ଗଞ୍ଜେଇ ଚାଲାଣ ପାଇଁ ସେଫ ରୁଟ ପାଲଟିଛି- ଏନଏଚ ୨୬: ୫ଥାନା ସାମ୍ନା ଦେଇ ପାର ହେଉଛି, ଜାଣି ପାରୁନି ପୁଲିସ

The Sakala Picture
Published On

ଭବାନୀପାଟଣା,: କଳାହାଣ୍ଡି ଜିଲା ପୁଲିସ କିଛି ଦିନ ହେବ ଗଞ୍ଜେଇ ଧରପଗଡ଼ କରି ଚର୍ଚ୍ଚାରେ ରହିଛି। ତେବେ କେବଳ କେସିଙ୍ଗା ଥାନା ପୁଲିସ ହିଁ ଗଞ୍ଜେଇ ଧରୁଥିବା ବେଳେ ଜାତୀୟ ରାଜପଥ ନଂ-୨୬ର ଅନ୍ୟ ଥାନାର ପୁଲିସ ଏନେଇ ଖବର ନ ପାଇବା ପୁଲିସର ଅପାରଗତାକୁ ପଦାରେ ପକାଇଛି। କାରଣ ଜିଲା ଗୋଟାଏ ପଟର ସୀମାନ୍ତ ଥାନା ଅମପାଣି ଅଞ୍ଚଳରୁ ଜାତୀୟ ରାଜପଥରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲାର ଅନ୍ୟ ପଟର ସୀମାନ୍ତ ଥାନା […]

ଭବାନୀପାଟଣା,: କଳାହାଣ୍ଡି ଜିଲା ପୁଲିସ କିଛି ଦିନ ହେବ ଗଞ୍ଜେଇ ଧରପଗଡ଼ କରି ଚର୍ଚ୍ଚାରେ ରହିଛି। ତେବେ କେବଳ କେସିଙ୍ଗା ଥାନା ପୁଲିସ ହିଁ ଗଞ୍ଜେଇ ଧରୁଥିବା ବେଳେ ଜାତୀୟ ରାଜପଥ ନଂ-୨୬ର ଅନ୍ୟ ଥାନାର ପୁଲିସ ଏନେଇ ଖବର ନ ପାଇବା ପୁଲିସର ଅପାରଗତାକୁ ପଦାରେ ପକାଇଛି। କାରଣ ଜିଲା ଗୋଟାଏ ପଟର ସୀମାନ୍ତ ଥାନା ଅମପାଣି ଅଞ୍ଚଳରୁ ଜାତୀୟ ରାଜପଥରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲାର ଅନ୍ୟ ପଟର ସୀମାନ୍ତ ଥାନା କେସିଙ୍ଗାରେ ଏହି ଗଞ୍ଜେଇ ଧରପଡୁଛି। ପ୍ରାୟ ୫ଟି ଥାନା ଯଥା ଅମପାଣି, କୋକସରା, ଜୁନାଗଡ଼, ଭବାନୀପାଟଣା ଟାଉନ ଓ ସଦର ଥାନା ଦେଇ ଏହା ଚାଲାଣ ହେଉଛି। ତେବେ ପୁଲିସର ଚେକିଂ କିମ୍ବା ବ୍ଳକିଙ୍ଗ ହେଉ ନ ଥିବାରୁ ଏହି ଜାତୀୟ ରାଜପଥ ଏବେ ଗଞ୍ଜେଇ ଚାଲାଣ କାରୀଙ୍କ ପାଇଁ ସେଫ ରୁଟ ସାଜିଥିବା ଜଣାପଡିଛି।

ପ୍ରକାଶ ଯେ, ଶନିବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଶାଢୀ ନେଇ ଯାଉଥିବା ବୋଲେରରୁ ଶାଢ଼ୀ ଭିତରୁ ହିଁ ୨୨୦ ପେକେଟ(୧୬୬ କେଜି) ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ ବୋଲେରୋ ଗାଡ଼ି(ଜେଏଚ୍ ୦୫ ଏକ୍ସ ୬୨୬୩)ରୁ ଗଞ୍ଜେଇ ଜବତ କରିଛି। ବୋଲେରୋ ଗାଡ଼ିଟି ମାଲକାନଗିରି ଜିଲ୍ଲାରୁ ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଆମପାଣି, କୋକସରା, ଜୁନାଗଡ଼ ଏବଂ ଭବାନୀପାଟଣା ଟାଉନ ଓ ସଦର ଥାନା ପାର ହୋଇ କେସିଙ୍ଗା ସହର ଦେଇ ବଲାଙ୍ଗିର ପଟକୁ ଯାଉଥିଲା। ଏହି ସମୟରେ ପୁଲିସ ବୋଲେରୋ ଗାଡ଼ିକୁ ଅଟକାଇ ସନ୍ଦେହରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଶାଢ଼ୀ ରହିଥିଲା ବେଳେ ଶାଢ଼ୀ ଭିତରୁ ଗଞ୍ଜେଇ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ସେହିପରି ଏହା ପୂର୍ବରୁ କେସିଙ୍ଗା ଥାନା ଅଧିନ କଣ୍ଡେଲ ପଞ୍ଚାୟତର ସିନ୍ଦୀବାହାଳି ଗ୍ରାମରେ ଚଢ଼ାଉ କରି ୨.୪୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଏହାସହ ଗତ ଜୁନ ୨୭ ତାରିଖରେ ଉପରୋକ୍ତ ଜାତୀୟ ରାଜପଥର ଅମାଠ ଛକ ଠାରେ ଏକ ବୋଲେରୋ ରେ ଚାଲାଣ ହେଉଥିବା ୭୮ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା। ଏବଂ ଏହି ମାସ ୨୯ ତାରିଖରେ ପୁଣି ଏକ କାରରେ ଚାଲାଣ ହେଉଥିବା ୮୦ କେଜି ଗଞ୍ଜେଇ ଜବତ କରି ଦୁଇଜଣଙ୍କୁ ପୁଲିସ ଗିରଫ କରିଥିଲା।

ବିଗତ ଦୁଇ ମାସ ମଧ୍ୟରେ ଗଞ୍ଜେଇ ଚାଲାଣକୁ ରୋକିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ପ୍ରଶଂସା ସାଉଁଟିଛି କେସିଙ୍ଗା ପୁଲିସ। ଅନ୍ୟପକ୍ଷରେ ଜାତୀୟ ରାଜପଥ କଡରେ ଥିବା ଅମପାଣି, କୋକସରା, ଜୁନାଗଡ଼ ଏବଂ ଭବାନୀପାଟଣା ଟାଉନ ଓ ସଦର ଥାନା ପୁଲିସକୁ କିନ୍ତୁ ବାଦନାମୀ ମୁଣ୍ଡାଇବାକୁ ପଡିଛି। କାରଣ ଏହି ଥାନା ସମ୍ମୁଖ ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିଲେ ମଧ୍ୟ ପୁଲିସ ଜାଣିପାରୁ ନାହିଁ। ଅନ୍ୟପକ୍ଷରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଅଧିକା ସୂଚନା ସଂଗ୍ରହ କରିବାରୁ ଏକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ଏହି ଚାଲାଣକାରୀ ମାନଙ୍କୁ ଥାନା ସୀମା ପାର କରେଇବାକୁ ସ୍ଥାନୀୟ ଯୁବକ ମାନେ ଏସ୍କର୍ଟ ଭାବେ କାର୍ଯ୍ଯ କରିଥାନ୍ତି। ଏବଂ ଗଞ୍ଜେଇ ଚାଲାଣ ଗାଡିର ଆଗରେ ଆଗରେ ବିଭିନ୍ନ ମାରଣାସ୍ତ୍ର ଧରି ଯୁବକ ମାନେ ଯାଉଥିବା ଜଣାପଡିଛି। ଏହି ଯୁବକ ମାନଙ୍କ ସହ ମୁଖ୍ୟ ବ୍ୟବସାୟୀ ରହୁଥିବା ବେଳେ ଗଞ୍ଜେଇ ଗାଡିର ଡ୍ରାଇଭର ଓ ସହାୟକ ହିଁ ପୁଲିସ ହାବୁଡ଼ରେ ପଡ଼ୁଛନ୍ତି। ପରେ ସେମାନଙ୍କ ପୂର୍ବ ଚୁକ୍ତି ଅନୁସାରେ ବ୍ୟବସାୟୀ ସେମାନଙ୍କୁ ଜେଲରୁ ମୁକୁଳାଇ ଥାନ୍ତି। ପୁଲିସ କବଜାରେ କେବଳ ଡ୍ରାଇଭର ଓ ସହାୟକ ମାନଙ୍କୁ ଧରୁ ଥିବା ବେଳେ ମୁଖ୍ୟ ବ୍ୟବସାୟୀ ଖସି ଯାଇଥାନ୍ତି। ଏବଂ ବ୍ୟବସାୟୀ ପୁନର୍ବାର ଏହି ବେଆଇନ ଚାଲାଣ କରିଥାନ୍ତି। ଯାହା ପୁଲିସ ସର୍ବସାଧାରଣରେ ପ୍ରକାଶ କରିନଥାଏ। ତେବେ ଜିଲା ସିମନ୍ତବର୍ତୀ ଥାନା ଓ ଜାତୀୟ ରାଜପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଗୁଡିକରେ ଚେକିଂ ଓ ବ୍ଳକିଙ୍ଗ କଲେ ବହୁ ବେଆଇନ ବ୍ୟବସାୟ ଉପରେ ରୋକ ଲଗାଯାଇ ପାରିବ।

18 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର