ରୋଶର ଶିକାର ହୋଇଥିଲେ ଓ ପୁଲିସର ଲାଠି ମାଡରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ପୁଲିସର ଚେକିଂ ଆଳରେ ଏପରି ପ୍ରତ୍ୟେକ ଦିନ ଛୋଟ ମୋଟ ଘଟଣାରେ ଲୋକେ ଅତିଷ୍ଠ ହୋଇଗଲେଣି । ତେବେ ଏଇ ଘଟଣା ପରେ ଆଜି ସାହାରପଡା ଛକ ନିକଟରେ ପୁଲିସର ଏପରି କାର୍ଯ୍ୟକୁ ଲୋକେ ବିରୋଧ କରି ପୁଲିସ ବିରୁଦ୍ଧରେ ନାରାବାଜି କରିବା ସହିତ ଚେକିଂ କରୁଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ  ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ

ତେବେ ଘଟଣା ସ୍ଥଳରେ ପ୍ରାୟ ଏକ ଘଣ୍ଟା କାଳ ପୁଲିସ କୁ ଘେରି ରଖିଥିଲେ ଉତ୍ୟକ୍ତ ଜନ ସାଧାରଣ । ସେଠାରେ ଘଟଣାର ସମାଧାନ ନହେବାରୁ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀ ଓ କରଞ୍ଜିଆ ଥାନା ଅଧିକାରୀଣି ସରୋଜିନୀ ସିଂଙ୍କୁ ରାସ୍ତାରେ ଚଲାଇ ଚାଲାଈ ନେଉଥିବାବେଳେ ଏସ ଡି ପି ଓ ସତ୍ୟବିକଶ ଭୂୟାଁ ପହଞ୍ଚିଥିଲେ ଓ ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାଇବାକୁ ଯାଇ ବିଫଳ ହୋଇଥିଲେ । ସେଠାରୁ ଉଭୟଙ୍କୁ କରଞ୍ଜିଆ ଡାକ୍ତରଖାନାରେ ପୁଲିସ ମାଡରେ ମୁଣ୍ଡ ଫାଟି ଚିକିତ୍ସିତ ହେଉଥିବା ଯୁବ ବ୍ୟବସାୟୀଙ୍କ ନିକଟକୁ ଯାଇ ତାଙ୍କ ଅଭିଯୋଗ ଶୁଣିବାକୁ ଦାବି ରଖିଥିଲେ । ତେବେ ପୁଲିସ ମଧ୍ୟ ଆକ୍ରୋଶ ଜନସାଧାରଣଙ୍କ ଆଗରେ ବିବସ ହୋଇ ଚାଲି ଚାଲି ଡାକ୍ତରଖାନାକୁ ଯାଇ ମୁଣ୍ଡ ଫାଟି ଥିବା ଯୁବଙ୍କଠାରୁ ଅଭିଯୋଗ ଶୁଣିଥିଲେ । ତେବେ ୪୭୪ ବାଟାଲିୟନର ସିପାହୀ ଆର.କେ ସିଂହ ଏବଂ କରଞ୍ଜିଆ ପୁଲିସ ଡ୍ରାଇଭର ତଥା ହୋମଗାର୍ଡ ମାନସ ରଞ୍ଜନ ସ୍ୱାଇଁକୁ ତୁରନ୍ତ ନିଲମ୍ବନ ପାଇଁ ଦାବି ରଖି ଉତ୍ୟକ୍ତ ଲୋକେ ପ୍ରାୟ ଦେଢ଼ ଘଣ୍ଟା ଧରି କରଞ୍ଜିଆ ଥାନାକୁ ଘେରାଉ କରି ରଖିଥିଲେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: ବିଜେଡ଼ି

ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ପରେ ପୁଲିସ୍‌ର ଉଚ୍ଚ ଅଧିକାରୀ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଆଲୋଚନା ପରେ ଉତ୍ତଜନା ହ୍ରାସ ପାଇଥିଲା । ଘଟଣା ପରେ ଅଭିଯୁକ୍ତ କନଷ୍ଟେବଳ ଆର.କେ. ସିଂହକୁ ମୟୂରଭଞ୍ଜ ଏସପି କାର୍ୟ୍ୟରୁ ନିଲମ୍ବନ କରିଥିବା ବେଳେ ଡ୍ରାଇଭର ମାନସ କୁମାର ସ୍ୱାଇଙ୍କୁ କାର୍ୟ୍ୟରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp