ଉତକେଲା ବିମାନବନ୍ଦର‘କୁ ମିଳିଲା ଡିଜିସିଏର ଅନୁମତି, ଖୁବଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବ। ଗତମାସରେ ଡିଜିସିଏ ଟିମ୍  ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି ପ୍ରଦାନ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି […]

ଭୁବନେଶ୍ବର : ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବ। ଗତମାସରେ ଡିଜିସିଏ ଟିମ୍  ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି ପ୍ରଦାନ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟର ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଗଲ୍‌ର ଚେତାବନୀ: ୧୦୦ କୋଟି ଫୋନ୍‌ରୁ ଡାଟା ଚୋରି ଭୟ


ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି। ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତକେଲା ବେଶ୍‍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ପୂର୍ବରୁ ଜୟପୁରରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ିହୋଇଛି ଭବନୀପାଟଣା । ମାଲକିନଗିରିରେ ମଧ୍ୟ ଏକ ଗ୍ରୀନଫିଲ୍ଡ ଏୟାରପୋର୍ଟର କାମ ଜାରି ରହିଛି, ଯାହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଉତକେଲା ବିମାନବନ୍ଦର‘ରୁ ବିମାନ ପାଇଁ ବିଜେଡ଼ି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବାରମ୍ବାର ରାଜ୍ୟସଭାରେ ଉଦବେଗ ପ୍ରକାଶ କରିଆସୁଥିଲେ। ଏନେଇ ବହୁବାର ସଂସଦରେ ମାନସ ରଞ୍ଜନ ମଙ୍ଗରାଜ ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ବିମାନ ଚଳାଚଳ ନିମନ୍ତେ ଦାବି କରିଆସୁଥିଲେ। ଓଡ଼ିଶାର ଜୟପୁର, ଉତ୍‍କେଲାକୁ ବିମାନ ପାଇଁ ଦାବି କରିଆସୁଥିବା ବେଳେ ଆଜି ସେହି ଦୁଇଟି ଦାବି ସଫଳ ହୋଇଛି।  ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ବିମାନ ଘାଟିରୁ ବିମାନ ଚଳାଚଳ ଆରମ୍ଭ କରିବା ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp