‘ବୋସ୍‌’ ଛାତ୍ରଙ୍କ ନିଆରା ଉଦ୍ଭାବନ : ମିରର୍‌ରେ ପରିଚାଳିତ ହେବ ସ୍ମାର୍ଟରୁମ୍‍

The Sakala Picture
Published On

କଟକ : ଘର ଭିତରେ ଲାଗିବ ମିରର୍‌। ଏଥିରେ କେବଳ ମୁହଁ ଦିଶିବନି, ଏହି ମିରର୍‌ ସମ୍ପୁର୍ଣ୍ଣ ଘରକୁ ପରିଚାଳିତ କରିବ। ମିରର ଆଗରେ ଛିଡ଼ା ହୋଇ ଯେ କୌଣସି ନିର୍ଦ୍ଦେଶ ଦେଲେ ସବୁ କାର୍ଯ୍ୟ ହୋଇଯିବ। ଏପରି ଏକ ସ୍ମାର୍ଟ ମିରର ଉଦ୍ଭାବନ କରିଛନ୍ତି କଟକର ବୋସ ସ୍କୁଲ ଛାତ୍ର ସ୍ୱାଧୀନ ଦାସ। ତାଙ୍କ ଏହି ସ୍ମାର୍ଟ ମିରର ଦେଖିବାକୁ ବେଶ୍‍ ଆକର୍ଷଣୀୟ ହୋଇଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ଅନୁଗୁଳ ଜିଲ୍ଲା […]

କଟକ : ଘର ଭିତରେ ଲାଗିବ ମିରର୍‌। ଏଥିରେ କେବଳ ମୁହଁ ଦିଶିବନି, ଏହି ମିରର୍‌ ସମ୍ପୁର୍ଣ୍ଣ ଘରକୁ ପରିଚାଳିତ କରିବ। ମିରର ଆଗରେ ଛିଡ଼ା ହୋଇ ଯେ କୌଣସି ନିର୍ଦ୍ଦେଶ ଦେଲେ ସବୁ କାର୍ଯ୍ୟ ହୋଇଯିବ। ଏପରି ଏକ ସ୍ମାର୍ଟ ମିରର ଉଦ୍ଭାବନ କରିଛନ୍ତି କଟକର ବୋସ ସ୍କୁଲ ଛାତ୍ର ସ୍ୱାଧୀନ ଦାସ। ତାଙ୍କ ଏହି ସ୍ମାର୍ଟ ମିରର ଦେଖିବାକୁ ବେଶ୍‍ ଆକର୍ଷଣୀୟ ହୋଇଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଅନୁଗୁଳ ଜିଲ୍ଲା ତାଳମୂଳ ଅଞ୍ଚଳର ସୁନୀଲ ଓ ସ୍ୱର୍ଣ୍ଣପ୍ରଭା ଦାସଙ୍କ ପୁଅ ହେଉଛନ୍ତି ସ୍ୱାଧୀନ। ସେ ବୋସ ଇଞ୍ଜିନିୟରିଂ ସ୍କୁଲର ଇଲୋକୋଟ୍ରାନିକ୍ସ ବିଭାଗର ଶେଷ ବର୍ଷର ଛାତ୍ର। କରୋନା ଯୋଗୁଁ ଗତ ଦେଢବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଛି। ସେ ଘରେ ରହି ଅଧିକାଂଶ ସମୟ ଅତିବାହିତ କରିଥିଲେ। ମାତ୍ର ଘରେ ରହିବା ସମୟକୁ ସେ ଅପଚୟ କରି ନଥିଲେ। କିଛି ନୂଆ କରିବାର ଆଗ୍ରହ ତାଙ୍କୁ ସର୍ବଦା ଉତ୍ସାହିତ କରିଥିଲା। ବତ୍ତର୍ମାନ ଯୁଗରେ ସବୁ ସାମଗ୍ରୀ ଆଧୁନିକୀକରଣ ହୋଇଛି। ମୋବାଇଲଠାରୁ ଆରମ୍ଭ କରି ଟେଲିଭିଜନ ପର୍ଯ୍ୟନ୍ତ ସବୁ ସ୍ମାର୍ଟରେ ଉପଲବ୍ଧ ହେଉଛି। ସ୍ୱାଧୀନ ଆଇନା ଆଗରେ ବସିଥିବା ବେଳେ ଏକ ସ୍ମାର୍ଟ ମିରର ପ୍ରସ୍ତୁତି ପାଇଁ ବର୍ଷେ ହେଲା ପରିକଳ୍ପନା କରିଥିଲେ। ହେଲେ ଏହାକୁ ପ୍ରସ୍ତୁତ କରିପାରି ନଥିଲେ। ତେବେ ଶେଷ ବର୍ଷରେ ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରିବା ପାଇଁ କଲେଜ ପକ୍ଷରୁ କୁହାଯାଇଥିଲା। କିଛି କିଛି ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ୍‍ କରାଯିବା ସହ ପ୍ରକଳ୍ପ ତିଆରି କରିବାକୁ କୁହାଯାଇଥିଲା। ମାତ୍ର କରୋନା ଯୋଗୁ ସମସ୍ତ ଛାତ୍ରଛାତ୍ରୀ ଘରେ ରହିଥିଲେ। ଏହି ସମୟ ମଧ୍ୟରେ ସ୍ୱାଧୀନ ତାଙ୍କ ଗ୍ରୁପ୍‍ର ମେମ୍ବରଙ୍କ ସହଯୋଗରେ ସୁପରିକଳ୍ପିତ ସ୍ମାର୍ଟ ମିରର ପ୍ରକଳ୍ପ ଆରମ୍ଭ କରି ଦେଇଥିଲେ। ୨-ଏ ମିରର, ପ୍ଲାଏ ବୋର୍ଡ, ରାସ୍‍ବେରି ପ୍ରୋସେସର, ଡିସ୍‍ପ୍ଲେ ୟୁନିଟ୍‍ ସହ ଅନ୍ୟ କେତେକ ସରଞ୍ଜାମ ବ୍ୟବହାର କରି ୩ମାସ ମଧ୍ୟରେ ପ୍ରସ୍ତୁତ କରିଥିଲେ ସ୍ମାର୍ଟ ମିରର।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଏହି ସ୍ମାର୍ଟ ମିରର ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଏହି ମିରର ଆଗରେ ଛିଡ଼ାହୋଇ ଯେ କୌଣସି ଭଏସ୍‍ କମାଣ୍ଡ ଦେଲେ ତାହା ତୁରନ୍ତ ଯଥାଶୀଘ୍ର କାର୍ଯ୍ୟରେ ପରିଣତ ହେଉଛି। ଉଦାହରଣ ସ୍ୱରୂପ ଯଦି ଏହି ମିରର ଆଗରେ ଛିଡ଼ା ହୋଇ କଂପ୍ୟୁଟର’ ଲାଇଟ ଅନ୍‍ କରାଯାଉ କହିବା ତୁରନ୍ତ ଘରର ଲାଇଟ୍‍ ଅନ୍‍ ହୋଇଯିବ। ସେହିପରି ଭଏସ୍‍ କମାଣ୍ଡ ଦେବା ଦ୍ୱାରା ଫ୍ୟାନ୍‍, ଏସିି ଟେଲିଭିଜନର କୌଣସି ଚ୍ୟାନେଲ ଏବଂ ଗୁଗୁଲ ସର୍ଚ୍ଚରେ ମିଳୁଥିବା ଯେକୌଣସି କାର୍ଯ୍ୟ ଆପେ ଆପେ ହୋଇଯାଉଛି। ଏହା ଇଲେକ୍ଟି ଦ୍ୱାରା ଚାଲୁଥିବା ବେଳେ ଆବଶ୍ୟକ ହେଲେ ବ୍ୟାଟେରୀର ବ୍ୟବହାର କରାଯାଇ ପରିବ। ଏହି ଅତ୍ୟାଧୁନିକ ମିରର ଦ୍ୱାରା ଯେ କୌଣସି ରୁମ୍‍କୁ ସ୍ମାର୍ଟ ରୁମରେ  ପରିଣତ କରାଯାଇ ପାରିବ। କୌଣସି ବ୍ୟକ୍ତି ଗୋଟିଏ ସ୍ଥାନରେ ବସି ପୂରା ରୁମ୍‍ର ସମାଗ୍ରୀକୁ ବ୍ୟବହାର କରିପାରିବେ। ଏପରିକି ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ମିରର ବିଶେଷ ସହାୟକ ହୋଇପାରିବ ବୋଲି ସ୍ବାଧୀନ କହିଛନ୍ତି। ତେବେ ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରାୟ ୨୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ସ୍ମାର୍ଟ ମିରର ସଭିଙ୍କ ପସନ୍ଦ ଆସିଥିବା ବେଳେ ଚାହିଦା ଅନୁଯାୟୀ ଏହାର ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ସ୍ୱାଧୀନଙ୍କ ଏହି ଜ୍ଞାନକୌଶଳ ପ୍ରଶଂସନୀୟ ହୋଇଥିବା ବେଳେ ଏହା ଅନ୍ୟଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର