ବେଇମାନୀ କଳଙ୍କରୁୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନୀର କାମ କରିଥିବା ଲୋକଙ୍କୁ ବେଇମାନ କହିଲେ ବାଧୁଛି କାହିଁକି?

Madhusudan Das Picture
Published On

ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଇମାନି ଟିପ୍ପଣୀ  ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ଓ ତାଙ୍କ ମା’ କଳ୍ପନା ଢେ଼ାଲକିଆଙ୍କ ମନ୍ତବ୍ୟକୁ କଠୋର ଶବ୍ଦରେ ସମାଲୋଚନା କରିଛି ବିଜେଡି।  ବେଇମାନି କାମ କରିଥିବା ଲୋକଙ୍କୁ ବେଇମାନ କହିଲେ ବାଧୁଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିବା ସହ କଳଙ୍କରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି ବୋଲି ବିଜେଡ଼ି କହିଛି। 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ନୂଆପଡ଼ାରେ ଜୟ ଓ ତାଙ୍କ ମାଆଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲେନିନ୍‌ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ବିଶାଳ ଜନସମାଗମ ଦେଖି ଜୟ ଢୋଲକିଆ ଓ ବିଜେପି ଆତଙ୍କିତ ହୋଇଛନ୍ତି। ତେଣୁ ଜୟ ତାଙ୍କ ବାପାଙ୍କୁ ଶେଷ ସମୟରେ ବିଜେଡି ଅଣଦେଖା କରିଥିଲା ବୋଲି ମିଛ ଅଭିଯୋଗ ଆଣିଛନ୍ତି । ନିଜ ଅସୁସ୍ଥତା ସତ୍ତେ୍ୱ ବିଧାୟକ ରାଜୁ ଢୋଲକିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିୟମିତ ଖବର ରଖୁଥିଲେ। ତାଙ୍କ ଦେହାନ୍ତ ହେବା ପରେ ଦଳ ପକ୍ଷରୁ ଆବଶ୍ୟକ ସହଯୋଗର ହାତ ବଢାଇବା ସହିତ ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଜେ ଭର୍ଚୁଆଲରେ ଯୋଗଦେଇ ଶୋକବାର୍ତ୍ତା ପ୍ରଦାନ କରିଥିଲେ। ଅପରପକ୍ଷେ ଜୟ ଢୋଲକିଆ ବିଜେଡିର ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।  ବିଜେଡି ପକ୍ଷରୁ ହୋଇଥିବା ପଦଯାତ୍ରା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଜୟ ଓ ତାଙ୍କ ମାଆ ଯୋଗ ଦେଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସେ ରାତାରାତି ମତ ପରିବର୍ତ୍ତନ କରି ବିଜେପିରେ ଯୋଗଦେଲେ, ତାହା ଆଜି ବି ପ୍ରଶ୍ନବାଚୀ ବୋଲି ଡ. ମହାନ୍ତି କହିଥିଲେ।  

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ସୁଲତା ଦେଓ କହିଥିଲେ ଯେ ବିଜେଡି ଢୋଲକିଆ ପରିବାର ସହିତ ସମ୍ପର୍କ କାଟିନାହିଁ। କେଉଁ କାରଣରୁ କେଉଁ ପରିସ୍ଥିତିରେ ଜୟ ଢୋଲକିଆ ବିଜେପିରେ ଯୋଗଦେଲେ, ସେ ନିଜେ ଭଲ ଭାବରେ ଜାଣିଥିବେ। ଏହାଛଡା ବିଜେପି ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଜେପିରେ ଜୟ ଯୋଗ ଦେଇଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଶ୍ରୀମତୀ ଢୋଲକିଆ ଖଣ୍ଡନ କରିଥିଲା ବେଳେ, ଏହା ବିଜେଡିର ଅଭିଯୋଗ ନୁହେଁ ବୋଲି ଶ୍ରୀମତୀ ଦେଓ କହିଥିଲେ। ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜୁ ଢୋଲକିଆଙ୍କ ଚିକିତ୍ସା ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା ବୋଲି ଉଭୟ ଜୟ ଓ ତାଙ୍କ ମା ଆଜି ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଜୁନ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

04 Nov 2025 By Madhusudan Das

ବେଇମାନୀ କଳଙ୍କରୁୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନୀର କାମ କରିଥିବା ଲୋକଙ୍କୁ ବେଇମାନ କହିଲେ ବାଧୁଛି କାହିଁକି?

ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବେଇମାନି ଟିପ୍ପଣୀ  ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ଓ ତାଙ୍କ ମା’ କଳ୍ପନା ଢେ଼ାଲକିଆଙ୍କ ମନ୍ତବ୍ୟକୁ କଠୋର ଶବ୍ଦରେ ସମାଲୋଚନା କରିଛି ବିଜେଡି।  ବେଇମାନି କାମ କରିଥିବା ଲୋକଙ୍କୁ ବେଇମାନ କହିଲେ ବାଧୁଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିବା ସହ କଳଙ୍କରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି ବୋଲି ବିଜେଡ଼ି କହିଛି। 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ନୂଆପଡ଼ାରେ ଜୟ ଓ ତାଙ୍କ ମାଆଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲେନିନ୍‌ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ବିଶାଳ ଜନସମାଗମ ଦେଖି ଜୟ ଢୋଲକିଆ ଓ ବିଜେପି ଆତଙ୍କିତ ହୋଇଛନ୍ତି। ତେଣୁ ଜୟ ତାଙ୍କ ବାପାଙ୍କୁ ଶେଷ ସମୟରେ ବିଜେଡି ଅଣଦେଖା କରିଥିଲା ବୋଲି ମିଛ ଅଭିଯୋଗ ଆଣିଛନ୍ତି । ନିଜ ଅସୁସ୍ଥତା ସତ୍ତେ୍ୱ ବିଧାୟକ ରାଜୁ ଢୋଲକିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିୟମିତ ଖବର ରଖୁଥିଲେ। ତାଙ୍କ ଦେହାନ୍ତ ହେବା ପରେ ଦଳ ପକ୍ଷରୁ ଆବଶ୍ୟକ ସହଯୋଗର ହାତ ବଢାଇବା ସହିତ ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଜେ ଭର୍ଚୁଆଲରେ ଯୋଗଦେଇ ଶୋକବାର୍ତ୍ତା ପ୍ରଦାନ କରିଥିଲେ। ଅପରପକ୍ଷେ ଜୟ ଢୋଲକିଆ ବିଜେଡିର ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ।  ବିଜେଡି ପକ୍ଷରୁ ହୋଇଥିବା ପଦଯାତ୍ରା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଜୟ ଓ ତାଙ୍କ ମାଆ ଯୋଗ ଦେଇଥିଲେ। ମାତ୍ର କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସେ ରାତାରାତି ମତ ପରିବର୍ତ୍ତନ କରି ବିଜେପିରେ ଯୋଗଦେଲେ, ତାହା ଆଜି ବି ପ୍ରଶ୍ନବାଚୀ ବୋଲି ଡ. ମହାନ୍ତି କହିଥିଲେ।  

ସୁଲତା ଦେଓ କହିଥିଲେ ଯେ ବିଜେଡି ଢୋଲକିଆ ପରିବାର ସହିତ ସମ୍ପର୍କ କାଟିନାହିଁ। କେଉଁ କାରଣରୁ କେଉଁ ପରିସ୍ଥିତିରେ ଜୟ ଢୋଲକିଆ ବିଜେପିରେ ଯୋଗଦେଲେ, ସେ ନିଜେ ଭଲ ଭାବରେ ଜାଣିଥିବେ। ଏହାଛଡା ବିଜେପି ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଜେପିରେ ଜୟ ଯୋଗ ଦେଇଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଶ୍ରୀମତୀ ଢୋଲକିଆ ଖଣ୍ଡନ କରିଥିଲା ବେଳେ, ଏହା ବିଜେଡିର ଅଭିଯୋଗ ନୁହେଁ ବୋଲି ଶ୍ରୀମତୀ ଦେଓ କହିଥିଲେ। ସୂଚନାଯୋଗ୍ୟ ଯେ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜୁ ଢୋଲକିଆଙ୍କ ଚିକିତ୍ସା ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା ବୋଲି ଉଭୟ ଜୟ ଓ ତାଙ୍କ ମା ଆଜି ଅଭିଯୋଗ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର