ଫୁଲବାଣୀର ଦଶମ ଶ୍ରେଣୀ ଛାତ୍ର ଏବେ ସାଇବର ଏକ୍ସପର୍ଟ

The Sakala Picture
Published On

ଫୁଲବାଣୀ: ବୟସ ମାତ୍ର ୧୫ ବର୍ଷ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏବେ ସେ ଦଶମ ଶ୍ରେଣୀର ଛାତ୍ର । କିନ୍ତୁ ଏବେ ସେ ପାଲଟିଛନ୍ତି ସାଇବର ଏକ୍ସପର୍ଟ । କମ୍ପ୍ଯୁଟର ୱେବ୍ ଦୁନିଆ ହ୍ୟାକର । ଜବତ କରିବା କଥା ତଥ୍ୟ ଚୋରି କରିବାକୁ ରୋକିବା ଦିଗରେ ବେଶ୍ ସଫଳତା ସହିତ କାର୍ଯ୍ଯ କରି ଲାଇବେରିଆରୁ  ପ୍ରଶଂସା ଓ ଚାକିରିର ଅଫର୍ ମିଳିଛି । ଏହି ସଫଳତା ପାଇଥିବା ଛାତ୍ର ହେଲେ ଫୁଲବାଣୀର ସୌମ୍ୟ […]

ଫୁଲବାଣୀ: ବୟସ ମାତ୍ର ୧୫ ବର୍ଷ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏବେ ସେ ଦଶମ ଶ୍ରେଣୀର ଛାତ୍ର । କିନ୍ତୁ ଏବେ ସେ ପାଲଟିଛନ୍ତି ସାଇବର ଏକ୍ସପର୍ଟ । କମ୍ପ୍ଯୁଟର ୱେବ୍ ଦୁନିଆ ହ୍ୟାକର । ଜବତ କରିବା କଥା ତଥ୍ୟ ଚୋରି କରିବାକୁ ରୋକିବା ଦିଗରେ ବେଶ୍ ସଫଳତା ସହିତ କାର୍ଯ୍ଯ କରି ଲାଇବେରିଆରୁ  ପ୍ରଶଂସା ଓ ଚାକିରିର ଅଫର୍ ମିଳିଛି । ଏହି ସଫଳତା ପାଇଥିବା ଛାତ୍ର ହେଲେ ଫୁଲବାଣୀର ସୌମ୍ୟ ରଞ୍ଜନ ସାହୁ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମ ର ଜଗନ୍ନାଥ ସାହିରେ ରହିଛନ୍ତି ସୌମ୍ୟ । ବର୍ତ୍ତମାନ୍ ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛନ୍ତି । କରୋନା ସମୟରେ ସ୍କୁଲ୍ ବନ୍ଦ ହୋଇଥିବା ବେଳେ ଘରେ ରହି ସମୟର ସଦୁପୋଯୋଗ କରି ସେ ଏବେ ପାଲଟିଛନ୍ତି ଜଣେ ଏଥିକାଲ ହ୍ୟାକର ଡିଜିଟାଲ୍ ତଥ୍ୟ ହ୍ୟାକର କରୁଥିବା ଖଳ ପ୍ରକୃତିର ଲୋକଙ୍କ ଉପରେ ନଜର ରଖିଛନ୍ତି  ଏହି ଏଥିକାଲ ହ୍ୟକ୍ଷକର ମାନେ ।  ଖଳ ପ୍ରକୃତିର ହ୍ୟକ୍ଷକରଙ୍କୁ ଚିହ୍ନଟ କରି ପୋଲିସ୍ ସେନା ସରକାର ଏବଂ ଏମିତି ଅଗଣିତ ଲୋକଙ୍କୁ ସହାୟତା ପ୍ରଦାନ କରନ୍ତି। ଫଳରେ ହ୍ୟକ୍ଷକର ମାନେ ଚିହ୍ନଟ ହେବା ସହିତ ଲୋକଙ୍କ ସମ୍ଯସ୍ଯାର ସାଧନ ହୋଇଥାଏ । କରୋନା ମହାମାରୀ ବେଳେ ବାପାଙ୍କ ମାଆଙ୍କ ସହ ହଟ କରି କମ୍ପ୍ଯୁଟର ଲ୍ୟାପଟପ୍ ଓ ମୋବାଇଲ୍ କିଣି ଏହି ଏଥିକାଲ ହ୍ଯାକର କୋର୍ସ କରିବା ସହିତ ଅନେକଙ୍କୁ ତାଲିମ୍ ମଧ୍ୟ ଦେଉଛନ୍ତି । ତେବେ ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଅର୍ଥ ମନ୍ତ୍ରାଳୟର ୱେବ୍ ପେଜ ହ୍ଯାକର ହେବା ସହିତ ପେଜ ମଧ୍ୟରେ ଅର୍ଥ ଆତ୍ମସାତ୍ କରୁଥିଲେ ହ୍ଯାକର । ଏହି ସୂଚନା ପାଇବା ପରେ ହ୍ଯାକରଙ୍କୁ ଟ୍ରାକ୍ କରିବା ସହିତ ଡିଜିଟାଲ୍ ପ୍ରମାଣ ସବୁ ପ୍ରଦାନ କରିଥିଲେ ଏବଂ ପେଜ ଠିକ୍ ହୋଇ ଯାଇଥିଲେ ପରେ ସେଠାକାର ସରକାର ବ୍ଲାକ୍ ହେଡ୍ ହ୍ଯାକରଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ସହିତ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ସୌମ୍ୟ ଙ୍କୁ।

ସୌମ୍ୟର ଏଭଳି କାର୍ଯ୍ଯକୁ ଦେଖି ଲିବେରିଆର ମନ୍ତ୍ରାଳୟରେ ଚାକିରି କରିବା ପାଇଁ ଆମନ୍ତ୍ରଣ କରିଥିଲେ। ସୌମ୍ୟ ଙ୍କ ଏଭଳି ନିଶା ଅନ୍ୟମାନଙ୍କ ପାଇଁ ଏହି ଫିଲ୍ଡ ପ୍ରତି ଆକର୍ଷଣ ସ୍ରୁଷ୍ଟି କରିଛି ପ୍ରଥମେ ପ୍ରଥମେ ବାପା ହେମନ୍ତ କୁମାର ସାହୁ ଓ ମାଆ ସଂଯୁକ୍ତା ସାହୁ ଏପରି ବିଷୟ ପ୍ରତି ପୁଅର ଆକର୍ଷଣ ଦେଖି ବିରକ୍ତି ହୋଇଥିବା ବେଳେ ପୁଅର କାର୍ଯ୍ଯକୁ ଦେଖି ପରେ ପରେ ସମସ୍ତେ ସହଯୋଗ କରିଥିଲେ। ସୌମ୍ୟ ବଡ଼ ହୋଇ ଆଗକୁ ଜଣେ ଓ.ଈ ଅଫିସର ହେବା ସ୍ୱପ୍ନ ରଖିଛନ୍ତି। ସ୍କୁଲର ପ୍ରଧାନ ଆଚାର୍ଯ୍ଯ ସମେତ ଗୁରୁଜୀ ଓ ଗୁରୁମା ମଧ୍ୟ ସୌମ୍ୟ ଙ୍କ ଏଭଳି କାର୍ଯ୍ଯକୁ ଦେଖି ଅଭିନନ୍ଦନ ଜଣାଇଛନ୍ତି। ସୌମ୍ୟ ଙ୍କ ସାଥିରେ ପଢୁଥିବା ସାଙ୍ଗ ସାଥୀମାନେ ଏଭଳି କାର୍ଯ୍ଯକୁ ପ୍ରସଂଶା କରିବା ସହ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ଓ ସୌମ୍ୟ ତାଙ୍କର୍ ପ୍ରେରଣା ବୋଲି କହିଛନ୍ତି। ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା ବେଳେ କମ୍ ବୟସର ହୋଇ ମଧ୍ୟ ସୌମ୍ୟ ସାଇବର କ୍ରାଇମ ହ୍ଯାକରଙ୍କୁ ରୋକିବାରେ ସମର୍ଥ ହୋଇଥିବା ଯୋଗୁ ଏବେ ସୌମ୍ୟ ରଞ୍ଜନଙ୍କୁ ବିଭିନ୍ ଆଡୁ ପ୍ରସଂଶାର ସୁଅ ଛୁଟୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର