ରକ୍ତଦାନକରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କନ୍ଧମାଳ: ରକ୍ତଦାନକରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଗତ ୨୩ ତାରିଖ ସୋମବାର ଦିନ ଫିରିଙ୍ଗିଆ ହସ୍ପିଟାଲରୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଇଥିଲେ ଏକ ୧୦୮ ଆମ୍ବୁଲାନ୍ସ ହେଲ୍ପର ସୁବଳ ବେହେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ଚିକିତ୍ସିତ ହେଉଥିବା କାଳୁଚରଣ ପାତ୍ରଙ୍କୁ ଗୋଟିଏ ୟୁନିଟ A+ ରକ୍ତ ଆବଶ୍ୟକ ଥିଲା। କାଳୁଚରଣ ରକ୍ତହୀନତାରେ ପୀଡିତ ହୋଇ ସେଠାରେ ଚିକିତ୍ସିତ ହେଉଥିଲେ। ରକ୍ତଭଣ୍ଡାରର ସେହି ଗୃପର ରକ୍ତ ଉପଲବ୍ଧ […]
କନ୍ଧମାଳ: ରକ୍ତଦାନକରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଗତ ୨୩ ତାରିଖ ସୋମବାର ଦିନ ଫିରିଙ୍ଗିଆ ହସ୍ପିଟାଲରୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଇଥିଲେ ଏକ ୧୦୮ ଆମ୍ବୁଲାନ୍ସ ହେଲ୍ପର ସୁବଳ ବେହେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ଚିକିତ୍ସିତ ହେଉଥିବା କାଳୁଚରଣ ପାତ୍ରଙ୍କୁ ଗୋଟିଏ ୟୁନିଟ A+ ରକ୍ତ ଆବଶ୍ୟକ ଥିଲା। କାଳୁଚରଣ ରକ୍ତହୀନତାରେ ପୀଡିତ ହୋଇ ସେଠାରେ ଚିକିତ୍ସିତ ହେଉଥିଲେ। ରକ୍ତଭଣ୍ଡାରର ସେହି ଗୃପର ରକ୍ତ ଉପଲବ୍ଧ ନ ଥିବାରୁ ଆମ୍ବୁଲାନ୍ସ ହେଲ୍ପର ସୁବଳ ବେହେରା ରକ୍ତଦାନକରି ରୋଗୀର ଜୀବ ବଞ୍ଚାଇଛନ୍ତି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଟାକିଆ ଗ୍ରାମର କାଳୁଚରଣ ପାତ୍ର ରକ୍ତହୀନତାରେ ପୀଡିତ ହୋଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ତୁରନ୍ତ ଏକ ୟୁନିଟ A+ ରକ୍ତ ଆବଶ୍ୟକ ହେଉଥିବାବେଳେ ରକ୍ତଭଣ୍ଡାରର ସେହି ଗୃପର ରକ୍ତ ଉପଲବ୍ଧ ନ ଥିଲା । ତେଣୁ ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ହେଲ୍ପର ସୁବଳ ବେହେରାଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରିଥିଲେ। ସୌଭାଗ୍ୟବଶତଃ ସୁବଳଙ୍କ ବ୍ଳଡ଼ ଗୃପ ମଧ୍ୟ A+ ରହିଥିଲା । ତେଣୁ ସୁବଳ କାଳବିଳମ୍ବ ନ କରି ସେହି ରୋଗୀଙ୍କ ପାଇଁ ରକ୍ତଦାନ କରିଥିଲେ। ଏହି ଘଟଣା ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ସାଧୁବାଦ ଜଣାଇଛନ୍ତି।