ଶିଆଳିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର: ଲୋକେ ଆତଙ୍କିତ

The Sakala Picture
Published On

ଜଗତସିଂହପୁର: ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ସମୟ ସହିତ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର। ଫଳରେ ରାସ୍ତା ସହ ଘର ମଧ୍ୟ ଭାଙ୍ଗିବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ ପଦ୍ମପୁର ଶିଆଳିରେ । ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି। ଫଳରେ ସମୁଦ୍ର କୂଳରେ ପଦ୍ମପୁର ଆଉ ଗଡହରିସପୁର ଅଞ୍ଚଳର ହଜାର ହଜାର […]

ଜଗତସିଂହପୁର: ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ସମୟ ସହିତ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର। ଫଳରେ ରାସ୍ତା ସହ ଘର ମଧ୍ୟ ଭାଙ୍ଗିବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ ପଦ୍ମପୁର ଶିଆଳିରେ । ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି।

ଫଳରେ ସମୁଦ୍ର କୂଳରେ ପଦ୍ମପୁର ଆଉ ଗଡହରିସପୁର ଅଞ୍ଚଳର ହଜାର ହଜାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେ ବା ପାଣି ମାଡ଼ି ଆସିବ କିଏ ବା କହିବ। ଏନେଇ ଆଜି ସକାଳୁ ପଦ୍ମପୁର ସରପଞ୍ଚଙ୍କ ସହ ସ୍ଥାନୀୟ ବାସିନ୍ଦା ସ୍ଥିତି ବୁଲି ଦେଖିଛନ୍ତି। ସୁରକ୍ଷାକୁ ନଜରରେ ରଖି ଏହି ସ୍ଥାନରେ କିଛି ବାଲି ବସ୍ତା ପକାଯାଇ ମରାମତି କରାଯାଇଥିଲା। ହେଲେ ଆଜି ସେ ସବୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପୂର୍ବରୁ ଯେତିକି ଭୟଭୀତ ଥିଲେ ଏବେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକ। ସେପଟେ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର