ଡିସେମ୍ବର ଅଧା ହେଲାଣି ମାତ୍ର ଶୀତ ନାହିଁ, ୧୫ଂ ଉପରେ ପାରଦ; ରାତିରେ କମୁନି ତାତି
ଭୁବନେଶ୍ୱର: ଡିସେମ୍ବର ମାସ ଅଧା ହେଲାଣି। ଦିନ କେଇଟା ପରେ ଶୀତ ଦିନ ଶେଷ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଥଣ୍ଡା ଲହରୀ ପଡ଼ି ପାରି ନାହିଁ। ଓଡ଼ିଶା ଉପରେ ବାରମ୍ବାର ପାଣିପାଗ ଜନିତ ଅସୁବିଧା ରହୁଛି। ଏହା ଦ୍ୱାରା ତାପମାତ୍ରରେ ବିଶେଷ ହ୍ରାସ ହୋଇପାରୁ ନାହିଁ। ପାଗ ମେଘୁଆ ହେତୁ ସ୍ୱାଭାବିକ ଉପରେ ତାପମାତ୍ରା ରହୁଛି ଓ ଥଣ୍ଡା ଅନୁଭୂତ ହୋଇପାରୁନାହିଁ। ପୂର୍ବ ବର୍ଷମାନଙ୍କରେ ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଅଧିକାଂଶ ସ୍ଥାନରେ ରାତିର […]
ଭୁବନେଶ୍ୱର: ଡିସେମ୍ବର ମାସ ଅଧା ହେଲାଣି। ଦିନ କେଇଟା ପରେ ଶୀତ ଦିନ ଶେଷ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଥଣ୍ଡା ଲହରୀ ପଡ଼ି ପାରି ନାହିଁ। ଓଡ଼ିଶା ଉପରେ ବାରମ୍ବାର ପାଣିପାଗ ଜନିତ ଅସୁବିଧା ରହୁଛି। ଏହା ଦ୍ୱାରା ତାପମାତ୍ରରେ ବିଶେଷ ହ୍ରାସ ହୋଇପାରୁ ନାହିଁ। ପାଗ ମେଘୁଆ ହେତୁ ସ୍ୱାଭାବିକ ଉପରେ ତାପମାତ୍ରା ରହୁଛି ଓ ଥଣ୍ଡା ଅନୁଭୂତ ହୋଇପାରୁନାହିଁ। ପୂର୍ବ ବର୍ଷମାନଙ୍କରେ ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସୁଥିଲା। ଓଡ଼ିଶା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ପ୍ରବଳ ଶୀତ ଅନୁଭୂତ ହେଉଥିଲା। ମାତ୍ର ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ସେମିତି ସ୍ଥିତି ସୃଷ୍ଟି ହୋଇପାରି ନାହିଁ। ଗତ ୨୦୧୮ ମସିହା ଡିସେମ୍ବର ୩୦ରେ ଭୁବନେଶ୍ୱରରେ ତାପମାତ୍ରା ୮.୨ ଡିଗ୍ରୀ ସେଲ୍ଫସିୟସ ରେକର୍ଡ କରାଯାଇଥିବା ବେଳେ ୨୦୧୯ରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ମାତ୍ର ବର୍ତ୍ତମାନ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରକେର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ଓ ଫୁଲବାଣୀକୁ ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ ରହିଛି। ଗୋଟିଏ ପଟେ ରାତିର ତାପମାତ୍ରା ଅଧିକ ରହୁଥିବା ବେଳେ ଦିନ ବେଳା ମଧ୍ୟ ତାପମାତ୍ରା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ବିଶେଷ ଶୀତ ହେବନ ନାହିଁ ବୋଲି ପୂର୍ବରୁ ଭାରତୀୟ ପାଣପିାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଡିସେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ତେଣୁ ଚଳିତ ଶୀତ ଋତୁରେ ରାଜ୍ୟରେ ଶୀତ କମ୍ ଅନୁଭୂତ ହେବ ବୋଲି ଆଇଏଡି ଆକଳନ କରିଛି। ରାଜ୍ୟରେ ଫେବୃଆରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବିଭାଗ ପକ୍ଷରୁ ଶୀତ ଋତୁ ପାଇଁ ପ୍ରକାଶ ପାଉଥିବା ବିସ୍ତାରିତ ପରିସର ଆକଳନରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଦର୍ଶାଯାଛି ଯେ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବାକୁ ଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସେହିପରି ଡିସେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସାଧାରଣତଃ ବର୍ଷା ଲାଗି ରହିଲେ ବା ମେଘୁଆ ପାଗ ଯୋଗୁଁ ରାତିର ତାପମାତ୍ରା ଅଧିକ ରହିଥାଏ। ଚଳିତ ବର୍ଷ ମଧ୍ୟ ଏହି ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଶୀତ ଋତୁରେ ଲା-ନିନା ସକ୍ରିୟ ରହିବ। ସାଧାରଣତଃ ଲା-ନିନା ସକ୍ରିୟ ରହିଲେ ଶୀତ ଅଧିକ ହୋଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ କାଳର ପରବର୍ତ୍ତି ସମୟରେ ଲା-ନିନା ସକ୍ରିୟ ରହିଲେ ବର୍ଷା କମାଇବା ସହିତ ଏହା ତାପମାତ୍ରା ହ୍ରାସ କରାଇବାରେ ସହାୟକ ହୁଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହେବାର ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ଡିସେମ୍ବର ୧୫ ଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିବ। ସେହିପି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।