ଉପକୂଳ ସୁରକ୍ଷା ପାଇଁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ, ବାହ୍ୟ ଶତ୍ରୁଙ୍କୁ ରୋକିବା ସହ ପ୍ରତିହତ କରିବା ଲକ୍ଷ୍ୟ

The Sakala Picture
Published On

ପାରାଦୀପ: ଉପକୂଳ ସୁରକ୍ଷା ପାଇଁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ୪ ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଏହି ସମରାଭ୍ୟାସରେ ଭାଗ ନେଇଛନ୍ତି।ପ୍ରତ୍ୟେକ ରାଜ୍ୟର ୧୨ ରୁ ଉର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇ ଉପକୂଳ ସୁରକ୍ଷା ଉପରେ ସମରାଭ୍ୟାସ କରୁଛନ୍ତି। ଇଣ୍ଡିଆନ ନ୍ୟାଭି ନେତୃତ୍ବରେ ଏହି ସମରାଭ୍ୟାସ ଚାଲିଛି। ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇବ, ଏନେଇ ମକ୍ ଡ୍ରିଲ […]

ପାରାଦୀପ: ଉପକୂଳ ସୁରକ୍ଷା ପାଇଁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ୪ ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଏହି ସମରାଭ୍ୟାସରେ ଭାଗ ନେଇଛନ୍ତି।ପ୍ରତ୍ୟେକ ରାଜ୍ୟର ୧୨ ରୁ ଉର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇ ଉପକୂଳ ସୁରକ୍ଷା ଉପରେ ସମରାଭ୍ୟାସ କରୁଛନ୍ତି। ଇଣ୍ଡିଆନ ନ୍ୟାଭି ନେତୃତ୍ବରେ ଏହି ସମରାଭ୍ୟାସ ଚାଲିଛି।

ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇବ, ଏନେଇ ମକ୍ ଡ୍ରିଲ କରାଯାଇଛି । ବ୍ଲୁ ଟିମ୍ ଓ ରେଡ୍ ଟିମ୍ ନାଁରେ ଦୁଇଟି ଟିମ୍ ଗଠନ କରାଯାଇଛି । ମକ୍ ଡ୍ରିଲ୍ ବେଳେ ରେଡ୍ ଟିମ୍ ଛଦ୍ମବେଶୀ ଅନୁପ୍ରବେଶକାରୀ ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ରୋକିବା ଦାୟିତ୍ୱ ବ୍ଲୁ ଟମ୍ର ରହିଛି । କିପରି ଉପକୂଳ ସୁରକ୍ଷାକୁ ସୁଦୃଢ଼ ଓ ମଜବୁତ କରାଯିବ, ଏଥିପାଇଁ ଏହି ସମରାଭ୍ୟାସ କରାଯାଉଛି । ଏଥିରେ ୨୦ ଜଣ ପୁଲିସ୍ ଅଧିକାରୀ, ଚାରି ପ୍ଲାଟୁନ ଫୋର୍ସ ଓ ୪୫ ଜଣ ପୁଲିସ୍ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତିବର୍ଷ ଏପରି ସମରାଭ୍ୟାସ କରାଯାଉଛି ।

15 Nov 2022 By The Sakala

ଉପକୂଳ ସୁରକ୍ଷା ପାଇଁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ, ବାହ୍ୟ ଶତ୍ରୁଙ୍କୁ ରୋକିବା ସହ ପ୍ରତିହତ କରିବା ଲକ୍ଷ୍ୟ

ପାରାଦୀପ: ଉପକୂଳ ସୁରକ୍ଷା ପାଇଁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ୪ ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଏହି ସମରାଭ୍ୟାସରେ ଭାଗ ନେଇଛନ୍ତି।ପ୍ରତ୍ୟେକ ରାଜ୍ୟର ୧୨ ରୁ ଉର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇ ଉପକୂଳ ସୁରକ୍ଷା ଉପରେ ସମରାଭ୍ୟାସ କରୁଛନ୍ତି। ଇଣ୍ଡିଆନ ନ୍ୟାଭି ନେତୃତ୍ବରେ ଏହି ସମରାଭ୍ୟାସ ଚାଲିଛି।

ଅନୁପ୍ରବେଶକାରୀଙ୍କୁ କିପରି ରୋକାଯାଇବ, ଏନେଇ ମକ୍ ଡ୍ରିଲ କରାଯାଇଛି । ବ୍ଲୁ ଟିମ୍ ଓ ରେଡ୍ ଟିମ୍ ନାଁରେ ଦୁଇଟି ଟିମ୍ ଗଠନ କରାଯାଇଛି । ମକ୍ ଡ୍ରିଲ୍ ବେଳେ ରେଡ୍ ଟିମ୍ ଛଦ୍ମବେଶୀ ଅନୁପ୍ରବେଶକାରୀ ହୋଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରି ରୋକିବା ଦାୟିତ୍ୱ ବ୍ଲୁ ଟମ୍ର ରହିଛି । କିପରି ଉପକୂଳ ସୁରକ୍ଷାକୁ ସୁଦୃଢ଼ ଓ ମଜବୁତ କରାଯିବ, ଏଥିପାଇଁ ଏହି ସମରାଭ୍ୟାସ କରାଯାଉଛି । ଏଥିରେ ୨୦ ଜଣ ପୁଲିସ୍ ଅଧିକାରୀ, ଚାରି ପ୍ଲାଟୁନ ଫୋର୍ସ ଓ ୪୫ ଜଣ ପୁଲିସ୍ କନେଷ୍ଟବଳ ନିୟୋଜିତ ହୋଇଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତିବର୍ଷ ଏପରି ସମରାଭ୍ୟାସ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର