କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁଁ ବଢୁଛି ଆର୍ଥିକ ଚାପ : ଜନଜାତିଙ୍କ ବିକାଶ କାର୍ଯ୍ୟ ବ୍ୟାହତ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫% ଅନୁସୂଚିତ ଜନଜାତି ବର୍ଗର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। କେତେକ ବର୍ଗ ଏବେ ବି ଅନୁସୂଚିତ ଜନଜାତି ବର୍ଗରେ ତାଲିକାଭୁକ୍ତ ହୋଇପାରି ନାହାନ୍ତି। ଏନେଇ ସେମାନେ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ମାନ୍ୟତା ଦେବା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧୀନ। ଏହି କ୍ରମରେ ରାଜ୍ୟ ସରକାର ବହୁ ଜନଜାତି ବର୍ଗକୁ ସ୍ୱୀକୃତି ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। […]

ଭୁବନେଶ୍ୱର : ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫% ଅନୁସୂଚିତ ଜନଜାତି ବର୍ଗର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। କେତେକ ବର୍ଗ ଏବେ ବି ଅନୁସୂଚିତ ଜନଜାତି ବର୍ଗରେ ତାଲିକାଭୁକ୍ତ ହୋଇପାରି ନାହାନ୍ତି। ଏନେଇ ସେମାନେ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ମାନ୍ୟତା ଦେବା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧୀନ। ଏହି କ୍ରମରେ ରାଜ୍ୟ ସରକାର ବହୁ ଜନଜାତି ବର୍ଗକୁ ସ୍ୱୀକୃତି ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିସାରିଛନ୍ତି। ସେହିପରି ନିଜସ୍ୱ କ୍ଷମତାରେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ ଏହାକୁ ବିଶେଷ ଦୃଷ୍ଟି ଦେଉଛନ୍ତି। ମାତ୍ର ବିଭିନ୍ନ ସମୟରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ରାଜ୍ୟ ଉପରେ ଆର୍ଥିକ ଚାପ ମଧ୍ୟ ପକାଇଛି। ରାଜ୍ୟର ବିଭିନ୍ନ ବର୍ଗର ଜନଜାତିକୁ କେନ୍ଦ୍ର ସରକାର ମାନ୍ୟତା ଦେବାରେ ବିଳମ୍ବ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ଦିନକ ତଳେ ଚିଠି ଲେଖିଛନ୍ତି। ଏହାକୁ ଐତିହାସିକ ଅନ୍ୟାୟ ବୋଲି ବର୍ଣ୍ଣନା କରି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ଟାଳଟୁଳ ରାଜ୍ୟ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ଆର୍ଥିକ ବର୍ଷର ୬ ମାସ ବିତିବାକୁ ବସିଲାଣି; ମାତ୍ର ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନର ଅଂଶ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‍ ମିଳିଛି। କେବଳ ଶିକ୍ଷା କ୍ଷେତ୍ରର ବକେୟା ପରିମାଣ ବହୁତ ଅଧିକ ରହିଛି। ୨୦୨୧-୨୨ ମସିହାରେ ସ୍ପେସିଆଲ କମ୍ପୋନେଣ୍ଟ ପ୍ଲାନ ଟୁ ସିଡ୍ୟୁଲ କାଷ୍ଟ ସବ୍‍ ପ୍ଲାନ (ଏସସିଏ ଟୁ ଏସସିଏସପି)ରେ ୭୪୩୧.୫୪ ଲକ୍ଷ ମଧ୍ୟରୁ ମାତ୍ର ୧୦୧୨.୩୬ ଲକ୍ଷ ମିଳିଛି। ଗତ ୩ ବର୍ଷରେ ଯଥାକ୍ରମେ ୮୩୪୩ ଲକ୍ଷ, ୮୩୪୩ ଲକ୍ଷ, ୮୧୪୬.୧୫ ଲକ୍ଷ ଅନୁଦାନ ମିଳିବା କଥା; ମାତ୍ର ପ୍ରଥମ ବର୍ଷ ୨୪୪୯ ଲକ୍ଷ ଟଙ୍କା ମିଳିଥିବାବେଳେ ଦ୍ୱିତୀୟ ବର୍ଷ କୌଣସି ଅନୁଦାନ ମିଳିନି। ତୃତୀୟ ବର୍ଷ ମଞ୍ଜୁର ଅର୍ଥର ମାତ୍ର ଅଧେ ପହଞ୍ଚିଛି। ୪ ବର୍ଷର ସାମଗ୍ରିକ ହିସାବକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଏହି ବର୍ଷ ଗୁଡ଼ିକରେ ୩୨,୨୬୩.୬୯ ଲକ୍ଷ ଟଙ୍କା ରାଜ୍ୟକୁ ମିଳିବା କଥା। ମାତ୍ର ତନ୍ମଧ୍ୟରୁ ୨୪,୬୧୭.୫୬ ଲକ୍ଷ ଟଙ୍କା ରାଜ୍ୟକୁ ମିଳିନାହିଁ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ଟି ଯୋଜନା ସ୍ୱତନ୍ତ୍ର କେନ୍ଦ୍ରୀୟ ଆର୍ଥିକ ସହାୟତା(ଉପଯୋଜନା), ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ(ଇଏମଆରଏସ), ପିଭିଟିଜିମାନଙ୍କ ଉନ୍ନତିକରଣ, ଆଦିମ ଦ୍ରବ୍ୟ ତଥା ଉତ୍ପାଦଗୁଡିକର ବିପଣନ ପାଇଁ ଆନୁଷ୍ଠାନିକ ସହାୟତା ଏବଂ ଆଦିବାସୀ ଗବେଷଣା ସଂସ୍ଥାନକୁ ଅନୁଦାନ ବାବଦରେ ଟଙ୍କାଟିଏ ମଧ୍ୟ ମିଳି ନ ଥିଲା। ଅନୁରୂପ ଭାବରେ ମେକାନିଜମ୍‍ ଫର ମାର୍କେଟିଙ୍ଗ୍‍ ଅଫ୍‍ ମାଇନର ଫରେଷ୍ଟ ପ୍ରଡକ୍ଟ(ଏମଏଫପି) ଆଦି ଦୁଇଟି ଯୋଜନାରେ ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ରେ କୌଣସି ଅନୁଦାନ ମିଳିନାହିଁ। ସେହିପରି ସ୍ୱତନ୍ତ୍ର କେନ୍ଦ୍ରୀୟ ଆର୍ଥିକ ସହାୟତା(ଉପଯୋଜନା)ରେ ୨୦୧୮-୧୯ରେ ଓଡ଼ିଶାକୁ ୧୭୫୫୩.୨୨ ଲକ୍ଷ ଟଙ୍କା ଅନୁଦାନ ମିଳିଥିବାବେଳେ ୨୦୨୦-୨୧ରେ ଏହା ୯୦୧୦.୪୨ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଅନୁରୂପ ଭାବେ ପିଭିଟିଜିମାନଙ୍କ ଉନ୍ନତିକରଣ ପାଇଁ ୨୦୧୮-୧୯ରେ ୩୬୨୬ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୨୦-୨୧ରେ ୧୨୦୨ ଲକ୍ଷ ଟଙ୍କା ମିଳିଛି। ଆଦିମ ଦ୍ରବ୍ୟ ତଥା ଉତ୍ପାଦଗୁଡ଼ିକର ବିପଣନ ପାଇଁ ଆନୁଷ୍ଠାନିକ ସହାୟତା ବାବଦକୁ ଶେଷଥର ପାଇଁ ଓଡ଼ିଶାକୁ ୨୦୧୯-୨୦ରେ ୧୬୦.୫୮ ଲକ୍ଷ ଟଙ୍କା ମିଳିଥିଲା। ଏହାର ପୂର୍ବ ତଥା ପର ଆର୍ଥିକ ବର୍ଷରେ ରାଜ୍ୟକୁ ଟଙ୍କାଟିଏ ଅନୁଦାନ ମିଳିନାହିଁ।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତି(ଏସଟି), ଅନୁସୂଚିତ ଜାତି(ଏସସି),ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପାଇଁ ୪୦୯୧ କୋଟି ୯୮ ଲକ୍ଷ ୬୦ ହଜାର ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ମଧ୍ୟରେ କାର୍ଯ୍ୟକ୍ରମ ବ୍ୟୟ ୩୧୦୦ କୋଟି ୪୯ ଲକ୍ଷ ୪୦ ହଜାର ଟଙ୍କା ରହିଛି। କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ୧୭୯୭ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କା କେବଳ ରାଜ୍ୟସ୍ତରୀୟ ଯୋଜନାରେ ଖର୍ଚ୍ଚ କରାଯିବ। ସେହିପରି କେନ୍ଦ୍ରସ୍ତରୀୟ ଯୋଜନାରେ ୧୩୬ କୋଟି ୭୪ ଲକ୍ଷ ୭୦ ହଜାର ଟଙ୍କା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ୧୧୬୬ କୋଟି ୮ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି।

ବିଭାଗୀୟ କାର୍ଯ୍ୟାବଳୀରେ ଏସଟିଙ୍କ ବିଶେଷ ଧ୍ୟାନକୈନ୍ଦ୍ରିତ କରାଯାଇଛି। ନିକଟରେ ଆଦିବାସୀମାନଙ୍କ ଆର୍ଥିକ ସ୍ଥିତି ମଜଭୁତ କରିବା ଦୃଷ୍ଟିରେ ରଖି ମିଲେଟ୍‍ ମିଶନ୍‍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ଏକ ବିକଳ୍ପ କୃଷି ହୋଇପାରିବ। ଗତ କ୍ୟାବିନେଟ୍‍ ବୈଠକରେ ମିଲେଟ୍‍ ମିଶନର ଅବଧି ୬ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ୨୦୧୭-୧୮ ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ୨୦୨୬-୨୭ ଯାଏଁ ପ୍ରଚଳନ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୮୦୮.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଆଦିବାସୀ ଏବଂ କ୍ଷୁଦ୍ର ଚାଷୀମାନେ ଏହାଦ୍ୱାରା ଉପକୃତ ହେବେ। ମାତ୍ର କେନ୍ଦ୍ର ସରକାର ନିଜ ଅଂଶ ଅର୍ଥ ପ୍ରଦାନରେ ଅବହେଳା କରୁଥିବା ଯୋଗୁଁ ରାଜ୍ୟ ଉପରେ କେବଳ ଆର୍ଥିର୍କ ଚାପ ପଡ଼ୁନାହିଁ; ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ମଧ୍ୟ ବାଧାପ୍ରାପ୍ତ ହେଉଛି।

19 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର