ନାମାଙ୍କନ ଭରିବାରେ ଶିକ୍ଷିତ ଯୁବଗୋଷ୍ଠୀଙ୍କ ସଂଖ୍ୟା ବୃଦ୍ଧି, ନିର୍ଣ୍ଣାୟକ ସାଜିପାରନ୍ତି ଯୁବ ଭୋଟର

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟବ୍ୟାପୀ ନିର୍ବାଚନୀ ଉଷ୍ମତା ଶୀର୍ଷରେ ପହଞ୍ଚିଥିବାବେଳେ ରାଜନୈତିକ ଦଳଗୁଡ଼ିକ ଅତି ସନ୍ତର୍ପଣରେ ନିଜ ନିଜର ଗୋଟି ଚାଳନା ଜାରି ରଖିଛନ୍ତି। ତେବେ ପୂର୍ବ ନିର୍ବାଚନ ତୁଳନାରେ ଚଳିତଥର ଦେଖିବାକୁ ମିଳିଛି ଏକ ବଡ଼ ବ୍ୟତିକ୍ରମ। ବ୍ୟତିକ୍ରମଟି ହେଉଛି ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ଅଧିକରୁ ଅଧିକ ଶିକ୍ଷିତ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ। ସାଧାରଣତଃ ଶିକ୍ଷିତ ଯୁବଗୋଷ୍ଠୀ “କାଦୁଅକୁ ଯିବା କାହିଁକି, ଗୋଡ଼ ଧୋଇବା କାହିଁକି” ଉକ୍ତିକୁ ଆଳ କରି ପ୍ରତ୍ୟକ୍ଷ ରାଜନୀତି […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟବ୍ୟାପୀ ନିର୍ବାଚନୀ ଉଷ୍ମତା ଶୀର୍ଷରେ ପହଞ୍ଚିଥିବାବେଳେ ରାଜନୈତିକ ଦଳଗୁଡ଼ିକ ଅତି ସନ୍ତର୍ପଣରେ ନିଜ ନିଜର ଗୋଟି ଚାଳନା ଜାରି ରଖିଛନ୍ତି। ତେବେ ପୂର୍ବ ନିର୍ବାଚନ ତୁଳନାରେ ଚଳିତଥର ଦେଖିବାକୁ ମିଳିଛି ଏକ ବଡ଼ ବ୍ୟତିକ୍ରମ। ବ୍ୟତିକ୍ରମଟି ହେଉଛି ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିରେ ଅଧିକରୁ ଅଧିକ ଶିକ୍ଷିତ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ। ସାଧାରଣତଃ ଶିକ୍ଷିତ ଯୁବଗୋଷ୍ଠୀ “କାଦୁଅକୁ ଯିବା କାହିଁକି, ଗୋଡ଼ ଧୋଇବା କାହିଁକି” ଉକ୍ତିକୁ ଆଳ କରି ପ୍ରତ୍ୟକ୍ଷ ରାଜନୀତି ପ୍ରତି ଅନିଚ୍ଛା ଭାବ ପ୍ରକାଶ କରିଥା’ନ୍ତି। ମାତ୍ର ଚଳିତ ନିର୍ବାଚନ ପ୍ରକ୍ରିୟାର ପ୍ରଥମ ଚରଣରୁ ଏଥିରେ ଭିନ୍ନତା ଦେଖାଦେଇଛି। ପ୍ରତି ଜିଲ୍ଲା, ପ୍ରତି ବ୍ଲକ ଓ ପଞ୍ଚାୟତରେ ନାମାଙ୍କନ ଭରିବାରେ ଶିକ୍ଷିତ ଯୁବକଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନାମାଙ୍କନପତ୍ର ଦାଖଲର ମାତ୍ର ୩ ଦିନ ଶେଷ ହୋଇଥିବାରୁ ପରିସଂଖ୍ୟାନ ଦୃଷ୍ଟିରୁ ଏହି ସଂଖ୍ୟା କମ୍‍ ହୋଇଥିଲେ ହେଁ ଯଦି ଏହି ଧାରା ଲାଗି ରହେ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏହା ଏକ ବିରାଟ ସକାରାତ୍ମକ ପ୍ରଭାବ ପକାଇବ। ବିଶେଷକରି ଚଳିିତଥର ଲକ୍ଷାଧିକ ଯୁବ ଭୋଟର ପ୍ରଥମଥର ପାଇଁ ମତଦାନ ସାବ୍ୟସ୍ତ କରିବାର ଅଧିକାର ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷିତ। ତେଣୁ ଏହିବର୍ଗଙ୍କ ମତଦାନ ନିର୍ବାଚନ ଫଳାଫଳରେ ନିର୍ଣ୍ଣାୟକ ସାଜିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଗତ ୧୭ ତାରିଖରୁ ରାଜ୍ୟବ୍ୟାପୀ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଧିକରୁ ଅଧିକ ସଂଖ୍ୟାରେ ଯୁବକଯୁବତୀ ରାଜନୀତିର ମୈଦାନକୁ ଓହ୍ଲାଇଛନ୍ତି। ଏକ ନିର୍ମଳ ପରିବେଶରେ ନିଜ ଅଞ୍ଚଳର ବିକାଶକୁ ଶିଖରରେ ପହଞ୍ଚାଇବୁ ବୋଲି ଅଧିକାଂଶ ଶିକ୍ଷିତ ଯୁବ ଆଶାୟୀ ମତ ଦେଉଛନ୍ତି। ଯୁବଗୋଷ୍ଠୀଙ୍କ ଏହି ମନୋଭାବ ସାଧାରଣ ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ପାଇଁ କିଛିମାତ୍ରାରେ ଚିନ୍ତାର କାରଣ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଯୁବକଯୁବତୀମାନେ ନିଜ ଆଡ଼ୁ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିବାପରେ ସାଧାରଣ ଭୋଟର ନିଜ ଆଡ଼ୁ ସମର୍ଥନ ଅଜାଡ଼ି ଦେଉଛନ୍ତି। ନିର୍ବାଚନ ଜିତିବାରେ ଅର୍ଥ ଓ ବାହୁବଳ ଏକ ପ୍ରମୁଖ କାରକ ପାଲଟୁଥିବା କୁହାଯାଉଥିବାବେଳେ ଏବେ କିନ୍ତୁ ପ୍ରାର୍ଥୀତ୍ବ କୁ ଅଧିକ ଗୁରୁତ୍ବ ମିଳୁଛି । ଯାହାଫଳରେ ସରକାରୀ ବା ବେସରକାରୀ ବୃତ୍ତିରେ ଥିବା ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ ଚାକିରି ଛାଡ଼ି ରାଜନୀତି ମାଧ୍ୟମରେ ଜନତାଙ୍କ ସେବା କରିବାକୁ ଆଗେଇ ଆସୁଛନ୍ତି। ଚଳିତଥର ଅନେକ ଡାକ୍ତର, ଇଞ୍ଜିନିୟର ପ୍ରାର୍ଥୀ ହୋଇଥିବା ନଜରକୁ ଆସିଛନ୍ତି। ଆଉ କିଛି ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ପ୍ରତି ମନ ନ ବଳାଇ ରାଜନୀତି ପ୍ରତି ମନ ବଳାଉଛନ୍ତି। ଯେଉଁଠି କୌଣସି ରାଜନୈତିକ ଦଳକୁ ସେମାନେ ପସନ୍ଦ କରୁନାହାନ୍ତି, ସେଠାରେ ସ୍ଵାଧୀନ ଭାବେ ନିର୍ବାଚନ ଲଢୁଥିବା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର