ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼

The Sakala Picture
Published On

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ସେପଟେ ଘଟଣା ପରେ ସହରବାସୀ ଏବେ ଆତଙ୍କିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, […]

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି । ସେପଟେ ଘଟଣା ପରେ ସହରବାସୀ ଏବେ ଆତଙ୍କିତ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଥିବା ନେହେରୁ ଛକ ନିକଟସ୍ଥ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଆଚାରୀ ଦୋକାନ ଖୋଲିବାକୁ ଆସି ଦୋକାନ ତାଲା ଖୋଲୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ହଠାତ୍ ଏକ ମୋଟରସାଇକେଲରେ ଆସି ପ୍ରଥମେ ସୁବାଷଙ୍କ ବାମ ହାତକୁ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଗୁଳିମାଡ କରି ସୁବାଷ ହାତରେ ଧରିଥିବା ଗହଣା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଆଖୁ ପିଛୁଳାକେ ଚମ୍ପଟ ମାରିଥିଲେ ତିନି ଦୁର୍ବୃତ୍ତ । ସେପଟେ ସକାଳୁ ସକାଳୁ ସହରର ମଧ୍ୟ ଭାଗରେ ଏଭଳି ଘଟଣାକୁ ଦେଖି ସହରବାସୀ ଆତଙ୍କିତ ଥିବା ବେଳେ ସରକାରଙ୍କ ଦ୍ବାରା ସହରରେ କରାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ଅକାମୀ ହୋଇପଡିଥିବା ଯୋଗୁଁ ଦୁର୍ବୃତ୍ତ ଏଭଳି କାଣ୍ଡ କରିବାକୁ ସାହାସ କରୁଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶୌଚ ହେବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp