ବିପଜ୍ଜନକ ଅବସ୍ଥାରେ ଇନ୍ଦ୍ରାବତୀ ଜଳଭଣ୍ଡାର

The Sakala Picture
Published On

ତେନ୍ତୁଳିଖୁଣ୍ଟି : ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀରେ ବିପଦ ଆଶଙ୍କା। ଜଳ ନିଷ୍କାସନ ପାଇଁ ଥିବା ଗେଟ୍‌ ଗୁଡ଼ିକର ଅବସ୍ଥା ବର୍ତ୍ତମାନ ବିପଦଜନକ ହୋଇପଡିଛି। ଫଳରେ ଡ୍ୟାମ୍‌ ପ୍ରତି ବିପଦ ଆଶଙ୍କା ସୃଷ୍ଟି ନେଇ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ଇନ୍ଦ୍ରାବତୀ ଡ୍ୟାମ ଓ ମୁରାନ ଡ୍ୟାମରେ ଅନୁରୂପ ଅବସ୍ଥା ସମ୍ବନ୍ଧରେ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଓଡ଼ିଶା ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ […]

ତେନ୍ତୁଳିଖୁଣ୍ଟି : ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀରେ ବିପଦ ଆଶଙ୍କା। ଜଳ ନିଷ୍କାସନ ପାଇଁ ଥିବା ଗେଟ୍‌ ଗୁଡ଼ିକର ଅବସ୍ଥା ବର୍ତ୍ତମାନ ବିପଦଜନକ ହୋଇପଡିଛି। ଫଳରେ ଡ୍ୟାମ୍‌ ପ୍ରତି ବିପଦ ଆଶଙ୍କା ସୃଷ୍ଟି ନେଇ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ଇନ୍ଦ୍ରାବତୀ ଡ୍ୟାମ ଓ ମୁରାନ ଡ୍ୟାମରେ ଅନୁରୂପ ଅବସ୍ଥା ସମ୍ବନ୍ଧରେ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଓଡ଼ିଶା ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଉଭୟ ଡ୍ୟାମ୍‌ର ଗେଟ୍‌ ଗୁଡିକର ରବର ବୁସ ସମ୍ପୂର୍ଣ୍ଣ ଖରାପ ହେବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଇନ୍ଦ୍ରାବତୀ ଡ୍ୟାମ୍‌ର ୭ଟି ଗେଟ୍‌ ମଧ୍ୟରୁ ୩, ୪, ୫ ଏବଂ ୭ ନମ୍ବର ଗେଟ୍‌ର ରବର ବୁଶ୍‌ ଖରାପ ହୋଇ ପାଣି ବୋହିଯାଉଥିବା ଦେଖିବାକୁ ମିଳିଛି। ସେହିପରି ଗଭୀରତମ ମୁରାନ ଜଳ ଭଣ୍ଡାରର କଂକ୍ରିଟ ବନ୍ଧରେ ଥିବା ପାଞ୍ଚଟି ଫାଟକ ମଧ୍ୟରୁ ୩ ଏବଂ ୪ ନମ୍ବର ଫାଟକରେ ଅହରହ ପାଣି ଗଳୁଛି। ତେବେ ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ୍‌ ସିଷ୍ଟମ ନିର୍ମାଣ ଆରମ୍ଭରୁ ଅର୍ଥାତ ୧୯୯୮ ମସିହାରୁ ଆଦ୍ୟାବଧି କାର୍ଯ୍ୟକ୍ଷମ ନ ଥିବାରୁ ମୁରାନ ଜଳଭାଣ୍ଡର ପ୍ରତି ସର୍ବାଧିକ ବିପଦ ଆଶଙ୍କା ରହିଥିବା ବିଶେଷଜ୍ଞ ମଣ୍ଡଳୀ ଚିନ୍ତା ପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଉଭୟ ବନ୍ଧର ଦୁଇ ପାର୍ଶ୍ବର ପ୍ରଥମ ଫାଟକ କୂଳଖାଇବା ଆଶଙ୍କାରେ ବୈଷୟିକ ଦୃଷ୍ଟି କୋଣରୁ ବନ୍ଦ ରହିଥାଏ। ହାଇଡ୍ରୋଲିକ୍‌ ସିଷ୍ଟମ ସମେତ ଉଭୟ ଜଳଭଣ୍ଡାରର ଅଚଳ ଥିବା ସମସ୍ତ ଫାଟକର ମରାମତି ନିମନ୍ତେ ବିଶେଷଜ୍ଞ ମଣ୍ଡଳୀର ସୁପାରିସ ଉପରେ ଓଡ଼ିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ିବା ଆଶଙ୍କା କରାଯାଉଛି। ବୃହତ୍‌ ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ୨୬୩୦ ବର୍ଗ କିଲୋମିଟର ଅଞ୍ଚଳର ବର୍ଷା ଜଳ ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳ ଭଣ୍ଡାରରେ ଗଚ୍ଛିତ ରହିଥାଏ ା ପ୍ରାୟ ସବୁ ବର୍ଷ ଜଳଭଣ୍ଡାର ପୂର୍ଣ୍ଣ ରହୁଥିବା ବେଳେ ଚଳିତ ବର୍ଷ ଅବବାହିକ ଅଞ୍ଚଳରେ ଆଶାନୁରୂପ ବର୍ଷା ହୋଇ ନଥିବାରୁ ଜଳପତନ ଆଜି ସୁଦ୍ଧା ୬୩୧.୫୦ ମିଟରରେ ସ୍ଥିର ରହିଛି ା ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୪୨ ମିଟର ହୋଇଥିବା ବେଳେ ଚଳିତ ବର୍ଷ ଏହା ଯଥେଷ୍ଟ ନିମ୍ନରେ ଥିବାରୁ ମରାମତି ପାଇଁ ପଦକ୍ଷେପ ନିଆଗଲେ ବିଶେଷ ପ୍ରତିବନ୍ଧକ ଉପୁଯିବ ନାହିଁ ବୋଲି ବିଶେଷଜ୍ଞ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି ା ଓଡିଶା ନିର୍ମାଣ ନିଗମ ଦ୍ୱାରା ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ ହଏଷ୍ଟ ପ୍ରଣାଳୀ କାର୍ଯ୍ୟକ୍ଷମ ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଅର୍ଥ ଯୋଗାଣରେ ପ୍ରତିବନ୍ଧକ ଓ ଦାୟିତ୍ବହୀନତା ଯୋଗୁ ଓଡିଶା ନିର୍ମାଣ ନିଗମ ଉକ୍ତ କାର୍ଯ୍ୟକୁ ଅଧପନ୍ତରିଆ ଭାବେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ା ଏହି ପ୍ରକଳ୍ପରୁ ସରକାର ବାର୍ଷିକ ହଜାର କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ଆଦାୟ କରୁଥିବା ବେଳେ ଏଠିକାର ପାରିପାର୍ଶ୍ବିକ ଭିତ୍ତିଭୂମିକୁ ଦୃଷ୍ଟି ନ ଦେବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ା

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

29 Nov 2021 By The Sakala

ବିପଜ୍ଜନକ ଅବସ୍ଥାରେ ଇନ୍ଦ୍ରାବତୀ ଜଳଭଣ୍ଡାର

ତେନ୍ତୁଳିଖୁଣ୍ଟି : ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ଜଳବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀରେ ବିପଦ ଆଶଙ୍କା। ଜଳ ନିଷ୍କାସନ ପାଇଁ ଥିବା ଗେଟ୍‌ ଗୁଡ଼ିକର ଅବସ୍ଥା ବର୍ତ୍ତମାନ ବିପଦଜନକ ହୋଇପଡିଛି। ଫଳରେ ଡ୍ୟାମ୍‌ ପ୍ରତି ବିପଦ ଆଶଙ୍କା ସୃଷ୍ଟି ନେଇ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଉଭୟ ଇନ୍ଦ୍ରାବତୀ ଡ୍ୟାମ ଓ ମୁରାନ ଡ୍ୟାମରେ ଅନୁରୂପ ଅବସ୍ଥା ସମ୍ବନ୍ଧରେ କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଦଳ ଓଡ଼ିଶା ଜଳ ବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଉଭୟ ଡ୍ୟାମ୍‌ର ଗେଟ୍‌ ଗୁଡିକର ରବର ବୁସ ସମ୍ପୂର୍ଣ୍ଣ ଖରାପ ହେବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଛି।

ଇନ୍ଦ୍ରାବତୀ ଡ୍ୟାମ୍‌ର ୭ଟି ଗେଟ୍‌ ମଧ୍ୟରୁ ୩, ୪, ୫ ଏବଂ ୭ ନମ୍ବର ଗେଟ୍‌ର ରବର ବୁଶ୍‌ ଖରାପ ହୋଇ ପାଣି ବୋହିଯାଉଥିବା ଦେଖିବାକୁ ମିଳିଛି। ସେହିପରି ଗଭୀରତମ ମୁରାନ ଜଳ ଭଣ୍ଡାରର କଂକ୍ରିଟ ବନ୍ଧରେ ଥିବା ପାଞ୍ଚଟି ଫାଟକ ମଧ୍ୟରୁ ୩ ଏବଂ ୪ ନମ୍ବର ଫାଟକରେ ଅହରହ ପାଣି ଗଳୁଛି। ତେବେ ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ୍‌ ସିଷ୍ଟମ ନିର୍ମାଣ ଆରମ୍ଭରୁ ଅର୍ଥାତ ୧୯୯୮ ମସିହାରୁ ଆଦ୍ୟାବଧି କାର୍ଯ୍ୟକ୍ଷମ ନ ଥିବାରୁ ମୁରାନ ଜଳଭାଣ୍ଡର ପ୍ରତି ସର୍ବାଧିକ ବିପଦ ଆଶଙ୍କା ରହିଥିବା ବିଶେଷଜ୍ଞ ମଣ୍ଡଳୀ ଚିନ୍ତା ପ୍ରକଟ କରିଛନ୍ତି।

ଉଭୟ ବନ୍ଧର ଦୁଇ ପାର୍ଶ୍ବର ପ୍ରଥମ ଫାଟକ କୂଳଖାଇବା ଆଶଙ୍କାରେ ବୈଷୟିକ ଦୃଷ୍ଟି କୋଣରୁ ବନ୍ଦ ରହିଥାଏ। ହାଇଡ୍ରୋଲିକ୍‌ ସିଷ୍ଟମ ସମେତ ଉଭୟ ଜଳଭଣ୍ଡାରର ଅଚଳ ଥିବା ସମସ୍ତ ଫାଟକର ମରାମତି ନିମନ୍ତେ ବିଶେଷଜ୍ଞ ମଣ୍ଡଳୀର ସୁପାରିସ ଉପରେ ଓଡ଼ିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ିବା ଆଶଙ୍କା କରାଯାଉଛି। ବୃହତ୍‌ ଇନ୍ଦ୍ରାବତୀ ପ୍ରକଳ୍ପ ଜଳଭଣ୍ଡାର ୨୬୩୦ ବର୍ଗ କିଲୋମିଟର ଅଞ୍ଚଳର ବର୍ଷା ଜଳ ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳ ଭଣ୍ଡାରରେ ଗଚ୍ଛିତ ରହିଥାଏ ା ପ୍ରାୟ ସବୁ ବର୍ଷ ଜଳଭଣ୍ଡାର ପୂର୍ଣ୍ଣ ରହୁଥିବା ବେଳେ ଚଳିତ ବର୍ଷ ଅବବାହିକ ଅଞ୍ଚଳରେ ଆଶାନୁରୂପ ବର୍ଷା ହୋଇ ନଥିବାରୁ ଜଳପତନ ଆଜି ସୁଦ୍ଧା ୬୩୧.୫୦ ମିଟରରେ ସ୍ଥିର ରହିଛି ା ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୪୨ ମିଟର ହୋଇଥିବା ବେଳେ ଚଳିତ ବର୍ଷ ଏହା ଯଥେଷ୍ଟ ନିମ୍ନରେ ଥିବାରୁ ମରାମତି ପାଇଁ ପଦକ୍ଷେପ ନିଆଗଲେ ବିଶେଷ ପ୍ରତିବନ୍ଧକ ଉପୁଯିବ ନାହିଁ ବୋଲି ବିଶେଷଜ୍ଞ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି ା ଓଡିଶା ନିର୍ମାଣ ନିଗମ ଦ୍ୱାରା ମୁରାନ ଜଳଭଣ୍ଡାରର ହାଇଡ୍ରୋଲିକ ହଏଷ୍ଟ ପ୍ରଣାଳୀ କାର୍ଯ୍ୟକ୍ଷମ ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ଜଳବିଦ୍ୟୁତ ନିଗମ କର୍ତ୍ତୃପକ୍ଷ ଅର୍ଥ ଯୋଗାଣରେ ପ୍ରତିବନ୍ଧକ ଓ ଦାୟିତ୍ବହୀନତା ଯୋଗୁ ଓଡିଶା ନିର୍ମାଣ ନିଗମ ଉକ୍ତ କାର୍ଯ୍ୟକୁ ଅଧପନ୍ତରିଆ ଭାବେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ା ଏହି ପ୍ରକଳ୍ପରୁ ସରକାର ବାର୍ଷିକ ହଜାର କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ଆଦାୟ କରୁଥିବା ବେଳେ ଏଠିକାର ପାରିପାର୍ଶ୍ବିକ ଭିତ୍ତିଭୂମିକୁ ଦୃଷ୍ଟି ନ ଦେବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର