ପୀଡ଼ିତାଙ୍କୁ ଗାଁରେ ପ୍ରଚାର କରି ବିବାଦରେ ୨ ପୁଲିସ ଅଧିକାରୀ; ଥାନାରେ ମାମଲା ରୁଜୁ

The Sakala Picture
Published On

ଭୁବନେଶ୍ୱର: ଦୁଷ୍କର୍ମ ପୀଡ଼ିତାଙ୍କ ସମ୍ପର୍କରେ ତାଙ୍କ ଶାଶୂଘରେ ପ୍ରଚାର କରିବା ଏବଂ ଅଭିଯୁକ୍ତ ସହ ସମ୍ପର୍କ ରଖିବା ଅଭିଯୋଗ ପୁଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ମହିଳା ଥାନାର ପୂର୍ବତନ ତଦନ୍ତ ଅଧିକାରୀ ଓ ଥାନାର ପୂର୍ବତନ ଇନ୍ସପେକ୍ଟରଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ପୀଡ଼ିତା ଅନ୍‍ଲାଇନ୍‍ ରେ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ଦୁଇ ଅଧିକାରୀଙ୍କ ବିରୋଧରେ କେସ୍‍ ନଂ-୧୮୦/୨୨ରେ ମାମଲା ରୁଜୁ କରିଛି। […]

ଭୁବନେଶ୍ୱର: ଦୁଷ୍କର୍ମ ପୀଡ଼ିତାଙ୍କ ସମ୍ପର୍କରେ ତାଙ୍କ ଶାଶୂଘରେ ପ୍ରଚାର କରିବା ଏବଂ ଅଭିଯୁକ୍ତ ସହ ସମ୍ପର୍କ ରଖିବା ଅଭିଯୋଗ ପୁଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ମହିଳା ଥାନାର ପୂର୍ବତନ ତଦନ୍ତ ଅଧିକାରୀ ଓ ଥାନାର ପୂର୍ବତନ ଇନ୍ସପେକ୍ଟରଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ପୀଡ଼ିତା ଅନ୍‍ଲାଇନ୍‍ ରେ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ଦୁଇ ଅଧିକାରୀଙ୍କ ବିରୋଧରେ କେସ୍‍ ନଂ-୧୮୦/୨୨ରେ ମାମଲା ରୁଜୁ କରିଛି। ଏଥିରେ ପୀଡ଼ିତାଙ୍କୁ ଥାନାରୁ ମାମଲା ଉଠାଇ ନେବାକୁ ଧମକ ଦେଇଥିବା ଗୋପୀ ସ୍ୱାଇଁଙ୍କ ନାଁ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଅଭିଯୋଗ ଅନୁସାରେ, ତଦନ୍ତ କରିବା ଆଳରେ ମାମଲା ନେଇଥିବା ତତ୍କାଳୀନ ଏସିପି ସେପ୍ଟେମ୍ବର ୨୨ରେ ପୀଡ଼ିତାଙ୍କ ଗାଁକୁ ଯାଇଥିଲେ। ସେଠାରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଗାଁରେ ପ୍ରଚାର କରିବା ସହ ଅଭିଯୁକ୍ତଙ୍କ ସହ ହାତ ମିଳାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏସିପି ଗାଁକୁ ଯାଇଥିବା ବେଳେ ପୀଡ଼ିତା କୌଣସି କାମରେ ଜଗତସିଂହପୁରକୁ ଯାଇଥିଲେ। ଏହି ସମୟରେ ଗାଁର ଗୋପୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଫୋନ୍‍ କରି ମାମଲା ଉଠାଇ ନେବାକୁ ଧମକ ଦେଇଥିଲେ। ଏପରିକି ଗାଁରେ ପ୍ରଚାର ହୋଇଯିବା ପରେ ଗାଁ ଲୋକେ ତାଙ୍କୁ ଥଟ୍ଟା ପରିହାସ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଦୁଷ୍କର୍ମ ଶିକାର ହୋଇଥିବା ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ନ ଥିଲା। ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବା ୮୩ ଦିନ ପରେ ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଏବେ ପୁଲିସ ଅଭିଯୁଙ୍କ ସହ ହାତ ମିଳାଇଥିବାରୁ ପୁଲିସ ନାଁରେ ପୁଲିସ ହିଁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର