ପୁଲିସକୁ ପୁଲିସର ମାଡ଼: ଗୃହରକ୍ଷୀଙ୍କୁ ମାଡ ମାରିଲେ ଥାନା ଅଧିକାରୀ

The Sakala Picture
Published On

ଫୁଲବାଣୀ: କନ୍ଧମାଳରେ ପୁଲିସ ବିଭାଗରେ ବିଚିତ୍ର ସ୍ଥିତି। ପୁଲିସ ମାଡ ମାରୁଛି ପୁଲିସ କର୍ମଚାରୀଙ୍କୁ। କୋଟଗଡ ଥାନା ଅଧିକାରୀ ଧିରଜ ଲେଙ୍କା ସେହି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀକୁ ପ୍ରବଳ ମାଡ ମାରିଛନ୍ତି । ଆହତ ଗୃହରକ୍ଷୀ ଆଜି ଫୁଲବାଣୀ ଆସି ଏସପି ବିନିତ୍‌ ଅଗ୍ରବାଲଙ୍କୁ ସାକ୍ଷାତ କରି ଗୁହାରି କରିଛନ୍ତି । ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଡିଏସପି (ଏଚଆରପିସି )ଙ୍କ ମାଧ୍ୟମରେ ଅଭିଯୋଗ ଦାଖଲ କରିଛନ୍ତି ପିଡିତ […]

ଫୁଲବାଣୀ: କନ୍ଧମାଳରେ ପୁଲିସ ବିଭାଗରେ ବିଚିତ୍ର ସ୍ଥିତି। ପୁଲିସ ମାଡ ମାରୁଛି ପୁଲିସ କର୍ମଚାରୀଙ୍କୁ। କୋଟଗଡ ଥାନା ଅଧିକାରୀ ଧିରଜ ଲେଙ୍କା ସେହି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀକୁ ପ୍ରବଳ ମାଡ ମାରିଛନ୍ତି । ଆହତ ଗୃହରକ୍ଷୀ ଆଜି ଫୁଲବାଣୀ ଆସି ଏସପି ବିନିତ୍‌ ଅଗ୍ରବାଲଙ୍କୁ ସାକ୍ଷାତ କରି ଗୁହାରି କରିଛନ୍ତି । ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି । ଡିଏସପି (ଏଚଆରପିସି )ଙ୍କ ମାଧ୍ୟମରେ ଅଭିଯୋଗ ଦାଖଲ କରିଛନ୍ତି ପିଡିତ ହୋମଗାର୍ଡ କବିଚନ୍ଦ୍ର ନାୟକ।

ଅଭିଯୋଗ ଅନୁଯାୟୀ, ହୋମଗାର୍ଡ କବିଚନ୍ଦ୍ର ୨୦୦୬ ମସିହାରୁ ହୋମଗାର୍ଡ ଭାବେ ଦିର୍ଘ ୧୬ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତେବେ ଚଳିତ ମାସ ଆଠ ତାରିଖ ଦିନ ଥାନାକୁ ଯାଇଥିବା ବେଳେ କୋଟଗଡ ଥାନା ଅଧିକାରୀ ଇନ୍ସପ୍‌କ୍‌ଟର ଧୀରଜ ଲେଙ୍କା ତାଙ୍କୁ ଗାଳିଗୁଲଜ କରିବା ସହିତ ପୂବରୁ ଜଣେ ଅଭିଯୁକ୍ତକୁ ମାରୁଥିବା ଲାଠିରେ ପ୍ରବଳ ମାଡ ମାରିଥିଲେ । ମିଛ କହି ଗୋଡ ଛୋଟା ହୋଇଛି କହି ଠକୁଛୁ ବୋଲି କହିଥିଲେ। ହାଜତରେ ପୁରାଇବାକୁ ମଧ୍ୟ ଉପସ୍ଥିତ ଥିବା ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ କହିଥିଲେ। ଏପରିକି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ପରେ ପରେ ଘରକୁ ଆସିବା ସହିତ ମୁଁ ଛୁଟିରେ ଚାଲିଆସିଥିଲି ବୋଲି କହିଛନ୍ତି ପୀଡିତ ହୋମଗାର୍ଡ । ଏହା ସହିତ ଥାନା ଅଧିକାରୀ ଶ୍ରୀ ଲେଙ୍କା ସାଧାରଣ ଲୋକଙ୍କୁ ମଧ୍ୟ ଅତ୍ୟନ୍ତ ଅମାନୁସିକ ଭାବେ ମାଡ ମାରୁଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ପୀଡିତ ହୋମଗାର୍ଡ । ଏପରିକି ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ।

ମାଡ ଖାଇବା ପରେ ଅତ୍ୟନ୍ତ ମାନସିକ ଅବସାଦରେ ରହିଛି ବୋଲି ସେ କହିଛନ୍ତି । ଏନେଇ ହୋମଗାର୍ଡ ସଂଘ ସମେତ ରାଜ୍ୟ ବରିଷ୍ଟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଲିଖିତ ଜଣାଇଛନ୍ତି । ଏସଆରପିସି ଡିଏସପିଙ୍କ ମାଧ୍ୟମରେ ଏସପିଙ୍କୁ ଭେଟିବା ପରେ ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ବିନିତ୍‌ ଅଗ୍ରବାଲ । ଏଠାରେ ସୂଚନା ଯୋଗ୍ୟ ଯେ ଘୁଉଦୟିଗିରି ଥାନା ଏସଆଇ ମଧ୍ୟ ନିର୍ଯ୍ୟାତନା ଅଭିଯୋଗରେ ଆତ୍ମହତ୍ୟା କରିଥିବା ନେଇ ଗୁରୁତର ଅଭିଯୋଗ ହେବା ସହିତ ପରିବାର ଲୋକଙ୍କ ଧାରଣା ହେତୁ ପୁଲିସ ପାଇଁ ଅତ୍ୟନ୍ତ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

12 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର