ଶାଳ ଓ ଶିଆଳି ପତ୍ରରୁ ହୋଇଛନ୍ତି ସ୍ୱାବଲମ୍ବୀ; ୫୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର, ଦେଶ ବିଦେଶରୁ ମିଳୁଛି ଆଦର

The Sakala Picture
Published On

ଫୁଲବାଣୀ (ସଞ୍ଜୟ ପାତ୍ର ): ଉଦ୍ୟୋଗ ଛୋଟ ହେଉ କି ବଡ଼; ସଫଳତା ପାଇଁ ବଡ଼ ସ୍ୱପ୍ନ ଦେଖିବା ସହ ବଡ଼ ଉଦ୍ୟମ କରିବା ଜରୁରୀ। ଏମିତି ଉଦ୍ୟମ ପାଇଁ ଶାଳ ଓ ଶିଆଳି ପତ୍ରରୁ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଫୁଲବାଣୀର ବନାନୀ ରାଣ ପଟ୍ଟନାୟକ। ଏଥିରୁ ପ୍ରସ୍ତୁତ ଖଲିଦନା, କପ୍‌‌ପ୍ଲେଟର ଆଦର କେବଳ ଦେଶରେ ନୁହେଁ; ବରଂ ଜର୍ମାନୀ ଓ ଅଷ୍ଟ୍ରେଲିଆରୁ ମଧ୍ୟ ଆସୁଛି। ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ପ୍ରଥମେ ବନାନୀ […]

ଫୁଲବାଣୀ (ସଞ୍ଜୟ ପାତ୍ର ): ଉଦ୍ୟୋଗ ଛୋଟ ହେଉ କି ବଡ଼; ସଫଳତା ପାଇଁ ବଡ଼ ସ୍ୱପ୍ନ ଦେଖିବା ସହ ବଡ଼ ଉଦ୍ୟମ କରିବା ଜରୁରୀ। ଏମିତି ଉଦ୍ୟମ ପାଇଁ ଶାଳ ଓ ଶିଆଳି ପତ୍ରରୁ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଫୁଲବାଣୀର ବନାନୀ ରାଣ ପଟ୍ଟନାୟକ। ଏଥିରୁ ପ୍ରସ୍ତୁତ ଖଲିଦନା, କପ୍‌‌ପ୍ଲେଟର ଆଦର କେବଳ ଦେଶରେ ନୁହେଁ; ବରଂ ଜର୍ମାନୀ ଓ ଅଷ୍ଟ୍ରେଲିଆରୁ ମଧ୍ୟ ଆସୁଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ପ୍ରଥମେ ବନାନୀ ଏକ ଛୋଟ ପ୍ରୟାସ କରିଥିଲେ। ପରେ ସେ ଖଲିପତ୍ର ତିଆରି ପାଇଁ ନିଜସ୍ୱ ୟୁନିଟ୍‌‌ ପ୍ରତିଷ୍ଠା କରିଥିଲେ। ବନାନୀ ନିଜେ ସ୍ୱାବଲମ୍ବୀ ହେବା ସହିତ ୫୦ ଜଣ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି। ଗରିବ ଓ ଜନଜାତି ମହିଳାମାନଙ୍କୁ କାମ ଯୋଗାଇ ଦେଇ ଉନ୍ନତ ଜୀବନଶୈଳୀ ପ୍ରଦାନ କରିବାରେ ବନାନୀଙ୍କର ଏକ ବଡ଼ ଭୂମିକା ରହିଛି। ଫୁଲବାଣୀ ସହରର ମାଷ୍ଟରପଡ଼ାଠାରେ ‘ସାଇ ସ୍ୱପ୍ନା ଉଦ୍ୟୋଗ’ ନାମରେ ଏକ ୟୁନିଟ୍‌‌ ପ୍ରତିଷ୍ଠା କରି ଏଥିରେ ଜନଜାତି ମହିଳାଙ୍କୁ ନିୟୋଜିତ କରିଛନ୍ତି। ବନାନୀ କୁହନ୍ତି, ପ୍ରଥମେ ଦୁଇଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ। ଏବେ ତାଙ୍କ ୟୁନିଟ୍‌‌ରେ ୧୫ ଜଣ ମହିଳା ସ୍ଥାୟୀ ଭାବେ କର୍ମନିଯୁକ୍ତି ପାଇଥିବା ବେଳେ ୬୦ରୁ ୭୦ ଜଣ ମହିଳା ଆବଶ୍ୟକ ଅନୁଯାୟୀ ନିୟୋଜିତ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ଋଣ ଆଣି ପ୍ରାରମ୍ଭିକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ ବନାନୀ। ବର୍ତ୍ତର୍ମାନ ତାଙ୍କର କାରବାର କୋଟିଏରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଶାଳ ଓ ଶିଆଳି ଖଲିପତ୍ର ଥାଳି, କପ୍‌‌ ପ୍ଲେଟ୍‌‌ ଓ ଦନା ପ୍ରସ୍ତୁତ ପାଇଁ ସେ ପାଞ୍ଚ ପ୍ରକାର ମେସିନ୍‌‌ କିଣିଥିଲେ। ଏଭଳି ବ୍ୟବସାୟ ଆରମ୍ଭ ପୂର୍ବରୁ ବନାନୀଙ୍କର ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୂଳ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା। ତେବେ ତାଙ୍କ ସ୍ୱାମୀ ଭବାନୀ ପ୍ରସନ୍ନ ମହାନ୍ତି ତାଙ୍କୁ ଏଥିରେ ସହାୟତା କରିଥାନ୍ତି। ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଅଣସଂଗଠିତ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଜନଜାତି ମହିଳାମାନେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବନାନୀଙ୍କ ଉତ୍ପାଦନ ୟୁନିଟ୍‌‌ ପାଇଁ ଯୋଗାଇଥାନ୍ତି। ଆଦିବାସୀ ମହିଳାମାନେ ବନାନୀଙ୍କ ଏହି ୟୁନିଟ୍‌‌ରେ ପତ୍ର ସିଲେଇଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ୍‌‌ ପେପର୍‌‌ ବୋର୍ଡ କଟିଂ କରିବା ଏବଂ ମେସିନରେ ସିଲେଇ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରୀମାନେ ଘଣ୍ଟାକୁ ଏକ ହଜାରରୁ ଅଧିକ ପ୍ଲେଟ୍‌‌ ଓ ଥାଳି ପ୍ରସ୍ତୁତ କରନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏହି ୟୁନିଟ୍‌‌ ଆରମ୍ଭ କରିବା ପୂର୍ବରୁ ବନାନୀ ଏମ୍‌‌ଏସ୍‌‌ଏମ୍‌‌ଇ ପ୍ରଶିକ୍ଷଣ ନେଇଥିଲେ। କରୋନା ମହାମାରୀ ସମୟରେ ବନାନୀଙ୍କର ଏହି ପରିବେଶ ଅନୁକୂଳ ଖଲିପତ୍ର ବ୍ୟବସାୟ ଆଦିବାସୀ ମହିଳାମାନଙ୍କୁ ଅର୍ଥ ରୋଜଗାରର ପନ୍ଥା ଦେଖାଇଥିଲା। ତାଙ୍କର ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ଦେଶବିଦେଶରେ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଉତ୍ପାଦ ହେଉଥିବା ଏହି ଖଲି ଓ ଦନା ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା।

09 Apr 2023 By The Sakala

ଶାଳ ଓ ଶିଆଳି ପତ୍ରରୁ ହୋଇଛନ୍ତି ସ୍ୱାବଲମ୍ବୀ; ୫୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର, ଦେଶ ବିଦେଶରୁ ମିଳୁଛି ଆଦର

ଫୁଲବାଣୀ (ସଞ୍ଜୟ ପାତ୍ର ): ଉଦ୍ୟୋଗ ଛୋଟ ହେଉ କି ବଡ଼; ସଫଳତା ପାଇଁ ବଡ଼ ସ୍ୱପ୍ନ ଦେଖିବା ସହ ବଡ଼ ଉଦ୍ୟମ କରିବା ଜରୁରୀ। ଏମିତି ଉଦ୍ୟମ ପାଇଁ ଶାଳ ଓ ଶିଆଳି ପତ୍ରରୁ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଫୁଲବାଣୀର ବନାନୀ ରାଣ ପଟ୍ଟନାୟକ। ଏଥିରୁ ପ୍ରସ୍ତୁତ ଖଲିଦନା, କପ୍‌‌ପ୍ଲେଟର ଆଦର କେବଳ ଦେଶରେ ନୁହେଁ; ବରଂ ଜର୍ମାନୀ ଓ ଅଷ୍ଟ୍ରେଲିଆରୁ ମଧ୍ୟ ଆସୁଛି।

ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ପ୍ରଥମେ ବନାନୀ ଏକ ଛୋଟ ପ୍ରୟାସ କରିଥିଲେ। ପରେ ସେ ଖଲିପତ୍ର ତିଆରି ପାଇଁ ନିଜସ୍ୱ ୟୁନିଟ୍‌‌ ପ୍ରତିଷ୍ଠା କରିଥିଲେ। ବନାନୀ ନିଜେ ସ୍ୱାବଲମ୍ବୀ ହେବା ସହିତ ୫୦ ଜଣ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି। ଗରିବ ଓ ଜନଜାତି ମହିଳାମାନଙ୍କୁ କାମ ଯୋଗାଇ ଦେଇ ଉନ୍ନତ ଜୀବନଶୈଳୀ ପ୍ରଦାନ କରିବାରେ ବନାନୀଙ୍କର ଏକ ବଡ଼ ଭୂମିକା ରହିଛି। ଫୁଲବାଣୀ ସହରର ମାଷ୍ଟରପଡ଼ାଠାରେ ‘ସାଇ ସ୍ୱପ୍ନା ଉଦ୍ୟୋଗ’ ନାମରେ ଏକ ୟୁନିଟ୍‌‌ ପ୍ରତିଷ୍ଠା କରି ଏଥିରେ ଜନଜାତି ମହିଳାଙ୍କୁ ନିୟୋଜିତ କରିଛନ୍ତି। ବନାନୀ କୁହନ୍ତି, ପ୍ରଥମେ ଦୁଇଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ। ଏବେ ତାଙ୍କ ୟୁନିଟ୍‌‌ରେ ୧୫ ଜଣ ମହିଳା ସ୍ଥାୟୀ ଭାବେ କର୍ମନିଯୁକ୍ତି ପାଇଥିବା ବେଳେ ୬୦ରୁ ୭୦ ଜଣ ମହିଳା ଆବଶ୍ୟକ ଅନୁଯାୟୀ ନିୟୋଜିତ ହୋଇପାରିଛନ୍ତି।

ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର ଋଣ ଆଣି ପ୍ରାରମ୍ଭିକ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ ବନାନୀ। ବର୍ତ୍ତର୍ମାନ ତାଙ୍କର କାରବାର କୋଟିଏରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଶାଳ ଓ ଶିଆଳି ଖଲିପତ୍ର ଥାଳି, କପ୍‌‌ ପ୍ଲେଟ୍‌‌ ଓ ଦନା ପ୍ରସ୍ତୁତ ପାଇଁ ସେ ପାଞ୍ଚ ପ୍ରକାର ମେସିନ୍‌‌ କିଣିଥିଲେ। ଏଭଳି ବ୍ୟବସାୟ ଆରମ୍ଭ ପୂର୍ବରୁ ବନାନୀଙ୍କର ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୂଳ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା। ତେବେ ତାଙ୍କ ସ୍ୱାମୀ ଭବାନୀ ପ୍ରସନ୍ନ ମହାନ୍ତି ତାଙ୍କୁ ଏଥିରେ ସହାୟତା କରିଥାନ୍ତି। ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଅଣସଂଗଠିତ ଶ୍ରମିକଙ୍କ ଉପରେ ନିର୍ଭରଶୀଳ। ଜନଜାତି ମହିଳାମାନେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବନାନୀଙ୍କ ଉତ୍ପାଦନ ୟୁନିଟ୍‌‌ ପାଇଁ ଯୋଗାଇଥାନ୍ତି। ଆଦିବାସୀ ମହିଳାମାନେ ବନାନୀଙ୍କ ଏହି ୟୁନିଟ୍‌‌ରେ ପତ୍ର ସିଲେଇଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ୍‌‌ ପେପର୍‌‌ ବୋର୍ଡ କଟିଂ କରିବା ଏବଂ ମେସିନରେ ସିଲେଇ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି। ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରୀମାନେ ଘଣ୍ଟାକୁ ଏକ ହଜାରରୁ ଅଧିକ ପ୍ଲେଟ୍‌‌ ଓ ଥାଳି ପ୍ରସ୍ତୁତ କରନ୍ତି।

ଏହି ୟୁନିଟ୍‌‌ ଆରମ୍ଭ କରିବା ପୂର୍ବରୁ ବନାନୀ ଏମ୍‌‌ଏସ୍‌‌ଏମ୍‌‌ଇ ପ୍ରଶିକ୍ଷଣ ନେଇଥିଲେ। କରୋନା ମହାମାରୀ ସମୟରେ ବନାନୀଙ୍କର ଏହି ପରିବେଶ ଅନୁକୂଳ ଖଲିପତ୍ର ବ୍ୟବସାୟ ଆଦିବାସୀ ମହିଳାମାନଙ୍କୁ ଅର୍ଥ ରୋଜଗାରର ପନ୍ଥା ଦେଖାଇଥିଲା। ତାଙ୍କର ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ଦେଶବିଦେଶରେ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଉତ୍ପାଦ ହେଉଥିବା ଏହି ଖଲି ଓ ଦନା ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା।

https://www.thesakala.in/latest-odisha-news/kandhamal/self-supporting-from-sal-and-siali-plant-leaves-gave-employment-to-50-women/article-20591
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର