ଫୁଲବାଣୀ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କରେ ଋଣ ଜାଲିଆତି ମାମଲା: ସିବିଆଇକୁ ମାମଲା ହସ୍ତାନ୍ତର!

The Sakala Picture
Published On

ଫୁଲବାଣୀ: ଫୁଲବାଣୀ ଷ୍ଟେଟ୍‍ ବ୍ୟାଙ୍କରେ ଋଣ ଜାଲିଆତି ମାଧ୍ୟମରେ କୋଟି କୋଟି ଟଙ୍କା ଚଳୁ କରିନେବା ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଏଲ୍‍ଏଚ୍‍ଓର ଏକ ଭିଜିଲାନ୍‍ସ ତଦନ୍ତକାରୀ ଟିମ୍‍ ଫୁଲବାଣୀ ଶାଖା ସମେତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ବାରମ୍ବାର ଗସ୍ତ କରିବା ସହିତ ସମବାୟ ଋଣ ଜାଲିଆତିର ସାଂଘାତିକ ତଥ୍ୟ ଦେଖି ତାଜୁବ୍‍ ହୋଇଯାଇଛନ୍ତି। ଏଥିରେ କେବଳ ଯେ ବ୍ୟାଙ୍କ କର୍ମଚାରୀ ସାମିଲ ଅଛନ୍ତି ତାହା ନୁହେଁ; କିଛି ସରକାରୀ କର୍ମଚାରୀ ଓ ଦଲାଲ୍‍ଙ୍କ ସମେତ […]

ଫୁଲବାଣୀ: ଫୁଲବାଣୀ ଷ୍ଟେଟ୍‍ ବ୍ୟାଙ୍କରେ ଋଣ ଜାଲିଆତି ମାଧ୍ୟମରେ କୋଟି କୋଟି ଟଙ୍କା ଚଳୁ କରିନେବା ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ଭୁବନେଶ୍ୱର ଏଲ୍‍ଏଚ୍‍ଓର ଏକ ଭିଜିଲାନ୍‍ସ ତଦନ୍ତକାରୀ ଟିମ୍‍ ଫୁଲବାଣୀ ଶାଖା ସମେତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ବାରମ୍ବାର ଗସ୍ତ କରିବା ସହିତ ସମବାୟ ଋଣ ଜାଲିଆତିର ସାଂଘାତିକ ତଥ୍ୟ ଦେଖି ତାଜୁବ୍‍ ହୋଇଯାଇଛନ୍ତି। ଏଥିରେ କେବଳ ଯେ ବ୍ୟାଙ୍କ କର୍ମଚାରୀ ସାମିଲ ଅଛନ୍ତି ତାହା ନୁହେଁ; କିଛି ସରକାରୀ କର୍ମଚାରୀ ଓ ଦଲାଲ୍‍ଙ୍କ ସମେତ ଋଣ ଗ୍ରହିତା ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ବ୍ୟାଙ୍କ ଉଚ୍ଚ ଅଧିକାରୀ କହିଛନ୍ତି। ସମସ୍ତଙ୍କ ଅପରାଧିକ ସହଯୋଗରେ କୋଟି କୋଟି ଟଙ୍କାର ଜାଲିଆତି କରାଯାଇଥିବା ବ୍ୟାଙ୍କ ଅନ୍ତରୀଣ ତଦନ୍ତକାରୀ ଟିମ୍‍ ଜାଣିପାରିଛନ୍ତି। ଫଳରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସ୍ଥାନୀୟ ବ୍ୟାଙ୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀ ନାମ ଗୋପନ ରଖି ଏକଥା ସ୍ପଷ୍ଟ କରିଛନ୍ତି। ଫଳରେ ଏହି ବିରାଟ ଋଣ ଜାଲିଆତି ଓ ହଡ଼ପ ସ୍କାମରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ କରିବାକୁ ନେଇ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ଛନକା ପଶିଛି। ସିବିଆଇ ପ୍ରାଥମିକ ଭାବେ ଏହି ଅନୁରୋଧପତ୍ରକୁ ଗ୍ରହଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ତେବେ ସିବିଆଇ ପରେ ମନି ଟ୍ରେଲ୍‍କୁ ଜାଣିବା ପାଇଁ ଆଗକୁ ଇଡି(ଏନ୍‍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‍) ମଧ୍ୟ ତଦନ୍ତ କରିପାରେ ବୋଲି ଆଇନଜ୍ଞ ମତ ଦେଉଛନ୍ତି। ଷ୍ଟେଟ ବ୍ୟାଙ୍କ ସହିତ ସ୍ଥାନୀୟ କିଛି ରାଷ୍ଟ୍ରାୟତ ବ୍ୟାଙ୍କରେ ମଧ୍ୟ ଏପରି ହୋଇଥିବା ସୂଚନା ମିଳୁଥିବାରୁ ତଦନ୍ତକୁ ଜୋରଦାର କରିବାକୁ ସିବିଆଇ ଆଗାମୀ ଦିନରେ ଫୁଲବାଣୀମୁହାଁ ହେବା ନିଶ୍ଚିତ ବୋଲି କହିଛନ୍ତି ବ୍ୟାଙ୍କର ବରିଷ୍ଠ ଅଧିକାରୀ।

ସୂଚନାଯୋଗ୍ୟ ଯେ, ଅନ୍ୟ ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀ କୋଅପରେଟିଭ୍‍ ସଂସ୍ଥା ଖୋଲି ଫୁଲବାଣୀକୁ ଅନେକ ଲୋକଙ୍କ ଜମାଖାତା ଟ୍ରାନ୍ସଫର୍‍ କରିବା ସହିତ ଜାଲିଆତି କରି କୋଟି କୋଟି ଟଙ୍କାର ସମବାୟ ଓ ଅନ୍ୟ ଋଣ ଠକେଇ କରି ନେଇଛନ୍ତି। ପୂର୍ବରୁ ନୂଆଦିଲ୍ଲୀ ଏମସ୍‍(ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ)ର ସାଢ଼େ ଚାରି କୋଟି ଟଙ୍କାର ଚେକ୍‍ ଜାଲିଆତି ମାମଲା ଏହି ବ୍ୟାଙ୍କ ଶାଖାରେ ଅଭିଯୋଗ ପରେ ଇଡି ଦ୍ୱାରା ଏହାର ତଦନ୍ତ ହେଉଥିବା ବେଳେ ପୁଣି ଋଣ ଜାଲିଆତି ମାମଲା ସାମ୍ନାକୁ ଆସିଛି। ଫୁଲବାଣୀ ଯୋଗାଣ ବିଭାଗରେ କାର୍ଯ୍ୟରତ ଜନୈକ ମାର୍କେଟିଙ୍ଗ ଇନ୍‍ସ୍ପେକ୍ଟର ସମରେସ ଦାସଙ୍କର ଯାଜପୁର ବରିରେ ଏକ କୋଅପରେଟିଭ୍‍ ସୋସାଇଟି ରହିଛି। ସେଠିକାର କିଛି ଲୋକଙ୍କୁ ବୁଝାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୁଲବାଣୀ ଏସବିଆଇ ମୁଖ୍ୟ ଶାଖାକୁ ଟ୍ରାନ୍ସର୍ଫର କରିବା ପରେ ଋଣ ଉଠାଯାଇଛି। ଜଣକ ପିଛା ଅନ୍ତତଃ ପକ୍ଷେ ପ୍ରାୟ ୧୨ ଲକ୍ଷ ଟଙ୍କା ଲେଖାଏଁ ଋଣ ଉଠାଯାଇଛି। କାଗଜପତ୍ର ଜାଲିଆତି କରି ଏବଂ ବ୍ୟାଙ୍କ କର୍ମଚାରୀଙ୍କ ସଲାସୁତୁରାରେ ଏହି ଗୋଲକଧନ୍ଦା କରାଯାଇଥିବା ପ୍ରାଥମିକ ତଦନ୍ତ ବେଳେ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଜାଣିପାରିଛନ୍ତି। ଫଳରେ ପ୍ରାଥମିକ ଭାବେ ପ୍ରାୟ ଦଶ ଜଣଙ୍କର ଏପରି ହୋଇଥିବା ଜାଣିବା ପରେ ଭୁବନେଶ୍ୱର ଲୋକାଲ ହେଡ୍‍ ଅଫିସ(ଏଲଏଚଓ)କୁ ସୂଚିତ କରାଯାଇଥିଲା ଏବଂ ବ୍ୟାଙ୍କର ଏକ ଭିଜିଲାନସ୍‍ ଟିମ୍‍ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିଥିଲେ। ପରେ ଲଗାତାର ଭାବେ ଆସିବା ସହିତ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଏହା ସହିତ ଏହି ବ୍ରାଞ୍ଚର ତତ୍କାଳୀନ କର୍ମଚାରୀ ଫିଲ୍ଡ ଅଫିସର୍‍ ଆଶୁତୋଷ ଆଚାର୍ଯ୍ୟଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ବ୍ୟାଙ୍କ ଉଚ୍ଚ ଅଧିକାରୀ। ତାଙ୍କୁ ସ୍ଥାନୀୟ ଆରବିଓ ଅଫିସରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କ ବିରୋଧରେ ବହିଷ୍କାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିବା ବ୍ୟାଙ୍କ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ ଏହି ବ୍ରାଞ୍ଚ ବିରୋଧରେ ଦୁଇଟି ମାମଲାରେ ପୂର୍ବରୁ ଇଡି ଏବଂ ବର୍ତ୍ତମାନ ସିବିଆଇ ତଦନ୍ତ କରିବାକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର