ବିଜେପି ରାଜ୍ୟ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ, କଂଗ୍ରେସ ଏବେ ଭାଇ-ଭଉଣୀ ଦଳ: ନଡ୍ଡା

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ସମସ୍ତ ନୀତି ଏବଂ କାର୍ଯ୍ୟକ୍ରମରେ ସମାଜର ସବୁବର୍ଗର ଲୋକଙ୍କ କଲ୍ୟାଣ ନିହିତ ରହିଛି । କେନ୍ଦ୍ରର ଜନକଲ୍ୟାଣକାରୀ ନୀତିରୁ ଓଡ଼ିଶାର ଜନସାଧାରଣମାନେ ଉପକୃତ ହୋଇପାରୁଛନ୍ତି । ପିଏମ ଆବାସ ଯୋଜନାରେ ଓଡ଼ିଶାରେ ୨୪ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଓଡ଼ିଶାର ୪୩ ଲକ୍ଷ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଯାଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୭୨ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ସମସ୍ତ ନୀତି ଏବଂ କାର୍ଯ୍ୟକ୍ରମରେ ସମାଜର ସବୁବର୍ଗର ଲୋକଙ୍କ କଲ୍ୟାଣ ନିହିତ ରହିଛି । କେନ୍ଦ୍ରର ଜନକଲ୍ୟାଣକାରୀ ନୀତିରୁ ଓଡ଼ିଶାର ଜନସାଧାରଣମାନେ ଉପକୃତ ହୋଇପାରୁଛନ୍ତି । ପିଏମ ଆବାସ ଯୋଜନାରେ ଓଡ଼ିଶାରେ ୨୪ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଓଡ଼ିଶାର ୪୩ ଲକ୍ଷ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଯାଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୭୨ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ୪୦ ଲକ୍ଷ କୃଷକଙ୍କୁ ପ୍ରାୟ ୬୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଯେତେବେଳେ ଯାହା ଆବଶ୍ୟକ କରିଛି ମୋଦୀ ସରକାର ସବୁବେଳେ ସହାୟତା କରିବାକୁ ଆଗେଇ ଆସିଛନ୍ତି । ମାତ୍ର ଓଡ଼ିଶା ଓ ଦେଶର ଅନ୍ୟ ରାଜନୈତିକ ଦଳଗୁଡ଼ିକ ପରିବାରବାଦକୁ ପ୍ରୋତ୍ସାହିତ କରୁଛନ୍ତି । କଂଗ୍ରେସ ଏବେ ଭାଈ-ଭଇଣୀ ଦଳରେ ପରିଣତ ହୋଇଛି । ତେଣୁ ଓଡ଼ିଶାର ଲୋକେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ରାଜ୍ୟ ବିଜେପି ପକ୍ଷରୁ ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶ୍ରୀ ନଡ୍ଡା ବିଜେପିକୁ ଦେଶର ଏକମାତ୍ର ବୈଚାରିକ ଦଳ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପରିବାରବାଦର ମୁଖ୍ୟ ପୃଷ୍ଠପୋଷକ ପାଲଟିଛି; ଦଳ ଏବେ ଭାଇ-ଭଉଣୀଙ୍କ ମଧ୍ୟରେ ସୀମିତ । ରାଷ୍ଟ୍ରୀୟସ୍ତରରେ ବିଭିନ୍ନ ରାଜ୍ୟରେ ପରିବାରବାଦକୁ ବିଭିନ୍ନ ଦଳ ପ୍ରୋତ୍ସାହିତ କରୁଛନ୍ତି । ମାତ୍ର ବିଜେପି ସର୍ବଦା ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ନୀତିରେ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହି ଅବସରରେ ସେ ଧାରା ୩୭୦ର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ, କରୋନା ମହାମାରୀ ମୁକାବିଲାରେ କେନ୍ଦ୍ର ସରକାରଙ୍କ ସଫଳତା, ୧୦୦ଟି ଦେଶକୁ କରୋନା ଟୀକା ପ୍ରଦାନ, ବିଶ୍ୱରେ ଭାରତକୁ ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥା କରିବା ଦିଗରେ ମୋଦୀ ସରକାରଙ୍କ ଉପଲବ୍ଧତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ ଜଳଜୀବନ ମିଶନ ଅଧିନରେ ଓଡ଼ିଶାକୁ ପ୍ରାୟ ୩୩୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ବ୍ରହ୍ମପୁରଠାରେ୧୫୨୮ କୋଟି ଟଙ୍କା ବିନିମୟରେ ଆଇଆଇଏସଇ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିଛନ୍ତି । ଏମ୍ସଠାରୁ ଆଇଆଇଏମ ଏବଂ ମେଡିକାଲ କଲେଜ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଓଡ଼ିଶାକୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯାଇଛି । ଓଡ଼ିଶାର ପ୍ରାୟ ୧୫ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓଡ଼ିଶାରୁ ହୋଇଛନ୍ତି । ଅନ୍ୟପକ୍ଷରେର ।ଜ୍ୟ ସରକାର ଆୟୁଷ୍ମାନ ଭାରତ ପରି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନାହାନ୍ତି । ଅତଏବ ଏହି ସରକାରକୁ ବଦଳେଇବାକୁ ରାଜ୍ୟବାସୀ ମନବଳାଇ ସାରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଉଦ୍‌ବୋଧନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ସମ୍ପର୍କରେ ଉଲ୍ଲେଖ କରିବା ସହ ଏହାଦ୍ୱାରା ଓଡ଼ିଶା କିପରି ଲାଭାନ୍ୱିତ ହେଉଛି ତାହାର ଅବତାରଣା କରିଛନ୍ତି । ଏହି ଅବସରରେ ସେ ରାଜ୍ୟବ୍ୟାପୀ ୩୬ ହଜାର ବୁଥ୍‌କୁ ସଶକ୍ତ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରୁ ସେ ଜନତା ମଇଦାନକୁ ଆସି ରାଜ୍ୟର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ପ୍ରାୟ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ, ସହ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର, ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

30 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର