ଅଗ୍ନି-୫ର ସଫଳ ପରୀକ୍ଷଣ, ବଳୟ ମଧ୍ଯରେ ଚିନର ସମସ୍ତ ସହର

The Sakala Picture
Published On

ବାଲେଶ୍ଵର: ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି-୫ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟା୫୦ମିନିଟରେ ଭୂପୃଷ୍ଠରୁ ଭୂପୃଷ୍ଠ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଅଗ୍ନି -୫ର ସଫଳ ପରୀକ୍ଷଣ କରାଯାଇଥିବା ନେଇ ଭାରତ ସରକାରଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। ରାତ୍ରିକାଳୀନ ଉତକ୍ଷେପଣ ହୋଇଥିବା ଅଗ୍ନି-୫ ମିସାଇଲ ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ଅଗ୍ନି-୫ ହେଉଛି ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ। ବାୟୁମଣ୍ଡଳର […]

ବାଲେଶ୍ଵର: ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି-୫ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟା୫୦ମିନିଟରେ ଭୂପୃଷ୍ଠରୁ ଭୂପୃଷ୍ଠ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ଅଗ୍ନି -୫ର ସଫଳ ପରୀକ୍ଷଣ କରାଯାଇଥିବା ନେଇ ଭାରତ ସରକାରଙ୍କ ପକ୍ଷରୁ  ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାତ୍ରିକାଳୀନ ଉତକ୍ଷେପଣ ହୋଇଥିବା ଅଗ୍ନି-୫ ମିସାଇଲ ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ଅଗ୍ନି-୫ ହେଉଛି ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ। ବାୟୁମଣ୍ଡଳର ବାହାରକୁ ଯାଇ ଏହା ନିଜ ଟାର୍ଗେଟ ସ୍ଥଳରେ ପହଞ୍ଚି ପାରିବ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଅଗ୍ନି-୫ ହେଉଛି ରିଏଣ୍ଟ୍ରି ଭେହିକିଲ ମିସାଇଲ । ଏଥିରେ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଥିବାବେଳେ, ଏଥିରେ ଷ୍ଟେଜ୍ ୩ ଇଞ୍ଜିନ୍ ବ୍ୟବହୃତ ହୋଇଛି। ଅଗ୍ନି-୫ର ରେଞ୍ଜରେ ସମଗ୍ର ଚୀନ ଦେଶ ଆସୁଛି । ଭାରତ-ଚୀନ ସୀମା ବିବାଦ ସମୟରେ ଭାରତ ଅଗ୍ନି-୫ ପରୀକ୍ଷଣ କରିବା ନିଶ୍ଚିତ ଶତ୍ରୁ ଦେଶର ଭୟ ବୃଦ୍ଧି କରିବ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନାଯୋଗ୍ୟ ଯେ, ଏହି ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା ୨୦୧୨ ମସିହାରେ କରାଯାଇଥିଲା। ଭାରତ ଅଗ୍ନି-୧,୨,୩ କ୍ଷେପଣାସ୍ତ୍ର କାର୍ଯ୍ୟକ୍ଷମ କରିସାରିଛି। ପାକିସ୍ତାନରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ତିନିଟି କ୍ଷେପଣାସ୍ତ୍ର ଡିଜାଇନ୍ ହୋଇଥିବା ବେଳେ ଚୀନ୍ ପକ୍ଷରୁ ଭବିଷ୍ୟତର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖ୍ ଅଗ୍ନି-୫କୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ବୋଲି ବିଶ୍ଵାସ କରାଯାଏ। ଚୀନର ପ୍ରତ୍ୟେକ ଅଞ୍ଚଳକୁ ଅଗ୍ନି-୫ ଟାର୍ଗେଟ କରିପାରିବର କ୍ଷମତା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର