ଜଗତସିଂହପୁରରେ ହ୍ରାସ ପାଉଛି କିଆଗଛ ସଂଖ୍ୟା, ଚିନ୍ତାରେ ପରିବେଶବିତ୍‌‌

The Sakala Picture
Published On

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଭଜନ ଓ ଲୋକଗୀତରେ କିଆ ଫୁଲର ମହକ ନେଇ ଅନେକ ବର୍ଣ୍ଣନା। ଏହାର ବାସ୍ନା ଯେ ମନକୁ ମୋହି ନିଏ କେବଳ ତାହା ନୁହେଁ, ଉପକୂଳ ଅଞ୍ଚଳରେ ପ୍ରାକୃତିକ ପାଚେରୀ ଭଳି କାମ କରେ। ଜୀବନଜୀବିକାରେ ମଧ୍ୟ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳିଆ ବ୍ଲକ ଏରସମା ଅଞ୍ଚଳରେ ଧୀରେ ଧୀରେ ଏ ଗଛର ସଂଖ୍ୟା ହ୍ରାସ ପାଇବା ପରିବେଶବିତ୍‌‌ଙ୍କୁ ଚିନ୍ତାରେ ପକାଇଦେଇଛି। ଅତୀତରେ ଏରସମା ଅଞ୍ଚଳରେ କିଆ ଫୁଲ ସଂଗ୍ରହକୁ […]

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଭଜନ ଓ ଲୋକଗୀତରେ କିଆ ଫୁଲର ମହକ ନେଇ ଅନେକ ବର୍ଣ୍ଣନା। ଏହାର ବାସ୍ନା ଯେ ମନକୁ ମୋହି ନିଏ କେବଳ ତାହା ନୁହେଁ, ଉପକୂଳ ଅଞ୍ଚଳରେ ପ୍ରାକୃତିକ ପାଚେରୀ ଭଳି କାମ କରେ। ଜୀବନଜୀବିକାରେ ମଧ୍ୟ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଜଗତସିଂହପୁର ଜିଲ୍ଲାର ସମୁଦ୍ର କୂଳିଆ ବ୍ଲକ ଏରସମା ଅଞ୍ଚଳରେ ଧୀରେ ଧୀରେ ଏ ଗଛର ସଂଖ୍ୟା ହ୍ରାସ ପାଇବା ପରିବେଶବିତ୍‌‌ଙ୍କୁ ଚିନ୍ତାରେ ପକାଇଦେଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅତୀତରେ ଏରସମା ଅଞ୍ଚଳରେ କିଆ ଫୁଲ ସଂଗ୍ରହକୁ ଜୀବନ ଜୀବିକା ଭାବରେ ବହୁ ଲୋକ ଗ୍ରହଣ କରିଥିଲେ। କିନ୍ତୁ କିଛି ବର୍ଷ ହେଲା କିଆଫୁଲ ଚାଷରୁ ଚିଙ୍ଗୁଡ଼ି ଚାଷକୁ ଲୋକେ ଜୀବିକା ଭାବେ ଗ୍ରହଣ କରିବା ଆରମ୍ଭ କରିଥିଲେ। ଏବେ ପୁଣି କିଆ ଚାଷକୁ ମନ ବଳାଇଥିଲେ ମଧ୍ୟ ସେ ଚାହିଦା ଆଉ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ସୁରେଶ ମନ୍ତ୍ରୀ ଓ ଅଜୟ ମନ୍ତ୍ରୀ କହିଛନ୍ତି। ଏବେ ଲୋକେ ନିଆଁ ଲଗାଇ ନଷ୍ଟ କରିବା ଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳର ପରିବେଶ ରକ୍ଷାକାରୀ ଏହି ସୁଗନ୍ଧିତ ଗଛ ଏବେ ନିଶ୍ଚିହ୍ନ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଦିନଥିଲା ଏରସମା ବ୍ଲକର ପଦ୍ମପୁର, ଓଲରା, ଗଡ଼ହରିଶପୁର, ଗୋଡା, ଆମ୍ବିକି, କୁସୁପୁର ପ୍ରଭୃତି ପଞ୍ଚାୟତରେ ବହୁଳ ସଂଖ୍ୟାରେ କିଆ ଗଛ ରହିଥିଲା। ସେହି ଅଞ୍ଚଳରୁ ବହୁ ପରିମାଣର କିଆଫୁଲ ସଂଗ୍ରହ କରାଯାଇ କୋଲକାତା, ଗଞ୍ଜାମ, ବାଲେଶ୍ୱର ଯାଉଥିଲା। ବେପାରୀ ଗାଁ ଗାଁରେ ପହଞ୍ଚି କିଆ ଫୁଲ ସଂଗ୍ରହ କରୁଥିଲେ। ବଡ କମ୍ପାନୀକୁ ଏହାକୁ ବିକ୍ରିକରି ଲାଭବାନ ହେଉଥିଲେ। ଏଥିରୁ ସ୍ଥାନୀୟ ଲୋକ ଓ କିଆ ଚାଷୀଙ୍କୁ ଭଲ ଦି ପଇସା ମିଳୁଥିଲା।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କିଆଗଛରେ ଫୁଲ ଫୁଟିବାର ଘଣ୍ଟାକ ମଧ୍ୟରେ ସେହିଫୁଲକୁ ତୋଳି ଏକ ବ୍ୟାଗରେ ଭଲ ଭାବେ ବନ୍ଦ କରି ଫ୍ୟାକ୍ଟ୍ରୀକୁ ପଠାଯାଉଥିଲା। ଏଥିରୁ ପ୍ରସ୍ତୁତ ଅତରକୁ ଖାଦ୍ୟ ସାମଗ୍ରୀ, ଖଇର, ଅତର, କେଶ ତେଲ, ସାବୁନ, ଧୂପକାଠି, ଗୁଟଖା ଓ ବିଭିନ୍ନ ପ୍ରସାଧାନ ସାମଗ୍ରୀରେ ବ୍ୟବହାର କରାଯାଉଥିଲା। ଏହାର ଚେରରେ ଦଉଡ଼ି ତିଆରି କରାଯାଉଥିଲା। ଏରସମାର ଗ୍ରାମୀଣ ମହିଳାମାନେ କିଆ ପତ୍ରରେ ହସ୍ତଶିଳ୍ପ ସାମଗ୍ରୀ ତିଆରି କରୁଥିଲେ।

ଏହି ଗଛ ଉପକୂଳବର୍ତ୍ତୀ ଅଞ୍ଚଳରେ ମୃତ୍ତିକା ଅବକ୍ଷୟକୁ ରୋକୁଥିଲା। ଏହିଗଛର ମୂଳ ଘଞ୍ଚ ହୋଇଥିବାରୁ ଏହାରି ମୂଳରେ କୋକି ଶିଆଳ, ବିଲୁଆ, ଗୋଧି, ନେଉଳ, ଶାଳିଆପତନି ପ୍ରଭୃତି ନିରାପଦରେ ଆଶ୍ରୟ ନେଉଥିଲେ। କିଆ ଗଛରେ ବିଭିନ୍ନ ପ୍ରକାରର ଛୋଟ ଛୋଟ ପକ୍ଷୀ ବସା କରି ବଂଶ ବିସ୍ତାର କରୁଥିଲେ। ଏହି ଗଛ ନଷ୍ଟ ହେବା ଦ୍ୱାରା ସରୀସୃପଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

କିଆଫୁଲ ଚାଷ ପାଇଁ ପ୍ରୋତ୍ସାହନ ଦେଲେ ଏହି ଚାଷର ଉନ୍ନତି ହେବା ସହିତ ବହୁ ଲୋକଙ୍କୁ ଆତ୍ମନିଯୁକ୍ତି ମିଳିପାରନ୍ତା ବୋଲି ଶିକ୍ଷାବିତ୍‌‌ ମନୋଜ ସ୍ୱାଇଁ ଓ ଶିବ ପ୍ରସାଦ ସ୍ୱାଇଁ କହିଛନ୍ତି। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ତାଲିମ ପ୍ରଦାନ କରାଯାଇ କିଆଫୁଲରୁ ଅତର ତିଆରି କରାଯିବା ସହିତ ଏହାର ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇ ପାରିଲେ ସ୍ଥାନୀୟ ଅଞ୍ଚଳରେ କିଆ ଫୁଲର ବାସ୍ନା ସୁରକ୍ଷିତ ରହିପାରିବ ବୋଲି କେଶବ ପାତ୍ର ଓ ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର