ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଦ୍ରଭୂମିର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ

The Sakala Picture
Published On

ଜଗତସିଂହପୁର(ରଶ୍ମି ରଞ୍ଜନ ମହାପାତ୍ର): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ବଙ୍ଗୋପସାଗର ବେଳାଭୂମୀ । ପାରାଦୀପରେ ବୃହତ ବନ୍ଦର ପ୍ରତିଷ୍ଠା ଓ ପରବର୍ତ୍ତି ସମୟରେ ଏଠାରେ ବିଭିନ୍ନ ଶିଳ୍ପ ସଂସ୍ଥା ଗଢିଉଠିବା ଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି। ଶିଳ୍ପାୟନର ଆବଶ୍ୟକତା ପାଇଁ ସବୁଜ ବନାନୀକୁ ବିଦାୟ ନେବାକୁ ପଡୁଛି। ଫଳରେ ପରାଦୀପ, କୁଜଙ୍ଗ ଓ ମହାକାଳପଡ଼ା ଅଞ୍ଚଳରେ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି। ଏଠାରେ ବଢ଼ୁଥିବା ପ୍ରଦୂଷଣକୁ ହ୍ରାସ କରିବାକୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ […]

ଜଗତସିଂହପୁର(ରଶ୍ମି ରଞ୍ଜନ ମହାପାତ୍ର): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ବଙ୍ଗୋପସାଗର ବେଳାଭୂମୀ । ପାରାଦୀପରେ ବୃହତ ବନ୍ଦର ପ୍ରତିଷ୍ଠା ଓ ପରବର୍ତ୍ତି ସମୟରେ ଏଠାରେ ବିଭିନ୍ନ ଶିଳ୍ପ ସଂସ୍ଥା ଗଢିଉଠିବା ଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି। ଶିଳ୍ପାୟନର ଆବଶ୍ୟକତା ପାଇଁ ସବୁଜ ବନାନୀକୁ ବିଦାୟ ନେବାକୁ ପଡୁଛି। ଫଳରେ ପରାଦୀପ, କୁଜଙ୍ଗ ଓ ମହାକାଳପଡ଼ା ଅଞ୍ଚଳରେ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି। ଏଠାରେ ବଢ଼ୁଥିବା ପ୍ରଦୂଷଣକୁ ହ୍ରାସ କରିବାକୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଜଗତସିଂହପୁର ଜିଲ୍ଲା ବିଶ୍ୱାଳୀ ଗ୍ରାମର ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ ଓ ତାଙ୍କ ଦ୍ୱାରା ଗଠିତ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ସ୍ଥାନୀୟ ଅଞ୍ଚଳରେ ପରିବେଶର ସୁରକ୍ଷା ପାଇଁ ପ୍ରମୁଖ ଭୂୂମିକା ଗ୍ରହଣ କରିଛନ୍ତି। ଯନ୍ତ୍ରୀ ଅମରେଶ ଓ ତାଙ୍କ ସଂଗଠନ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସବୁଜିମା ସୃଷ୍ଟି ପାଇଁ ଉଦ୍ୟମ ଦ୍ୱାରା ୨୦ଟି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ହୋଇଛି। ଯନ୍ତ୍ରୀ ଅମରେଶ ଓ ତାଙ୍କ ସଂଗଠନ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଦ୍ରଭୂମିର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଅମରେଶଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ଓ ୨୦୨୩ରେ ପ୍ରକୃତିବନ୍ଧୁ, ୨୦୧୬ରେ ତାଙ୍କ ସଂଗଠନକୁ ପ୍ରକୃତିମିତ୍ର ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମର ୨୫ତମ ସଂସ୍କରଣରେ ଅମରେଶଙ୍କର ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ପିଲାଦିନରୁ ଅମରେଶଙ୍କର ଗଛ ପ୍ରତି ଦୁର୍ବଳତା ଥିଲା। ସ୍କୁଲ ଜୀବନରେ ଗଛ ଲଗାଇ ଏହାକୁ ଯତ୍ନର ସହିତ ବଢ଼ାଇବାର ଆନନ୍ଦ ତାଙ୍କୁ ପରବର୍ତ୍ତୀ ଜୀବନରେ ସବୁଜିମାମୟ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା। ଇଞ୍ଜିନିୟରିଂ ଶିକ୍ଷା ଲାଭ କରିବା ପରେ ସେ ପାରାଦୀପ ବନ୍ଦରରେ ଜଣେ ଯନ୍ତ୍ରୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ମାତ୍ର ଏହି ସମୟରେ ଗଛ ଲଗାଇବାର ନିଶା ବୃଦ୍ଧିପାଇବା ସହିତ ଏହାକୁ ଜୀବନର ବ୍ରତ ଭାବରେ ସେ ଗ୍ରହଣ କରିଛନ୍ତି। ଏପରିକି ନିଜ ଦରମାର ଅଧାରୁ ଅଧିକ ସେ ଗଛ ଲଗାଇବା ଓ ଜଙ୍ଗଲ ସୃଷ୍ଟି କରିବାରେ ବିନିଯୋଗ କରିଛନ୍ତି। ୨୦୦୫ରୁ ତାଙ୍କ ଦ୍ୱାରା ଗଠିତ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ସଂଗଠନର ସଦସ୍ୟମାନେ ତାଙ୍କ ସହିତ ପାଦ ମିଳାଇ ଏହି ମହାନ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ତାଙ୍କର ଏହି ପ୍ରୟାସକୁ ଅଧିକ ବ୍ୟାପକ କରିବାକୁ ସେ ଓଡ଼ିଶା ଜୈବ ବିବିଧତା କଂଗ୍ରେସ ଗଠନ କରିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଖୁରୁସିଆ, ଲୁଣୁକୁଆ, ଚଉମୁହାଣି, ନରେନ୍ଦ୍ରପୁର, ପିପଳ, ପାରାଦୀପଗଡ଼, ଉଚ୍ଛବାନନ୍ଦପୁର, ବିଶ୍ୱାଳି ତଥା କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଶହ ଶହ ଗଛ ଲଗାଇ ସବୁଜ ଜଙ୍ଗଲ ସୃଷ୍ଟି କରାଯାଇ ପାରିଛି। ମହାନଦୀର ମୁହାଣ ମୁହଁ ଚଉମୁହାଣିରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ପାଇଁ ଦୀର୍ଘ ୫ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ହେନ୍ତାଳ ଚାରା ପ୍ରସ୍ତୁତ କରାଯିବା ସହିତ ଚାରାରୋପଣ ମଧ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

25 Feb 2024 By The Sakala

ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଦ୍ରଭୂମିର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ

ଜଗତସିଂହପୁର(ରଶ୍ମି ରଞ୍ଜନ ମହାପାତ୍ର): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ବଙ୍ଗୋପସାଗର ବେଳାଭୂମୀ । ପାରାଦୀପରେ ବୃହତ ବନ୍ଦର ପ୍ରତିଷ୍ଠା ଓ ପରବର୍ତ୍ତି ସମୟରେ ଏଠାରେ ବିଭିନ୍ନ ଶିଳ୍ପ ସଂସ୍ଥା ଗଢିଉଠିବା ଦ୍ୱାରା ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି। ଶିଳ୍ପାୟନର ଆବଶ୍ୟକତା ପାଇଁ ସବୁଜ ବନାନୀକୁ ବିଦାୟ ନେବାକୁ ପଡୁଛି। ଫଳରେ ପରାଦୀପ, କୁଜଙ୍ଗ ଓ ମହାକାଳପଡ଼ା ଅଞ୍ଚଳରେ ପରିବେଶ ଅସନ୍ତୁଳିତ ହେବାରେ ଲାଗିଛି। ଏଠାରେ ବଢ଼ୁଥିବା ପ୍ରଦୂଷଣକୁ ହ୍ରାସ କରିବାକୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।

ଜଗତସିଂହପୁର ଜିଲ୍ଲା ବିଶ୍ୱାଳୀ ଗ୍ରାମର ଯନ୍ତ୍ରୀ ଅମରେଶ ନରେଶ ସାମନ୍ତ ଓ ତାଙ୍କ ଦ୍ୱାରା ଗଠିତ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ସ୍ଥାନୀୟ ଅଞ୍ଚଳରେ ପରିବେଶର ସୁରକ୍ଷା ପାଇଁ ପ୍ରମୁଖ ଭୂୂମିକା ଗ୍ରହଣ କରିଛନ୍ତି। ଯନ୍ତ୍ରୀ ଅମରେଶ ଓ ତାଙ୍କ ସଂଗଠନ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସବୁଜିମା ସୃଷ୍ଟି ପାଇଁ ଉଦ୍ୟମ ଦ୍ୱାରା ୨୦ଟି ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ହୋଇଛି। ଯନ୍ତ୍ରୀ ଅମରେଶ ଓ ତାଙ୍କ ସଂଗଠନ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଦ୍ରଭୂମିର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଅମରେଶଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ଓ ୨୦୨୩ରେ ପ୍ରକୃତିବନ୍ଧୁ, ୨୦୧୬ରେ ତାଙ୍କ ସଂଗଠନକୁ ପ୍ରକୃତିମିତ୍ର ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମର ୨୫ତମ ସଂସ୍କରଣରେ ଅମରେଶଙ୍କର ପ୍ରଶଂସା କରିଛନ୍ତି।

ପିଲାଦିନରୁ ଅମରେଶଙ୍କର ଗଛ ପ୍ରତି ଦୁର୍ବଳତା ଥିଲା। ସ୍କୁଲ ଜୀବନରେ ଗଛ ଲଗାଇ ଏହାକୁ ଯତ୍ନର ସହିତ ବଢ଼ାଇବାର ଆନନ୍ଦ ତାଙ୍କୁ ପରବର୍ତ୍ତୀ ଜୀବନରେ ସବୁଜିମାମୟ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା। ଇଞ୍ଜିନିୟରିଂ ଶିକ୍ଷା ଲାଭ କରିବା ପରେ ସେ ପାରାଦୀପ ବନ୍ଦରରେ ଜଣେ ଯନ୍ତ୍ରୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ମାତ୍ର ଏହି ସମୟରେ ଗଛ ଲଗାଇବାର ନିଶା ବୃଦ୍ଧିପାଇବା ସହିତ ଏହାକୁ ଜୀବନର ବ୍ରତ ଭାବରେ ସେ ଗ୍ରହଣ କରିଛନ୍ତି। ଏପରିକି ନିଜ ଦରମାର ଅଧାରୁ ଅଧିକ ସେ ଗଛ ଲଗାଇବା ଓ ଜଙ୍ଗଲ ସୃଷ୍ଟି କରିବାରେ ବିନିଯୋଗ କରିଛନ୍ତି। ୨୦୦୫ରୁ ତାଙ୍କ ଦ୍ୱାରା ଗଠିତ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ସଂଗଠନର ସଦସ୍ୟମାନେ ତାଙ୍କ ସହିତ ପାଦ ମିଳାଇ ଏହି ମହାନ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ତାଙ୍କର ଏହି ପ୍ରୟାସକୁ ଅଧିକ ବ୍ୟାପକ କରିବାକୁ ସେ ଓଡ଼ିଶା ଜୈବ ବିବିଧତା କଂଗ୍ରେସ ଗଠନ କରିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଖୁରୁସିଆ, ଲୁଣୁକୁଆ, ଚଉମୁହାଣି, ନରେନ୍ଦ୍ରପୁର, ପିପଳ, ପାରାଦୀପଗଡ଼, ଉଚ୍ଛବାନନ୍ଦପୁର, ବିଶ୍ୱାଳି ତଥା କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଶହ ଶହ ଗଛ ଲଗାଇ ସବୁଜ ଜଙ୍ଗଲ ସୃଷ୍ଟି କରାଯାଇ ପାରିଛି। ମହାନଦୀର ମୁହାଣ ମୁହଁ ଚଉମୁହାଣିରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ପାଇଁ ଦୀର୍ଘ ୫ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ହେନ୍ତାଳ ଚାରା ପ୍ରସ୍ତୁତ କରାଯିବା ସହିତ ଚାରାରୋପଣ ମଧ୍ୟ ଜାରି ରହିଛି।

https://www.thesakala.in/latest-odisha-news/jagatsinghpur/engineer-amaresh-is-creating-awareness-about-the-environment-and-making-people-aware-about-the-protection-of-wetlands/article-30200
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର