ବନ୍ୟା ପାଣି ଆସିବା ପୂର୍ବରୁ ନଦୀରୁ ବାଲି ଲୁଟ୍‍: ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର

The Sakala Picture
Published On

ଜଗତସିଂହପୁର: ପାରାଦୀପ ବନ୍ଦରାଞ୍ଚଳ ଓ ଏହାର ଆଖପାଖରେ ବୃହତ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ଏଠାରେ ଚାଲିଥିବା ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିଦିନ ହଜାର ହଜାର ଟ୍ରକ ବାଲିର ଆବଶ୍ୟକତା ପଡୁଛି। ତେବେ ବର୍ଷାର୍ ସମୟରେ ନଦୀରୁ ବାଲି ଉଠାଇବା ସମ୍ଭବ ନ ଥିବାରୁ ନଦୀରେ ନୂଆ ପାଣି ଆସିବା ପୁର୍ବରୁ ମାଫିଆମାନେ ବାଲି ସଂଗ୍ରହ କରିବାକୁ ଦିନରାତି ଏକାକାର କରିଦେଇଥିବା ସୂଚନା ମିଳିଛି। ମେସିନ ଲଗାଇ ହଜାର ହଜାର ଟ୍ରିପ୍‍ ବାଲି ହାଇୱା ଓ ଟ୍ରାକ୍ଟର […]

ଜଗତସିଂହପୁର: ପାରାଦୀପ ବନ୍ଦରାଞ୍ଚଳ ଓ ଏହାର ଆଖପାଖରେ ବୃହତ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ଏଠାରେ ଚାଲିଥିବା ବ୍ୟାପକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରତିଦିନ ହଜାର ହଜାର ଟ୍ରକ ବାଲିର ଆବଶ୍ୟକତା ପଡୁଛି। ତେବେ ବର୍ଷାର୍ ସମୟରେ ନଦୀରୁ ବାଲି ଉଠାଇବା ସମ୍ଭବ ନ ଥିବାରୁ ନଦୀରେ ନୂଆ ପାଣି ଆସିବା ପୁର୍ବରୁ ମାଫିଆମାନେ ବାଲି ସଂଗ୍ରହ କରିବାକୁ ଦିନରାତି ଏକାକାର କରିଦେଇଥିବା ସୂଚନା ମିଳିଛି। ମେସିନ ଲଗାଇ ହଜାର ହଜାର ଟ୍ରିପ୍‍ ବାଲି ହାଇୱା ଓ ଟ୍ରାକ୍ଟର ଦ୍ୱାରା ଉଠାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପାହାଡ ଆକୃତିରେ ଗଦା କରିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ବାଲି ସୌରାତରୁ ବାଲି ମାଫିଆଙ୍କ ଦ୍ୱାରା ଲୁଟ୍‍ ହେଉଥିବାବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ସୂଚନା ମିଳିଛି। ତେବେ ଏହି ବାଲିମାଫିଆଙ୍କ ସହିତ ଜିଲ୍ଲାର ବିଭିନ୍ନ ତହସିଲ ଅନ୍ତର୍ଗତ ରାଜସ୍ୱ ପ୍ରାଶାସନର ସହଯୋଗ ଓ ସମର୍ଥନ ରହିଥିବା ନେଇ ସଂଗୀନ ଅଭିଯୋଗ ହେଉଛି। ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ନିୟମ ରହିଥିଲେ ମଧ୍ୟ ଅସାଧୁ ବ୍ୟବସାୟୀ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ହାତ କରି ମନଇଛା ନଦୀରୁ ବେଆଇନ ଭାବେ ମୂଲ୍ୟବାନ ବାଲି ଲୁଟ କରିବା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

କୋଭିଡ୍‍ ଯୋଗୁଁ ଗତ ଦୁଇବର୍ଷ ଧରି ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇଥିଲା। କୋଭିଡ୍‍ ପ୍ରବାହ ହ୍ରାସ ପାଇବା ପରେ ଗତ କିଛିମାସ ହେବା ଉନ୍ନୟନ କାମ ଓ ବେସରକାରୀ ନିର୍ମାଣ କାମ ଜୋରଦାର ହୋଇଥିବା ଲକ୍ଷ୍ୟ କରାଯାଉଛି। ଜଗତସିଂହପୁର ଜିଲ୍ଲାର ଦୁଇ କଡ଼କୁ ମହାନଦୀ, ଦେବୀ, ପାଇକା, ବିଲୁଆ ଖାଇ ପ୍ରଭୁତି ନଦୀ ଘେରି ରହିଛି। ଏହି ନଦୀଗୁଡ଼ିକରେ ଲଘୁ ଖଣିଜ ଦ୍ରବ୍ୟ ଭାବେ ପ୍ରାୟ ୩୦ଟି ବାଲି ସୈରାତ ରହିଛି। ୨୦୧୪-୧୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ନଦୀର ବାଲି ସୈରାତ ବର୍ଷିକିଆ ନିଲାମ ଦିଆଯାଉଥିଲା। କିନ୍ତୁ ୨୦୧୫-୧୬ ଆର୍ଥିକ ବର୍ଷଠାରୁ ବାଲି ସୈରାତକୁ ୫ବର୍ଷିଆ ଲିଜ୍‍ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିରୁ କେତେକ ବାଲି ସୈରାତର ଗତବର୍ଷ ୫ ବର୍ଷିୟା ନିଲାମ ଡକାଯାଇଥିଲା। ତେବେ ବିଭିନ୍ନ କାରଣରୁ ବାଲି ସୈରାତର ନିଲାମ ପ୍ରକ୍ରିୟା ଏ ଯାବତ୍‍ ଶେଷ ହୋଇପାରି ନ ଥିବା ଜଣାପଡ଼ିଛି। ଫଳରେ ମାସ ମାସ ଧରି ମାଫିଆମାନେ ବେଆଇନ ବାଲି ଚାଲାଣ ଜାରି ରଖିବା ସହିତ ଏବେ ନଦୀରେ ପାଣି ଆସିବା ସମୟରେ ମଧ୍ୟ ଚଢ଼ା ଦାମରେ ବାଲି ବିକିବାର ଲୋଭ ଛାଡ଼ିପାରିନଥିବା କଥା ବିରାଟ ବିରାଟ ଆକାରର ବାଲିଗଦାରୁ ସୂଚନା ମିଳୁଛି।
ଜିଲ୍ଲାର କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଜଗତସିଂହପୁର ତହସିଲରୁ ପାରାଦୀପକୁ ବାଲି ଯୋଗାଇ ଦିଆଯାଇଥାଏ। ତିର୍ତ୍ତୋଲ ତହସିଲ ଅଧୀନ ପାଇକା ନଦୀର ବିଳାସପୁର ଘାଟ ଓ ଅଢାପତି ଘାଟରୁ ବେଆଇନ ବାଲି ଉଠିଥିବାବେଳେ ଦେବୀ ନଦୀର ବିଭିନ୍ନ ଘାଟରୁ ବେଆଇନ ବାଲି ଉଠାଣ କରାଯାଇ ଗଦା କରାଯାଇଥିବା ଦେଖିବାକୁ ମିଳିଛି। ଏହି ବ୍ୟବସାୟ ବର୍ଷ ବର୍ଷ ଧରି ଚାଲିଥିବା ସମୟରେ ଗତବର୍ଷ ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ନାମକୁ ମାତ୍ର ଜରିମାନା କରାଯାଇଥିଲା। ତେବେ ପୁଣିଥରେ ଏପରି ବେଆଇନ ବ୍ୟବସାୟ କରିବାକୁ ବାଲିମାଫିଆଙ୍କୁ ବଳ ଯୋଗାଇଛି ବୋଲି ଅଭିଯୋଗ ହେଉଛି।

ମାଫିଆମାନେ ବେଆଇନ ଭାବେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧୀନ କୋଲର ସେତୁଠାରୁ ରଘୁନାଥପୁର ପର୍ଯ୍ୟନ୍ତ ଆଖି ପାଇବାଯାଏ ଦିନରାତି ମେସିନ ଲଗାଇ ନଦୀପଠାରୁ ୧୦ଚକିଆ, ୧୪ଚକିଆ ଟ୍ରକ ଓ ଡମ୍ଫରରେ ଶହ ଶହ ହିସାବ ବିହୀନ ବାଲି ଉଠାଇ ସରକାରୀ ଓ ବ୍ୟକ୍ତିଗତ ଜାଗାରେ ଗଦା କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହିତ ପରିବେଶବିତ୍‍ ଦାବି କରିଛନ୍ତି। ଅନ୍ୟପକ୍ଷରେ ସୈରାତରୁ ବାଲି ଉଠାଯାଇ ଗଦା କରାଯାଇଥିବା ସ୍ଥାନରୁ ଦୈନିକ ବାଲି ବୋଝେଇ ଟ୍ରକ ଓ ଟ୍ରାକ୍ଟର ଦ୍ୱାର ଏହାକୁ ବେଆଇନ ଚାଲାଣ କରାଯିବା ସମୟରେ ରାସ୍ତା ନଷ୍ଟ ହେଉଥିବା ବିଭିନ୍ନ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ ହେଉଛି। ବେଆଇନ ବାଲି ଗଦା କରିଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସନ୍ତୋଷ ଦାଶ, ଜୀବନ ଜେନା, ରମାକାନ୍ତ କର, ବିଭୁତି ପରିଡ଼ା, ଅଜୟ ସ୍ୱ।।ଇଁ, ସୁରଥ ବିଶ୍ୱାଳ ଓ ବିନାୟକ ଦାଶ ପ୍ରମୁଖ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

26 Jul 2022 By The Sakala

https://www.thesakala.in/latest-odisha-news/jagatsinghpur/looting-sand-from-rivers-before-floodwaters-govt-losing-revenue/article-13619
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର