ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା ମାଗି ୧ ଲକ୍ଷ ଟଙ୍କା ସଞ୍ଜିତ ପୁଞ୍ଜିକୁ ଜଗନ୍ନାଥ ମନ୍ଦିରକୁ ଦାନ କଲେ ତୁଳା ବେହେରା

The Sakala Picture
Published On

ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ […]

ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଂଚିତ କରି ରଖିଥିଲେ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ପ୍ରଥମେ ଦିବ୍ୟାଙ୍ଗ ସ୍ୱାମି ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିଜେ ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା ବେହେରା । ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ତିତିରେ ବୃଦ୍ଧା ଭିକାରୁଣି ମହିଳା ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ମନ୍ଦିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

16 Dec 2022 By The Sakala

ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା ମାଗି ୧ ଲକ୍ଷ ଟଙ୍କା ସଞ୍ଜିତ ପୁଞ୍ଜିକୁ ଜଗନ୍ନାଥ ମନ୍ଦିରକୁ ଦାନ କଲେ ତୁଳା ବେହେରା

ଫୁଲବାଣୀ: ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଜଣେ ଭିକାରୁଣୀ ବୃଦ୍ଧା ୧ ଲକ୍ଷ ଟଙ୍କା ଦାନ କରିଥିବା ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦) ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ୧ ଲକ୍ଷ ଟଙ୍କା ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଂଚିତ କରି ରଖିଥିଲେ ।

ପ୍ରଥମେ ଦିବ୍ୟାଙ୍ଗ ସ୍ୱାମି ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିଜେ ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା ବେହେରା । ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ତିତିରେ ବୃଦ୍ଧା ଭିକାରୁଣି ମହିଳା ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ମନ୍ଦିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

https://www.thesakala.in/latest-odisha-news/kandhamal/old-lady-beggar-donate-1-lakh-rupees-to-phulbani-jagannatha-temple/article-17415
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର