ବଚସା ନେଲା ଉଗ୍ରରୂପ: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ..

The Sakala Picture
Published On

ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ […]

ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ପୁଲିସ କବଜାରେ ରିକଭରି ଏଜେଣ୍ଟ, ମହଙ୍ଗା ପଡ଼ିଲା ଗାଡ଼ି ଭିଡ଼ିନେବା ...

ସୂଚନା ଅନୁସାରେ, ରଜତ ଗତ କାଲି ସକାଳୁ ଘରୁ ବାହାରି ଛକକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଆଜି ସକାଳୁ ରଜତଙ୍କର ଜ‌ଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ସେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫର୍ମ ହାଉସ୍‌କୁ ଟେକି ନେଇ ମାର୍‌ପିଟ୍‌ କରିବା ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ଲଇକେରା ପୁଲିସ୍‌ କୁଲେମୁରା ଗ୍ରାମରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସେପଟେ, ଏହି ଘଟଣାରେ ପୁୁରୁଣା ରାଜନୈତିକ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଅନ୍ଧାରରେ ପୂଜା ପାଉଛନ୍ତି ମା’ ତାରାତାରିଣୀ; ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ

Join Us @ WhatsApp

About The Author

Google News
Join Us @ WhatsApp