ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବେ କନ୍ଧମାଳବାସୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଅଧା ଜିଲ୍ଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‍ଥ କାର୍ଡ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପରେ ୧୬ ତମ ଜିଲ୍ଲା ଭାବେ କନ୍ଧମାଳ ସାମିଲ ହେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଜିଲ୍ଲାର ପ୍ରାୟ ୧.୬୭ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ସଞ୍ଜିବନୀ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର […]

ଭୁବନେଶ୍ୱର: ରାଜ୍ୟର ଅଧା ଜିଲ୍ଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‍ଥ କାର୍ଡ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପରେ ୧୬ ତମ ଜିଲ୍ଲା ଭାବେ କନ୍ଧମାଳ ସାମିଲ ହେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଜିଲ୍ଲାର ପ୍ରାୟ ୧.୬୭ ଲକ୍ଷ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ସଞ୍ଜିବନୀ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବେ। ଏହାପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‍ଥ କାର୍ଡ ବଣ୍ଟନ କରିବେ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆୟୋଜନ ସ୍ଥଳରେ ପହଞ୍ଚି ପ୍ରସ୍ତୁତି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କୁ ବିନା ମୂଲ୍ୟରେ ସ୍ମାର୍ଟ ସ୍ୱାସ୍ଥ୍ୟସେବାର ଯୋଗାଇ ଦେବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଗତ ଗତ ଅଗଷ୍ଟ ୨୦ରେ ମାଲକାନଗିରିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ଼଼, ବଲାଙ୍ଗୀର, ଗଜପତି, ପୁରୀ, ଦେବଗଡ଼଼, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା, ବରଗଡ଼଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ଆଜି ଉପରୋକ୍ତ ଦୁଇ ଜିଲ୍ଲା ରାଜ୍ୟ ସରକାରଙ୍କ ଏହି ଫ୍ଲାଗ୍‍ସିପ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି। ଆଜିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧ ଲକ୍ଷ ୫୮ ହଜାର ଲୋକ ଏହି ସ୍ମାର୍ଟ ହେଲ୍‍ଥ କାର୍ଡ ଯୋଜନାରେ ସାମିଲ ହେଲେଣି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର