ଓଡ଼ିଶା ବଜ୍ରକାପ୍ତା ଉପରେ ବିଦେଶୀ ନଜର, ସୋସିଆଲ ମିଡ଼ିଆରେ ହେଉଛି କାରବାର

The Sakala Picture
Published On

ଭୁବନେଶ୍ୱର : ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବଜ୍ରକାପ୍ତାଙ୍କ ସଂଖ୍ୟା ଅଧିକ। ରାଜ୍ୟର ଜଳବାୟୁ ଅନୁଯାୟୀ ଦେଖାଯାଉଥିବା ବଜ୍ରକାପ୍ତାର ଚାହିଦା ବିଦେଶରେ ଅଧିକ। ତେଣୁ ଓଡ଼ିଶା ବଜ୍ରକାପ୍ତାଙ୍କ ଉପରେ ଏବେ ବିଦେଶୀଙ୍କ ନଜର। ଏହାର ମାଷ୍ଟରମାଇଣ୍ଡ ରାଜ୍ୟ ବାହାରେ ବସି ରାକେଟ୍‍କୁ ପରିଚାଳନା କରୁଛନ୍ତି। ପୁଲିସ କିମ୍ବା କ୍ରାଇମ୍‍ବ୍ରାଞ୍ଚ ହାତରେ ଧରାନପଡ଼ିବା ପାଇଁ ମାଷ୍ଟରମାଇଣ୍ଡ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରୁଛନ୍ତି। ଯେଉଁଥି ପାଇଁ ପୁଲିସ ଶିକାରୀଙ୍କ ଫୋନ୍‍ ନମ୍ବରକୁ ଟ୍ରାକ୍‍ କଲେ ମଧ୍ୟ ରାକେଟ୍‍ର ମାଷ୍ଟରମାଇଣ୍ଡ୍‍ ନିକଟରେ […]

ଭୁବନେଶ୍ୱର : ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବଜ୍ରକାପ୍ତାଙ୍କ ସଂଖ୍ୟା ଅଧିକ। ରାଜ୍ୟର ଜଳବାୟୁ ଅନୁଯାୟୀ ଦେଖାଯାଉଥିବା ବଜ୍ରକାପ୍ତାର ଚାହିଦା ବିଦେଶରେ ଅଧିକ। ତେଣୁ ଓଡ଼ିଶା ବଜ୍ରକାପ୍ତାଙ୍କ ଉପରେ ଏବେ ବିଦେଶୀଙ୍କ ନଜର। ଏହାର ମାଷ୍ଟରମାଇଣ୍ଡ ରାଜ୍ୟ ବାହାରେ ବସି ରାକେଟ୍‍କୁ ପରିଚାଳନା କରୁଛନ୍ତି। ପୁଲିସ କିମ୍ବା କ୍ରାଇମ୍‍ବ୍ରାଞ୍ଚ ହାତରେ ଧରାନପଡ଼ିବା ପାଇଁ ମାଷ୍ଟରମାଇଣ୍ଡ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରୁଛନ୍ତି। ଯେଉଁଥି ପାଇଁ ପୁଲିସ ଶିକାରୀଙ୍କ ଫୋନ୍‍ ନମ୍ବରକୁ ଟ୍ରାକ୍‍ କଲେ ମଧ୍ୟ ରାକେଟ୍‍ର ମାଷ୍ଟରମାଇଣ୍ଡ୍‍ ନିକଟରେ ପହଞ୍ଚିବା ଅସମ୍ଭବ ହୋଇ ପଡୁଛି। ତେଣୁ ପୁଲିସ କେବଳ ଶିକାରୀଙ୍କୁ ଗିରଫ କରି ହାତ ବାନ୍ଧି ବସି ପଡୁଛି। ଯାହାଫଳରେ ଓଡ଼ିଶାରୁ ପ୍ରତି ଦିନ ଏକାଧିକ ବଜ୍ରକାପ୍ତା ରାଜ୍ୟ ବାହାରକୁ ଚାଲାଣ ହେଉଛି। ବିଶ୍ୱରେ ସବୁଠୁ ଅଧିକ ଶିକାର ହେଉଛି ବଜ୍ରକାପ୍ତା। ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍‍ ୧୯୭୨ ଅନୁଯାୟୀ ବଜ୍ରକାପ୍ତା ସିଡ୍ୟୁଏ-୧ ଅନ୍ତର୍ଭୁକ୍ତ ପ୍ରାଣୀ। ଏହାକୁ ଶିକାର କରିବା ଓ ଏହାର କାତିକୁ ବ୍ୟବସାୟ କରିବା ଦଣ୍ଡନୀୟ ଅପରାଧ। କିନ୍ତୁ ବନ ବିଭାଗର ଚରମ ଅବହେଳା ପାଇଁ ଏବେ ଓଡ଼ିଶାରେ ଏହି ପ୍ରାଣୀ ବିଲୁପ୍ତ ହେବା ଅବସ୍ଥାକୁ ଆସିଗଲାଣି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ବିଶେଷ କରି ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ବଜ୍ରକାପ୍ତା ଶିକାର ଘଟୁଥିବା ଅଭିଯୋଗ ହେଉଛି। ସବୁଠୁ ବଡ଼ କଥା ହେଲା ବନ ବିଭାଗର ଅଧିକାରୀଙ୍କ କୋହଳ ମନୋଭାବ ଏବଂ ଶିକାରୀଙ୍କ ସହ ମଧୁଚନ୍ଦ୍ରିକା ପାଇଁ ଏହି ସବୁ ଜିଲ୍ଲାର ଜଙ୍ଗଲରୁ ଅବାଧରେ ବଜ୍ରକାପ୍ତା ଧରାଯାଉଛି। ଶିକାର ପରେ ଏହାର ଡିଲ୍‍ ରାଜଧାନୀରେ କରାଯାଉଛି। ରାଜ୍ୟ ବାହାରର ଏକାଧିକ ଦଲାଲ ରାଜଧାନୀର ଏକାଧିକ ହୋଟେଲରେ ଡେରା ପକାଇ ଏହି କାରବାରକୁ ଚୂଡ଼ାନ୍ତ କରୁଛନ୍ତି। ସେମାନେ ସିଧାସଳଖ ଶିକାରୀଙ୍କ ସହ ଯୋଗାଯୋଗ କରନ୍ତି ନାହିଁ। ତେଣୁ ସେମାନେ ହ୍ୱାଟ୍ସଆପ୍‍ କଲ୍‍,ଫେସ୍‍ବୁକ୍‍ କଲ୍‍ ଏବଂ ଅନ୍ୟାନ୍ୟ ଆପ୍‍ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି। ପୁଲିସ ଏହାର ଟେର ପାଉନାହିଁ।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ଧରା ନ ପଡ଼ିବା ପାଇଁ ଦଲାଲ ରାଜଧାନୀ ଉପକଣ୍ଠକୁ ସୁରକ୍ଷିତ ସ୍ଥାନ ବାଛି ଥାନ୍ତି। ଶିକାରୀ କାରରେ ବଜ୍ରକାପ୍ତା ଆଣି ପହଞ୍ଚିବା ପରେ ଦଲାଲ ସହ ମୁଲଚାଲ ହୋଇଥାଲ। ଗୋଟିଏ ବଜ୍ରକାପ୍ତାକୁ ୫ଲକ୍ଷରୁ ୭ଲକ୍ଷ ଟଙ୍କାରେ ଡିଲ୍‍ ହୋଇଥାଏ। ଡିଲ୍‍ ହେବା ପରେ ଦଲାଲ ବଜ୍ରକାପ୍ତାକୁ କାରରେ ପୁରାଇ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ଶୁକ୍ରବାର ଏଭଳି ଭାବେ ପିତାପଲ୍ଲୀ ନିକଟରେ ବଜ୍ରକାପ୍ତା ଡିଲ ସମୟରେ ଧରାପଡ଼ିବା ପରେ ରାଜଧାନୀ ଉପକଣ୍ଠରେ ଏଭଳି ରାକେଟ୍‍ ଚାଲୁଥିବା ନେଇ ସ୍ପଷ୍ଟ ହୋଇଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ୩ ଦିନ ତଳେ ଆଇଜି ପାର୍କରେ ବଜ୍ରକାପ୍ତା କାତି ଡିଲ୍‍ ବେଳେ ଜଣେ ଦଲାଲ ଧରାପଡ଼ିଥିଲା। ତାକୁ ଏସ୍‍ଟିଏଫ ପଚରାଉଚରା କରିବା ପରେ ପିପିଲିରେ ଏହି ରାକେଟ୍‍ କାମ କରୁଥିବା ଜଣାପଡ଼ିଛି। ଦଲାଲକୁ ସାଥିରେ ନେଇ ଏସ୍‍ଟିଏଫ ଅନ୍ୟ ଜଣଙ୍କୁ ଗିରଫ କରିବା ସହ ୨କେଜିରୁ ଊର୍ଦ୍ଧ୍ବ ବଜ୍ରକାପ୍ତା କାତି ଜବତ କରିଥିଲା। ୨୦୧୮ ଅଗଷ୍ଟରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୪ ଜିଲ୍ଲାରେ ୨୬ ସ୍ଥ।।ନରେ ଚଢାଉ କରାଯାଇ ୨୭ଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏଥି ମଧ୍ୟରେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବାଧିକ ୪ଟି ଲେଖାଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

ସେହିପରି କୋରାପୁଟ ଓ କଟକରୁ ୩ଟି ଲେଖାଏ ଥିବା ବେଳେ ମାଲକାନଗିରି ଓ ରାୟଗଡ଼଼ାରୁ ୨ଟି ଲେଖାଏ ଏବଂ ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଜିଲ୍ଲାରୁ ଗୋଟିଏ ଗୋଟିଏ ଲେଖାଏଁ ଉଦ୍ଧାର କରାଯାଇଛି। ସେହିପରି ୨୦୧୬ରୁ ଏପର୍ଯ୍ୟନ୍ତ ୨୧ଟି ଘଟଣାରେ ମୋଟ ୫୪ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ ହୋଇଛି। ୨୦୨୧ ଜୁଲାଲ ୨୪ ଢେଙ୍କାନାଳ ବନଖଣ୍ଡ ଅଧିନ କପିଳାସ ରେଞ୍ଜରେ ଥରକେ ସର୍ବାଧିକ ୧୪.୨ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ବଡ଼ କଥା ହେଲା ଅନ୍ୟ ଜିଲ୍ଲାରେ ଏକାଧିକ ଶିକାରୀ ଧରାପଡ଼ିଲେ ମଧ୍ୟ ବନ ବିଭାଗ ଏହାର ତଦନ୍ତ କରିବା ପାଇଁ କ୍ରାଇମ୍‍ବ୍ରାଞ୍ଚକୁ ଦେଉ ନାହିଁ। ଯେଉଁଥି ପାଇଁ ଶିକାରୀମାନେ ସହଜରେ ଆଇନ୍‍ର ଫାଶରୁ ଖସି ଯାଉଛନ୍ତି। ଯଦି ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରୁଛି ସେମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିପାରୁନି। ଯେଉଁଥି ପାଇଁ ସେମାନେ ସହଜରେ ଜେଲରୁ ଖସି ଆସି ପୁଣି ଏହି କାରବାରରେ ଲିପ୍ତ ରହୁଛନ୍ତି।

ଏନେଇ ଏସ୍‍ଟିଏଫର ଜଣେ ଅଧିକାରୀ କହିଛନ୍ତି ଯେ, ବନ ବିଭାଗ ଯଦି ନିଜ ନିଜ ଅଞ୍ଚଳରେ ଥିବା ଜଙ୍ଗଲରେ କଡା ପାଟ୍ରୋଲିଂ କରିବେ ଶିକାରୀମାନେ ଜଙ୍ଗଲ ଭିତରକୁ ପଶିବାକୁ ସାହାସ ଜୁଟାଇ ପାରିବେ ନାହିଁ। ଏବେ ବନ ବିଭାଗ କୋହଳ ମନବୃତ୍ତି ଦେଖାଉଥିବାରୁ ଶିକାରୀ ମାନେ ବଜ୍ରକାପ୍ତା ଧରି ବିଦେଶକୁ ଚାଲାଣ କରୁଛନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର