ଦୁଇ ଦିନ ପରେ ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୨ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼଼ିବ। କିଛି ଦିନ ହେବ ହାଲ୍‍କା ଓ ବିକ୍ଷିପ୍ତ ବର୍ଷା ହେଉଥିବା ବେଳେ ବିଜୁଳି ଘଡ଼ଘଡ଼ିର ପରିମାଣ ବଢ଼଼ୁଛି। ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼଼ି ଚାଲିଛି। ହେଲେ ଗୁରୁବାର ଓ ଶୁକ୍ରବାର ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଶନିବାରଠାରୁ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣପିାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼଼, କେନ୍ଦୁଝର […]

ଭୁବନେଶ୍ୱର : ଆସନ୍ତା ୨ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼଼ିବ। କିଛି ଦିନ ହେବ ହାଲ୍‍କା ଓ ବିକ୍ଷିପ୍ତ ବର୍ଷା ହେଉଥିବା ବେଳେ ବିଜୁଳି ଘଡ଼ଘଡ଼ିର ପରିମାଣ ବଢ଼଼ୁଛି। ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼଼ି ଚାଲିଛି। ହେଲେ ଗୁରୁବାର ଓ ଶୁକ୍ରବାର ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଶନିବାରଠାରୁ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣପିାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଝାରସୁଗୁଡ଼ା, ବରଗଡ଼଼, ସୁନ୍ଦରଗଡ଼଼, ଦେବଗଡ଼଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ସେହିପରି ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର୍‍ ବିଶ୍ୱାସ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮୭ ମିମି ବର୍ଷା ହୋଇଛି। ୧୪ ଜିଲ୍ଲାରେ ସ୍ୱାଭାବିକ ଓ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ ଓ ଯାଜପୁରରେ ସ୍ଥିତି ଚିନ୍ତାଜନକ କହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ

15 Jul 2021 By The Sakala

ଦୁଇ ଦିନ ପରେ ବଢ଼ିବ ବର୍ଷା

ଭୁବନେଶ୍ୱର : ଆସନ୍ତା ୨ ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼଼ିବ। କିଛି ଦିନ ହେବ ହାଲ୍‍କା ଓ ବିକ୍ଷିପ୍ତ ବର୍ଷା ହେଉଥିବା ବେଳେ ବିଜୁଳି ଘଡ଼ଘଡ଼ିର ପରିମାଣ ବଢ଼଼ୁଛି। ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼଼ି ଚାଲିଛି। ହେଲେ ଗୁରୁବାର ଓ ଶୁକ୍ରବାର ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଶନିବାରଠାରୁ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣପିାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଝାରସୁଗୁଡ଼ା, ବରଗଡ଼଼, ସୁନ୍ଦରଗଡ଼଼, ଦେବଗଡ଼଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ସେହିପରି ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର୍‍ ବିଶ୍ୱାସ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮୭ ମିମି ବର୍ଷା ହୋଇଛି। ୧୪ ଜିଲ୍ଲାରେ ସ୍ୱାଭାବିକ ଓ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକ ଓ ଯାଜପୁରରେ ସ୍ଥିତି ଚିନ୍ତାଜନକ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର