ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି : ଚାଲିଗଲାଣି ୨ ଜୀବନ, ୫୦୦ରୁ ଅଧିକ ଆକ୍ରାନ୍ତ
ଦାନଗଦୀ/ବ୍ୟାସନଗର/ଧର୍ମଶାଳା : ଯାଜପୁର ଜିଲ୍ଲାରେ ଅଣାୟତ୍ତ ସ୍ଥିତିରେ ଝାଡ଼ାବାନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ଅସୁସ୍ଥ ହୋଇପଡିଥିବାବେଳେ ଯାଜପୁର ରୋଡ୍ ଓ ଦାନଗଦିରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ […]
ଦାନଗଦୀ/ବ୍ୟାସନଗର/ଧର୍ମଶାଳା : ଯାଜପୁର ଜିଲ୍ଲାରେ ଅଣାୟତ୍ତ ସ୍ଥିତିରେ ଝାଡ଼ାବାନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ଅସୁସ୍ଥ ହୋଇପଡିଥିବାବେଳେ ଯାଜପୁର ରୋଡ୍ ଓ ଦାନଗଦିରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ସୁଦର୍ଶନ ପାତ୍ର ଓ ବ୍ୟାସନଗର ପୌରାଞ୍ଚଳର ତୋଳାରାମ ଶର୍ମା ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଆଦି ୫ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତର କାରଣ ଏବେ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଫୁଡ୍ ପୟୋଜନ କାରଣରୁ ଏପରି ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି ।
ସେପଟେ ୨ ଦିନ ଭିତରେ ଯାଜପୁର ରୋଡ ମେଡିକାଲରେ ୧୮୬ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ସୁଦ୍ଧା ୬୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଧର୍ମଶାଳା ମେଡିକାଲରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଜିଲ୍ଲା ମେଡିକାଲରେ ମଧ୍ୟ ଶତାଧିକ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏଠାରେ ବର୍ତମାନ ୧୧ଜଣ ଚିକିତ୍ସାଧୀନ ଥିବାବେଳେ ୧୪ଜଣ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ୍ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡ଼ିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଥିବା ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ପୂର୍ବତନ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଯାଜପୁର ରୋଡ ମେଡିକାଲରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆକ୍ରାନ୍ତର ପ୍ରକୃତ କାରଣ ନିରୀକ୍ଷଣ କରିବା ଓ ସଠିକ୍ ଭାବେ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ବିଭିନ୍ନ ମେଡିକାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସେପଟେ ସ୍ଥିତିର ସମୀକ୍ଷା ଲାଗି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଯାଜପୁର ଗସ୍ତ କରିଛନ୍ତି ।ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସ୍ଥିତି ସମ୍ପର୍କରେ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି, ‘‘ଏଯାଏଁ ନିୟନ୍ତ୍ରଣକୁ ଆସିନି ଯାଜପୁର ଝାଡ଼ାବାନ୍ତି। ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର ଅଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିଛି, ପ୍ରକୃତ କାରଣ ଯାଞ୍ଚ ଚାଲିଛି। ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ସନ୍ଦେହ କରାଯାଉଛି। ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି।