ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ

Madhusudan Das Picture
Published On

ଯାଜପୁର: ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ଯମ । ହାଇୱାକୁ ପଛରୁ ପିଟିଲା ବୋଲେରୋ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା  ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ସୂଚନା ଅନୁସାରେ, ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ । ଏକ ବୋଲେରୋ ଗାଡିରେ ୧୨ ଜଣ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରରେ ଧକ୍କା ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ । ଧର୍ମଶାଳା ମେଡିକାଲରେ ତିନି ଜଣ ଓ ବଡ଼ଚଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

04 May 2026 By Madhusudan Das

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ

ଯାଜପୁର: ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ, ବାଟରେ ଜଗିଥିଲା ଯମ । ହାଇୱାକୁ ପଛରୁ ପିଟିଲା ବୋଲେରୋ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା  ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ, ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ । ଏକ ବୋଲେରୋ ଗାଡିରେ ୧୨ ଜଣ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରରେ ଧକ୍କା ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ । ଧର୍ମଶାଳା ମେଡିକାଲରେ ତିନି ଜଣ ଓ ବଡ଼ଚଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର