ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବଚସା ନେଲା ଉଗ୍ରରୂପ: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ..

The Sakala Picture
Published On

ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ […]

ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ସୂଚନା ଅନୁସାରେ, ରଜତ ଗତ କାଲି ସକାଳୁ ଘରୁ ବାହାରି ଛକକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଆଜି ସକାଳୁ ରଜତଙ୍କର ଜ‌ଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ସେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫର୍ମ ହାଉସ୍‌କୁ ଟେକି ନେଇ ମାର୍‌ପିଟ୍‌ କରିବା ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ଲଇକେରା ପୁଲିସ୍‌ କୁଲେମୁରା ଗ୍ରାମରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସେପଟେ, ଏହି ଘଟଣାରେ ପୁୁରୁଣା ରାଜନୈତିକ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

06 Dec 2024 By The Sakala

ବଚସା ନେଲା ଉଗ୍ରରୂପ: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ..

ଝାରସୁଗୁଡା: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ କ୍ଷେତରେ ଫିଙ୍ଗିଦେଲେ। ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ । ସୂଚନା ପାଇ ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମୁନ୍ଦ୍ରାଜୋର୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରଜତଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି। ଅପରପକ୍ଷେ ୨ ଜଣ ସନ୍ଦିଗ୍ଧ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

ସୂଚନା ଅନୁସାରେ, ରଜତ ଗତ କାଲି ସକାଳୁ ଘରୁ ବାହାରି ଛକକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଆଜି ସକାଳୁ ରଜତଙ୍କର ଜ‌ଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ସେ ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫର୍ମ ହାଉସ୍‌କୁ ଟେକି ନେଇ ମାର୍‌ପିଟ୍‌ କରିବା ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ଲଇକେରା ପୁଲିସ୍‌ କୁଲେମୁରା ଗ୍ରାମରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସେପଟେ, ଏହି ଘଟଣାରେ ପୁୁରୁଣା ରାଜନୈତିକ ଶତ୍ରୁତା ମଧ୍ୟ ଅନ୍ୟତମ କାରଣ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର